Movie prime
ଦେଶର ପ୍ରଥମ ଉଡନ୍ତା ବାଇକ ଦେଖନ୍ତୁ ଦୃଶ୍ୟ କେମିତି ଉଡୁଛି ଏହି ବାଇକ
 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବାଇକ୍‌ରେ ବସି ଆପଣ ଏବେ ଆକାଶରେ ଉଡିପାରିବେ। ଆପଣଙ୍କ ମନ ଜାଣି କମ୍ପାନୀ ବାହାର କରିଛି ଉଡନ୍ତା ବାଇକ୍। ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚୟ ବିମାନ, ହେଲିକପ୍ଟର ଆକାଶରେ ଉଡୁଥିବାର ଦେଖିଥିବେ। କେବେ ଭାବିଥିଲେ କି ବାଇକ୍ ବି ଦିନେ ବାୟୁରେ ଉଡିବ। ଯଦି କେହି ବି ଏଭଳି ସ୍ୱପ୍ନ ଦେଖୁଥିବେ ତେବେ ସେମାନଙ୍କ ସ୍ୱପ୍ନ ପୂରଣ ହୋଇଛି। ବର୍ତ୍ତମାନ ଏୟାର ଫ୍ଲାଇଙ୍ଗ ବାଇକ୍‌ ବଜାରକୁ ଆସିଯାଇଛି। 
ଆମେରିକାର ଡେଟ୍ରୋଇଟ୍‌ସ୍ଥିତ କୋଲମାନ ଏ ୟଙ୍ଗ୍‌ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ୱର ପ୍ରଥମ ଏୟାର ହୋଭର୍‌ ବାଇକ୍ ଟୁରିଜମୋ ଲଞ୍ଚ୍‌ କରାଯାଇଛି। ଆଉ ଦେଖାଯିବନି ଟ୍ରାଫିକ୍ ସମସ୍ୟା। ଏଣିକି ଆକାଶରେ ଉଡି ଉଡି ଯିବ ବାଇକ। କଥାଟି ବିଶ୍ୱାସ ହେଉନଥିଲେ ବି ପୁରା ସତ। ଆମେରିକାର ଏକ ଘରୋଇ କମ୍ପାନୀ ଏଭଳି ବାଇକ୍ ପ୍ରସ୍ତୁତ କରିଛି। 
ଯେଉଁ ବାଇକ୍ ଆକାଶରେ ଘଣ୍ଟା ପ୍ରତି ୬୨ କିଲୋମିଟର ବେଗରେ ଉଡିପାରିବ। ଗୋଲ ଆକାରରେ ଦେଖାଯାଉଥିବା ଏହି ଉଡନ୍ତା ବାଇକ୍ ୪୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଉଡିପାରିବ। ଏହି ବାଇକର ମୂଲ୍ୟ ରହିଛି ୭୭୭ ହଜାର ଡଲାର ଅର୍ଥାତ ଭାରତୀୟ ମୂଦ୍ରାରେ ପ୍ରାୟ ୬ କୋଟି ୭୦ ଲକ୍ଷ ଟଙ୍କା। ଆଗାମୀ ଦିନରେ ଏହି ବାଇକ୍ ଆହୁରୀ କମ ଦାମରେ ମିଳିବ ବୋଲି ବାଇକ୍ ତିଆରି କରିଥିବା ସଂସ୍ଥା ଏରୱିନ୍ କହିଛି। 
ତେବେ ୨୦୨୫ ସୁଦ୍ଧା ୪୦ ଲକ୍ଷ ଟଙ୍କାରେ ଏହି ବାଇକ୍ ମିଳିବ ବୋଲି ଏରୱିନ୍ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଏବେ ତିଆରି କରାଯାଇଥିବା ବାଇକର ଆକାର ଅଧିକ ରହିଥିବା ବେଳେ କମ୍ପାନୀ ଏହାକୁ ଛୋଟ କରିବାକୁ ଚେଷ୍ଟା ଚଳାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଉ ଯଦି ସତରେ ସବୁକିଛି ଠିକ୍ ଚାଲେ ତେବେ ଖୁବଶିଘ୍ର ଲୋକେ ରାସ୍ତା ଭଳି ଆକାଶରେ ବାଇକ୍ ଧରି ଉଡିବେ।