Movie prime

ଦେଖନ୍ତୁ ବିଦେଶରେ କେମିତି ରହୁଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ଦେଖନ୍ତୁ ଏହି Viral Visual

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।
ଅଶୀ ଦଶକର ଓଡ଼ିଆ ସିନେମା ର ସେ ଜଣେ ସଫଳ ଅଭିନେତ୍ରୀ। ଯଦିଓ ସେ ବର୍ତ୍ତମାନ ପାଇଁ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ହେଲେ ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବି ଓଡ଼ିଶାର ଓଡ଼ିଶାର ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି। 
୧୯୮୦ ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଅଗ୍ନି ପରିକ୍ଷା ଜରିଆରେ ସ୍ନିଗ୍ଧା ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।
ସେ ସମୟରେ ଏହି ସିନେମାଟି ସୁପରହିଟ ହୋଇଥିଲା। କେବଳ ଓଡ଼ିଆ ନୁହେଁ ସ୍ନିଗ୍ଧା ବଙ୍ଗଳା ସିନେମାରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି।
ଓଡ଼ିଆ ସିନେମା ବ୍ୟତୀତ ସ୍ନିଗ୍ଧା ଓଡ଼ିଆ ଧାରାବାହିକ ଓ ଆଲବମ୍ ରେ ମଧ୍ୟ ନଜର ଆସିଛନ୍ତି। 
ତରଙ୍ଗ ଟିଭିରେ ପ୍ରସାରିତ “ସ୍ୱାଭିମାନ” ଓ “ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ” ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ।
ନିଜ ୪୦ ବର୍ଷର ଅଭିନୟ ଜୀବନ ମଧ୍ୟରେ ସେ ୨୦୦ ରୁ ଅଧିକ ଓଡ଼ିଆ ଫିଲ୍ମ ଓ ଓଡ଼ିଆ ଶୋ ରେ ଅଭିନୟ କରିସାରିଛନ୍ତି।
ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ସ୍ନିଗ୍ଧା ମହାନ୍ତି ବର୍ତ୍ତମାନ ସମୟରେ ନଜର ଆସୁ ନାହାଁନ୍ତି ଅଭିନୟ ଜଗତରେ। ସେ ଗତ କିଛିଦିନ ହେବ ସିନେମା ଜଗତ ଓ ଧାରାବାହିକ ଜଗତରୁ ଦୂରେଇ ଯାଇଛନ୍ତି। 
ତେବେ ତାଙ୍କ ଝିଅ ହେଉଛନ୍ତି ସମ୍ଭାବନା ଯାହାଙ୍କୁ ଆପଣମାନେ ବୋହୁତ ଭଲ ଭାବରେ ଜାଣିଥିବେ। ତାଙ୍କ ଝିଅ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ସେ ମଧ୍ୟ ଅନେକ ସିନେମାରେ ନଜର ଆସିଛନ୍ତି|
ଆଉ ବର୍ତ୍ତମାନ ସମୟରେ ତାଙ୍କ ମାଆ ଝିଅ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିଛନ୍ତି ଆଉ ବାହାରେ ରହି ସିନେମା ଜଗତ ଆଉ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି।
ଆପଣମାନେ ଜାଣିଥିବେ ଯେ ସ୍ନିଗ୍ଧା ମହାନ୍ତିଙ୍କ ବୋହୁତ ସୁନ୍ଦର ଅଭିନୟ ପାଇଁ ଦର୍ଶକମାନେ ତାଙ୍କୁ ବୋହୁତ ଭଲ ପାଇବା ଦେଇଛନ୍ତି |

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.