Movie prime

ଟ୍ରକ୍ ରେ ଲାଗିଲା ନିଆଁ ଘରୁ ଅଖା ବ୍ୟାଗ ଧରି ଦୌଡ଼ିଲେ ଲୋକେ ଦେଖନ୍ତୁ ଏହି ଦୃଶ୍ୟ ଦେଖିଲେ ଆପଣ କିଛି କହିବାକୁ ବାଧ୍ୟ ହୋଇଯିବେ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସମାଜରେ ମଣିଷ ମାନେ କେବଳ ନିଜର ସ୍ବାର୍ଥ ପାଇଁ କାମ କରିଥାନ୍ତି ଆଉ ସ୍ବାର୍ଥ ସରିଲା ପରେ ଏଠି କେହି କାହାର ନୁହେଁ। ଆଜିକାଲି ମଣିଷ ମାନେ ଗୋଟେ ଲୋକ ଅସୁବିଧାରେ ପଡ଼ିଥିଲେ ସାହଯ୍ୟ କରିବା ବଦଳରେ ଆଗ କ'ଣ ସ୍ବାର୍ଥ ମିଳିବ ସେଇଟା ଦେଖିଥାନ୍ତି। ଲୋକଟି ପଛେ ବିପଦରେ ପଡ଼ି ମାରି ଯାଉ କିନ୍ତୁ ଟଙ୍କା, ସ୍ୱାର୍ଥ ନଥିଲେ କିଛି ହେଇପାରିବନି। ବନ୍ଧୁଗଣ ଏବେ ଦେଖିବାକୁ ମିଳିଛି ଯେ ଗୋଟେ ଟ୍ରକରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଛି। 
କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଟ୍ରକରେ ଥିବା ଲୋକଟିର କଣ ହେଇଛି କି ନାଇ ନଦେଖି ଆଳୁ ଗୋଟେଇବା ରେ ଲାଗି ପଢ଼ିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର ରେ ଭାଇରାଲ୍ ହେବାକୁ ଲାଗିଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ୬୦ ନମ୍ବର ଜାତୀୟ ରାଜପଥର କୁଡ଼ିଆଲ୍ ଛକ ନିକଟରେ। ପଶ୍ଚିବଙ୍ଗରୁ ବାଲେଶ୍ବର ଯାଉଥିଲା ଏହି ଟ୍ରକଟି ଆଉ ଟ୍ରକ ଉପରେ କୌଣସି କାରଣରୁ ଲାଗି ଯାଇଥିଲା ନିଆଁ। ଆଉ ଏହାପରେ ବୋଝେଇ ଟ୍ରକଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। 
ଟ୍ରକଟି କୁ ଅଗ୍ନିସେବା ବାହିନୀ ଆୟତ କରିବା ସମୟରେ ସେଠାରେ ଥିବା କିଛି ଲୋକ ମାନେ ପୋଲ ତଳକୁ ଡେଇଁପଡି ଗୋଟେଇ ଥିଲେ ଆଳୁ। ଆଉ ଏହି ଭିଡିଓଟି ରେ ଦେଖିଲେ ଆପଣ ମାନେ ଜାଣିପାରିବେ ଯେ ଲୋକ ମାନଙ୍କ ଭିତରେ କିପରି ଲାଗିଯାଇଛି ପ୍ରତିଯୋଗିତା। ଯିଏ ଯାହା ପାଇଲା ବସ୍ତା,ବ୍ୟାଗ୍ ତାକୁ ଧରି ଆଳୁ ଭର୍ତି କରାଇବାରେ ସମସ୍ତେ ବେସ୍ତ ଅଛନ୍ତି। ଆପଣ ମାନେ ଦେଖିପାରୁଥିବେ କିଭଳି ଭାବରେ ବିକଳ ହୋଇ ଆଳୁ ଗୋଟେଇବା ରେ ଲାଗି ପଡିଛନ୍ତି। 
ହୁତୁ ହୁତୁ ହୋଇ ଜଳି ଯାଇଛି ଟ୍ରକ କିନ୍ତୁ ଏଠି ଥିବା ଲୋକ ମାନଙ୍କର ଟ୍ରକ ଡ୍ରାଇଭର କଥା ଟିକେ ଚିନ୍ତା ନକରି ଆଗ ଆଳୁ ଗୋଟେଇବା ରେ ବେସ୍ତ। କାରଣ ଆଜିକାଲି ଲୋକ ମାନଙ୍କର ପ୍ରକୃତି ହେଉଛି ଯେଉଁଠି ଯାହା ପାଉଛ ମାଗଣା ତାକୁ ଲୁଟି ଚାଲ ଆଗ ପଛ ବିଚାର ନକରି। ତେବେ ଏଠି ଉପସ୍ଥିତ ଥିବା ଲୋକ ମାନେ ଜାଣିପାରୁ ନାହାନ୍ତି ଯେ ଯେଉଁ ଲୋକଟି ର ଟ୍ରକ ଜଳିଯାଇଛି ସେମାନେ କୋଉ ଭଳି ମାନସିକ ସ୍ଥିତିରେ ଥିବେ। ସେମାନେ କେବଳ ଏତିକି ଜାଣିଛନ୍ତି ଯୋଉଠି ଯାହା ମାଗଣା ପାଇବେ ଲୁଟି ଚାଲିବେ।