Movie prime

ବର୍ଷାରେ ନ ଭିଜିଲେ ମୋ ପରିବାର ଉପାସ ରହିଯିବ ସାମ୍ନାକୁ ଆସିଲା କଠିନ ପରିଶ୍ରମର ଏକ ଆଖିରେ ଲୁହ ଆଣିଦେଲା ଭଳି ଦୃଶ୍ୟ ଦେଖନ୍ତୁ ସାରା ଓଡ଼ିଶାରେ Viral ହୋଇଥିବା ଏହି ଭିଡିଓ

 
Special report
ଆଜିକାଲି ଦୁନିଆରେ ଦାରିଦ୍ରତା ଦେଖିବାକୁ ବହୁତ ପରିମାଣରେ ମିଳୁଛି ।ଆଜିକାଲି ସ୍ୱାର୍ଥପର ଦୁନିଆରେ କେହି କାହାର ନୁହେଁ ଯେମିତି କଥାରେ ଅଛି ଆପେ ବଞ୍ଚିଲେ ବାପର ନାଆଁ କାରଣ ଏ ଦୁନିଆରେ ନିଜେ ନିଜ ପାଇଁ ପରିଶ୍ରମ କରିବା ପାଇଁ ପଡ଼ିଥାଏ ଏଠିଇ କେହି କାହାକୁ ଦେଇଦେବେନି କି ? ନେଇଯିବେନି ତେଣୁ ଯିଏ ପରିଶ୍ରମ କରିବ ନିଜ ପାଇଁ ସେଇଥିପାଇଁ ଯେତେ କଷ୍ଟ ହଉ ବା ବାଧା ଆସୁ ନା କାହିଁକି ? 
ନିଜର ପେଟ ପୋଷିବା ପାଇଁ ବା ନିଜ ପରିବାରକୁ ପୋଷିବା ପାଇଁ ହେଲେ ନିଜକୁ ହିଁ ପରିଶ୍ରମ କରିବାକୁ ପଡ଼ିବ ଯେତେ ବି ବାଧା ବା ଅସୁବିଧା ଆସୁନା କାହିଁକି। ତେଣୁ ନିଜ ପେଟ ହଉ ବା ପରିବାରର ପେଟ ପୋଷିବା ପାଇଁ ହଉ କଷ୍ଟ ତୋ କରିବା ପାଇଁ ହେବ।ପ୍ରତିଦିନ ଝାଳରେ ଭିଯୁଥିବା ମଣିଷ ବର୍ଷାକୁ ବା କେମିତି ଖାତିର୍ କରିବ ଆଉ ଖାତିର୍ ବି ଯଦି କରିବ ତାହେଲେ ପାରିବାର କେମିତି ଚଳିବ। ପାଦରେ ଚପଲ୍ ହଳେ ପିନ୍ଧି ସକାଳୁ ରାତି ଯାଏଁ ଖଟୁଥିବା ମଣିଷକୁ ମୁହୂର୍ତ୍ତକର ବର୍ଷା କିପରି ଡରେଇପାରିବ। 
ଗୋଟିଏ ଚିତ୍ରରେ ଦୁଇ ଟି ଜୀବନ ଦେଖିପାରିବେ କିଛି ଲୋକ ଏସି କାର୍ ଭିତରେ ବସି ବାହାର ବର୍ଷାର ଚିତ୍ରକୁ ନିଜ ଫୋନ୍ ରେ କଏଦ୍ କରୁଥିବେ ଆଉ ଅନ୍ୟ ଜଣକ ବାହାରେ ବର୍ଷାରେ ଭିଜି ଭିଜି ଫୋନ୍ ରେ ଚେକ୍ କରୁଛନ୍ତି ଯେ ଆଉ ଓଡ଼ର୍ ଆସିଚି କି ନାହିଁ। ଜଣକ ପାଇଁ ବର୍ଷା ଉପଭୋଗର ଉପାଦାନ ତୋ ଆଉ ଜଣକ ସଙ୍ଘର୍ଷ ରେ କଣ୍ଟା ତଥା ହାର୍ ସିଖିନଥିବ ମଣିଷ ଆଗରେ ଏଇ ବର୍ଷା କ'ଣ କଣ୍ଟା ସାଜିବ। ଅଭିସନ୍ତ ବର୍ଷା ବି ହିସାବ କରୁଥିବ ସତରେ କେତେ ସହନଶୀଳ ଏ ମଣିଷ । 
ପ୍ରତିକୂଳ ସମୟକୁ ସାମ୍ନା କରିବାର କୌଶଳରେ ନିପୁଣ ଏହି ମଣିଷ କିଛି ସେକେଣ୍ଟେର ଏହି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ୍ ହଉଛି। ସବୁଠାରୁ ବଡ଼ କଥା ହେଲା ଅନେକ ବାର୍ତ୍ତା ଦଉଛି ଏହି ଭିଡିଓ ଟି ଏହି ଲୋକଟି ଅନ୍ୟ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚେଇଲେ ଯାଇ ପଇସା ପାଇବ ପୁଣି ସମୟର ପରିବନ୍ଧକ ଠିକ ସମୟରେ ନଅ ପହଞ୍ଚିଲେ ଶୁଣିବାକୁ ପଡ଼ିବ ବହୁତ୍ କିଛି।