Movie prime

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କିଛି ଏମିତି କହିଲେ ଆପଣଙ୍କ ଲୋକପ୍ରିୟ ଅଭିନେତା ବାବୁଶାନ ମହାନ୍ତି

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡିଆ ଫିଲ୍ମ “ଦମନ” ଏବେ ସୋସିଆଲ ମିଡିଆ ୟୁଟ୍ଯୁବ ବ୍ଲଗରଙ୍କ ଠାରୁ ଆରମ୍ଭ କରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ କମ୍ପନ ସୃଷ୍ଟି କରିଛି।
ଦମନ ର ହିନ୍ଦୀ ଡବିଙ୍ଗକୁ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି। ହିନ୍ଦୀ ଡବିଙ୍ଗ ସମାପ୍ତ ହେବା ପରେ ହିନ୍ଦୀ ଭାଷାଭାଷି ଲୋକଙ୍କ ଉପରେ ଏହାର ଟ୍ରେଲର କିପରି ପ୍ରଭାବ ପକାଇବ ତାହା ବର୍ତ୍ତମାନ ବାବୁଶାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ। 
କିଛି ବର୍ଷ ଧରି ଲୋକଙ୍କ ମନରୁ ଓଡିଆ ଫିଲ୍ମ ପ୍ରତି ଆଗ୍ରହ କମି ଆସୁଥିବା ବେଳେ ଫିଲ୍ମ ଦମନ ହିଁ ଏବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଉଦ୍ଧାରକର୍ତ୍ତା ଭଳି କାମ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି।
ଫିଲ୍ମରେ ବାବୁଶାନଙ୍କ ଚରିତ୍ର ଲୋକଙ୍କ ମନକୁ ବେଶ ଭଲଭାବେ ସ୍ପର୍ଶ କରିଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଆଗକୁ ବାବୁଶାନଙ୍କୁ ଏହିପରି ଅନେକ ଚ୍ୟାଲେଞ୍ଜିଙ୍ଗ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରେରଣା ଯୋଗାଇବ। 
ତାଙ୍କ ଅଭିନୀତ ଫିଲ୍ମ ଦମନ ଦର୍ଶକଙ୍କ ମନରେ ଯେଉଁ ଭଳି ଛାପ ଛାଡିଛି ଏବେ ବାବୁଶାନଙ୍କୁ ନେଇ ଫିଲ୍ମ ବନେଇବାକୁ ସମସ୍ତେ ଉତ୍ସୁକ ଅଛନ୍ତି।
ଦମନ ର କାହାଣୀ ଯେଉଁ ଭଳି ଭାବେ ଲୋକଙ୍କ ମନ ଛୁଇଁ ପାରିଛି ବଲିଉଡ ଫିଲ୍ମ ନିର୍ମାତା ମଧ୍ୟ ଦର୍ଶକଙ୍କୁ ସେହିଭଳି କିଛି କାହାଣୀ ଭେଟି ଦେବାକୁ ଚାହାନ୍ତି।
ନୂଆ ଚରିତ୍ରକୁ ନେଇ ପରୀକ୍ଷଣ କରିବାକୁ ସମସ୍ତେ ଚାହୁଁଛନ୍ତି ।ଦମନ ର କାହାଣୀ ଓ କଥାବସ୍ତୁ ଦର୍ଶକ ଓ ଫିଲ୍ମ ନିର୍ମାତା ସମସ୍ତଙ୍କୁ ବେଶ ପ୍ରଭାବିତ କରୁଛି। 
ତେବେ ବନ୍ଧୁଗଣ ଏକ ଭିଡିଓ ମାଧ୍ୟମ ରେ ବାବୁଶାନ୍ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ଏବଂ ବାବୁଶାନ୍ କହିଛନ୍ତି ଯେଉଁମାନେ ଦମନ ଫିଲ୍ମ ଦେଖିନାହାନ୍ତି ସେମାନେ ଦମନ ଫିଲ୍ମ ଟିକୁ ଦେଖିବା ପାଇଁ ଯାଆନ୍ତୁ। ତେବେ ବାବୁସାନ୍ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.