Movie prime

ମୋବାଇଲ ଦୋକାନ କୁ ଯାଇ କଳାକନା ବୁଲାଇଲା ଚୋର ଦେଖନ୍ତୁ କେମିତି ବିଚକ୍ଷଣ ବୁଦ୍ଧି ଲଗାଇ ଲୁଟିଲା ଚୋର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମାଜରେ କେତେ ମାତ୍ରାରେ ଚୋରି ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ଚୋରି କରିବା ପାଇଁ ନୂଆ ନୂଆ ଉପାୟ ଆପଣେଇବା ରେ ଲାଗିଛନ୍ତି। ଚୋର ମାନେ ଏବେ ଲୋକଙ୍କ ଆଖି ସାମ୍ନାରୁ ଏଭଳି କୌଶଳ ରେ ଚୋରି କରୁଛନ୍ତି କି ତିଳେ ହେଲେ ମଧ୍ୟ ତାହା ଜଣା ପଡୁ ନାହିଁ। ଖୁବ୍ କମ୍ ସମୟ ମଧ୍ୟରେ ଲୋକଙ୍କୁ ଭୁଆଁ ବୁଲାଇ ଚୋରୀ କରିବାରେ ସଫଳ ହେଉଛନ୍ତି ଚୋର।
ଆମେ ଏବେ ସେହି ସମ୍ପର୍କିତ ଏକ ଭିଡ଼ିଓ ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡ଼ିଓ କୁ ଭଲ ଭାବରେ ଏଠାରେ ଜଣେ ମହିଳା ସେଲ୍ସମ୍ୟାନ ଭାବରେ କାର୍ଯ୍ୟରତ ଅଛନ୍ତି। ଏବଂ ଏହି ସମୟ ରେ ତାଙ୍କ ନିକଟକୁ ଦୁଇଜଣ ବ୍ୟକ୍ତି ଆସୁଛନ୍ତି। ଏବଂ ସେ ଦୁଇଜଣ ବ୍ୟକ୍ତି ,ମହିଳା ଜଣଙ୍କ ଦୋକାନ କୁ ଫୋନ୍ କିଣିବାକୁ ଆସିଛନ୍ତି। ଏହାପରେ ସେହି ଦୁଇଜଣ ବ୍ୟକ୍ତି ଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମହିଳା ଜଣଙ୍କୁ ଗୋଟେ ପରେ ଗୋଟେ ଫୋନ୍ ଦେଖାଇ ବାକୁ କହୁଛନ୍ତି।
ଏବଂ ମହିଳା ଜଣକ ମଧ୍ଯ ଗୋଟେ ପରେ ଗୋଟେ ଫୋନ୍ ଦେଖାଇ ଚାଲିଛନ୍ତି। ଏହାପରେ ମହିଳା ଜଣକ ଯେତେବେଳେ ଅନ୍ୟ ଏକ ମଡେଲ ର ଫୋନ୍ ଦେଖାଇବାକୁ ବୁଲି ପଡୁଛନ୍ତି ଠିକ୍ ସେହି ସମୟରେ ବ୍ୟକ୍ତି ଜଣକ ଦେଖୁଥିବା ଫୋନ୍ ମଧ୍ୟରୁ ଫୋନ୍ ଆଣି ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣକୁ ଦେଇ ଦଉଛନ୍ତି। ଏହାପରେ ସେହି ବ୍ୟକ୍ତି ଜଣକ ମଧ୍ୟ ସେ ଫୋନ୍ କୁ ନିଜ ବ୍ୟାଗ ମଧ୍ୟରେ ପୁରାଇ ଦେଉଛନ୍ତି।ହେଲେ ମହିଳା ଜଣକ ଏସବୁ ସମ୍ପର୍କ ରେ କିଛି ହେଲେ ମଧ୍ୟ ଜାଣି ପାରି ନାହାଁନ୍ତି।
 ଏହି ଭଳି ଭାବରେ ସେହି ଚୋର ଦୁଇ ଜଣ ଦୁଇଟି ଯାକ ଫୋନ୍ ଚୋରି କରିବାରେ ସଫଳ ହୋଇଛନ୍ତି। ଏବଂ ତାଙ୍କ ବେଶ ଭୂଷା ରୁ ମଧ୍ୟ ସେ ଦୁହେଁ ଚୋର ଭଳି ଜଣା ବି ପଡୁ ନାହାଁନ୍ତି। ସେହି ଫୋନ୍ ଦୁଇଟି ଚୋରି କରି ସାରିବା ପରେ ତାଙ୍କୁ କୌଣସି ଫୋନ୍ ପଶନ୍ଦ ଆସିଲାନି ବୋଲି କହି ସେଠାରୁ ପଳାଇ ଯାଇଛନ୍ତି। ଏବଂ ମହିଳା ଜଣକ ଯେତେବେଳେ ପରେ ଫୋନ୍ ଦୁଇଟି ଖୋଜି ପାଇ ନାହାଁନ୍ତି ସେତେବେଳେ ସିସି ଟିଭି ଫୁଟେଜ ରୁ ସେହି ଚୋର ଦୁଇ ଜଣଙ୍କୁ ଚିହ୍ନଟ କରିଛନ୍ତି। ତେବେ ଏଭଳି ହେଉଥିବା ଚୋରି ପ୍ରତି ନିଶ୍ଚିତ ଭାବରେ ସାବଧାନତା ଅବଲମ୍ବନ କରିବା ଉଚିତ।