Movie prime

୧୬୫ କିଲୋମିଟର ପରେ ବରଫ ଚିତା ଫଟୋ ଦେଖନ୍ତୁ ଏହି ଦୃଶ୍ୟ କେମିତି ଅଛି ଏଠାରେ ବାଘର ଅସ୍ତିତ୍ବ

 
Special Report
ନିକଟରେ ଜଣେ ଆମେରିକୀୟ ଫଟୋ ଗ୍ରାଫର୍ ବରଫ ଚିତା ବାଘ ର ସୁନ୍ଦର ଏବଂ ଆଶ୍ଚର୍ଯ୍ୟ କର ଫଟୋ ଉଠାଇଛନ୍ତି।ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ସମସ୍ତଙ୍କୁ ଫଟୋ ଟି ଭଲ ଲାଗୁଛି।ବରଫ ଅଞ୍ଚଳରେ ରହୁଥିବା ବରଫ ଚିତା ବାଘ ଲୋପ ହେବାକୁ ବସିଲାଣି।ସେଥିପାଇଁ ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଏହି ଫଟୋ ଟି ଆମେରିକୀୟ ଫଟୋ ଗ୍ରାଫର୍ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ଲୋକ ମାନଙ୍କୁ ଚିତା ବାଘ ର ସୌନ୍ଦର୍ଯ୍ୟ ସହିତ ପରିଚିତ କରାଇଛନ୍ତି।ଏହି ଚିତ୍ର ଗୁଡିକରେ ଏକ ବରଫ ଚିତା ବାଘ ବରଫ ଅଞ୍ଚଳରେ ବୁଲୁଥିବା ଦେଖା ଦେଇଛି। ତେବେ ଆମେରିକୀୟ ଫଟୋ ଗ୍ରାଫର୍ କିଟିୟା କହିଥିଲେ ଯେ ସେ ଚିତା ବାଘ ର ଫଟୋ ପାଇଁ ପ୍ରାୟ ୧୬୫ କିଲୋମିଟର ଯାତ୍ରା କରିଛନ୍ତି।
ତେବେ ଫଟୋ ରେ ଏକ ବରଫ ଚିତା ବାଘ ପର୍ବତ ଉପରେ ବସି ଥିବାର ନଜରରେ ଆସିଛନ୍ତି।ଆଉ ଏକ ଫଟୋ ରେ ବରଫ ଚିତା ବାଘ ବହୁତ ଛୋଟ ଦେଖା ଯାଉଛି।କାରଣ ଆମେରିକୀୟ ଫଟୋ ଗ୍ରାଫର୍ କିଟିୟା ଚିତା ବାଘ ର ଫଟୋ ବହୁତ ଦୂରରୁ ନେଇଥିଲେ।ଏବଂ ଫଟୋ ଟି ବହୁତ ସୁନ୍ଦର ରେ ମଧ୍ୟ ଉଠାଇ ଛନ୍ତି।ତେବେ ଆନିମଲ୍ ପ୍ଲାନେଟ୍ ରେ ଏହି ଚିତ୍ର ଗୁଡ଼ିକୁ ସ୍ଥାନ ମିଳିଛି।
ଯେଉଁଥି ପାଇଁ କିଟିୟା ବହୁତ ଖୁସି ଥିବାର ଜଣାପଡିଛି।ଦର୍ଶକ ମାନେ ଏହି ଫଟୋ ଦେଖି ବହୁତ ଖୁସି ହେଉଛନ୍ତି।ଏବଂ ଆମେରିକୀୟ ଫଟୋ ଗ୍ରାଫର୍ କିଟିୟା ଙ୍କ ଫଟୋ ଉଠା ଷ୍ଟାଇଲ କୁ ଦେଖି ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି।ବର୍ତ୍ତମାନ ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ସମସ୍ତେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।