Movie prime

ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ କିଏ ଏବଂ କେଉଁ ଉଦ୍ଦେଶ୍ୟ ରଖି ତାଙ୍କୁ କୁହାଗଲା ଏହିପରି କଥାବାର୍ତ୍ତା

 
Viral video
ଲିଲି ପ୍ରଧାନ ନାମକ ଜଣେ ଶିକ୍ଷୟତ୍ରୀ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ସ୍କୁଲ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କିଛି ଇ ଲିଗାଲ କାମ ପଦାକୁ ଆଣିଥିବାରୁ ତାଙ୍କୁ ବହୁତ ଶା-ରୀ-ରି-କ ମା-ନ-ସି-କ ନି-ର୍ଯା-ତ-ନା ଦେଇଛନ୍ତି ବୋଲି କହିଛନ୍ତି।
ସେହି ସ୍କୁଲ୍ ର ସମ୍ପାଦକ ପ୍ରକାଶ ପାତ୍ର ତାଙ୍କ ସହିତ ଖରାପ୍ ସମ୍ପର୍କ ରଖିବାକୁ କହିଥିଲେ।କିନ୍ତୁ ଶିକ୍ଷୟତ୍ରୀ ଜଣଙ୍କ ମନା କରି ଦେଇଥିଲେ। ସେଥିପାଇଁ ସମ୍ପାଦକ ପ୍ରକାଶ ପାତ୍ର ବର୍ତ୍ତମାନ ଶିକ୍ଷୟତ୍ରୀ ଙ୍କୁ ହଇରାଣ କରୁଛନ୍ତି।
କାରଣ ସେ କହିଛନ୍ତି ଯେ ଯଦି ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ କଥାରେ ରାଜି ହେବେ ତାହେଲେ ଶିକ୍ଷୟତ୍ରୀ ଜଣଙ୍କ ଯାହା ଚାହୁଁଛନ୍ତି ସେ ତାଙ୍କୁ ସବୁ ଦେବେ।ଏତେ କଥା କହିବା ପରେ ମଧ୍ୟ ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇନଥିଲେ।
ସମ୍ପାଦକ ପ୍ରକାଶ ପାତ୍ର ରାଗ ରଖି ଶିକ୍ଷୟତ୍ରୀ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ।କେବଳ ସେତିକି ନୁହେଁ ଶିକ୍ଷୟତ୍ରୀ ଙ୍କ ପିଲା ମାନଙ୍କୁ ମଧ୍ୟ ବହୁତ ଗାଳି କରିଥିଲେ।ଗୁଣ୍ଡା ତାଙ୍କ ଘରେ ବସି ମାଡ଼ ମାରିଥିଲେ।
ଏହାପରେ ଶିକ୍ଷୟତ୍ରୀ ଜଣଙ୍କ ଥାନାରେ ଯାଇ ସମ୍ପାଦକ ପ୍ରକାଶ ପାତ୍ର ଙ୍କ ନାମରେ ଅଭିଯୋଗ କରିଥିଲେ।ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାନ୍ତି।ପୋଲିସ ମାନେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି।
ଏବେ ପର୍ଯ୍ୟନ୍ତ ମଧ୍ୟ ଶିକ୍ଷୟତ୍ରୀ ଙ୍କୁ ନ୍ୟାୟ ଦିଆଯାଇ ନାହିଁ।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦର୍ଶକ ମାନେ ଏହା ଦେଖି ସମ୍ପାଦକ ପ୍ରକାଶ ପାତ୍ର ଙ୍କୁ ଅନେକ କଟୁ କଥା କହିଛନ୍ତି।କିନ୍ତୁ ପୋଲିସ ଅଭିଯୋଗ ପରେ ମଧ୍ୟ ଚୁପ୍ ହୋଇ ବସି ରହିଛନ୍ତି।ଶିକ୍ଷୟତ୍ରୀ ଜଣଙ୍କ ଯେତେ କହିଥିଲେ ମଧ୍ୟ କିଛି ଶୁଣୁ ନାହାନ୍ତି।
ଦର୍ଶକ ମାନେ ବହୁତ ନିନ୍ଦା କରିଛନ୍ତି।ଇ ଲିଗାଲ କାମ ସମସ୍ତଙ୍କ ସାମ୍ନାକୁ ଆଣି ଦେଇ ଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି।ଯାହାକି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।