Movie prime

ଟୋଲ ଗେଟ କର୍ମଚାରୀ ଙ୍କୁ ମାଡ଼ ମାରି ଭାଇରାଲ ହେଲେ The Great Khali ଦେଖନ୍ତୁ ଏହି ଭିଡିଓ କାହିଁକି ହେଲା ଏମିତି

 
xsxccsfsdfds

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ WWE ଖେଳ ବିଷୟରେ ଟିଭିରେ ବା ମୋବାଇଲରେ ଦେଖିଥିବେ ଆଉ ଏହି ଖେଳ ବିଷୟରେ ଜାଣିଥିବେ ମଧ୍ୟ । ଆଉ ଏହି ଖେଳ ହେଉଛି ଏକ ଆନ୍ତର୍ଜାତିକ ଖେଳ । ଆଉ ଏହି ଖେଳର ପୂର୍ବତନ ଚମ୍ପିୟାନ ଦ ଗ୍ରେଟ ଖଲିଙ୍କୁ କିଏ ବା ନଜାଣେ । ସେ ଜଣେ ବହୁତ ବଡ ଖେଳାଳି ଅଟନ୍ତି । ତାଙ୍କୁ ବିଶ୍ଵ ସାରା ଲୋକ ଜାଣିଥିବେ । 


ଏବେ ଏବେ ସୋସିଆଲ ମିଡିଆରେ ତାଙ୍କ ନାଁରେ ଏକ ଅଭିଯୋଗର ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି । ଆଉ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଦ ଗ୍ରେଟ ଖଲି ଜଣେ ଟୋଲ ପ୍ଲାଜା କର୍ମଚାରୀଙ୍କୁ ଚାପୁଡ଼ା ମାରିଛନ୍ତି ବୋଲି ଏହି ଭିଡିଓ ମାଧ୍ୟମରେ ଟୋଲ ପ୍ଲାଜା କର୍ମଚାରୀ ଅଭିଯୋଗ କରିଛନ୍ତି । ଆଉ ସେହି ଟୋଲ ପ୍ଲାଜା କର୍ମଚାରୀ ଦ ଗ୍ରେଟ ଖଲିଙ୍କୁ ଆଇଡି କାର୍ଡ ମାଗିବାରୁ ଏହିସବୁ ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି ।


କିନ୍ତୁ ଦ ଗ୍ରେଟ ଖଲି କହୁଛନ୍ତି, ମୁଁ କାରରେ ଯାଉଥିବା ସମୟରେ ଟୋଲ ପ୍ଲାଜା କର୍ମଚାରୀଓ ସହିତ ଫଟୋ ଉଠାଇବାକୁ କାର ଭିତରକୁ ଆସିଥିଲେ । ଆଉ ତାପରେ ସେଠାକୁ ସମସ୍ତ କର୍ମଚାରୀ ଆସି ମୋ କାରକୁ ଘେରି ଦେଇଥିଲେ ଆଉ ମୋତେ ବ୍ଲାକମେଲ୍ କରିଥିଲେ । ଆଉ ଏହି ଅଭିଯୋଗ ଟୋଲ ପ୍ଲାଜା କର୍ମଚାରୀ ବିରୋଧରେ ଆଣିଛନ୍ତି ଦ ଗ୍ରେଟ ଖଲି ।


କିନ୍ତୁ ଏହି ଭିଡିଓ ମାଧ୍ୟମରେ ଦେଖାଯାଉଛି କି ସେହି ସ୍ଥାନକୁ ପୋଲିସ ଆସିଥିଲେ ଆଉ ଉଭୟଙ୍କୁ ବୁଝାମଣା ବି କରିଥିଲେ । ଆଉ ତାପରେ ଦ ଗ୍ରେଟ ଖଲି ସେଠାରୁ କାରରେ ବସି ଚାଲି ଯାଇଥିଲେ । କିନ୍ତୁ ପୋଲିସ ବୁଝାଉଥିବା ବେଳେ ଟୋଲ ପ୍ଲାଜା କର୍ମଚାରୀ କହୁଛନ୍ତି ମୋତେ କାହିଁକି ଦ ଗ୍ରେଟ ଖଲି ଚାପୁଡ଼ା ମାରିଲେ । ଆଉ ଏହି ଚାପୁଡ଼ା ମାରିବା ଘଟଣା ସତ କି ମିଛ ଏଯାଏଁ ଜଣାପଡିନାହିଁ । ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।