Movie prime

ପୁଣି ଆଉ ଏକ ଲଘୁଚାପ ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା ସତର୍କ ରୁହ ଏହି ସବୁ ଜିଲ୍ଲା !

 
Weather
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୃଷ୍ଠି ହୋଇଛି ଆଉ ଏକ ଲଘୁଚାପ। ପାଞ୍ଚଦିନ ପର୍ଯ୍ୟନ୍ତ ହେବ ପ୍ରବଳ ବର୍ଷା।ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ କେନ୍ଦ୍ରୀୟ ବଙ୍ଗପସାଗରରେ ଉପରେ ଘୂର୍ଣି ବଳୟ ପ୍ରଭାବରେ ଓଡ଼ିଶା ଓ ଏହାର ନିକଟ ବର୍ତ୍ତି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଠି ହୋଇଛି। ଏଥି ସହ ମୌସୁମୀ ର ପ୍ରଭାବ ମଧ୍ୟ ରହିଛି।
ସେଥି ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ପାଗ ମେଘୁଆ ମଧ୍ୟ ରହିବ।୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନବରଙ୍ଗପୁର, ନୂଆପଡା, କୋରାପୁଟ, ରାୟଗଡ଼ା, ମାଲକାଗିରି ଓ ବରଗଡ଼ ଆଦି ଜିଲ୍ଲାରେ ଘଡ଼ ଘଡ଼ି ଓ ବିଜୁଳୀ ସହ ପ୍ରବଳ ବର୍ଷା ହୋଇଛି। ଏବଂ ଏହି ୭ ଟି ଜିଲ୍ଲା କୁ ମଧ୍ଯ ଆରେଞ୍ଜ ୱାର୍ଣିଁ ଦିଆ ଯାଇଛି। ଆଗକୁ ମଧ୍ଯ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଶିବ ବୋଲି କୁହା ଯାଉଛି।
ଏହି ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ଯ ସମ୍ଭାବନା ରହିଛି। ଏବଂ ଖାଲୁଆ ସ୍ଥାନରେ ମଧ୍ଯ ସାମରିକ ଜଳ ବନ୍ଦୀର ସମସ୍ୟା ମଧ୍ୟ ଉପୁଜି ପାରେ। ସେହି ପରି ୨୪ ଘଣ୍ଟା ମଧ୍ୟ ରେ ୧୧ ଜିଲ୍ଲା କୁ ବର୍ଷା ହେବା ପାଇଁ ୟେଲୋ ୱାର୍ଣିଗ ଦିଆ ଯାଇଛି। ଆସନ୍ତା କାଲି ପାଇଁ ୟେଲୋ ୱର୍ଣିଗ ୭ ଟି ଜିଲ୍ଲା ପାଇଁ ଜାରି କରା ଯାଇଛି।
ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ନୟାଗଡ଼, ଖୋର୍ଧା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୧୩ ତାରିଖ ଦିନ ବି ବ‌ର୍ଷାର ପ୍ରଭାବ ଖୁବ୍‌ ଅଧିକ ରହିବ। କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୋନପୁର ଓ ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ବର୍ଷିବା ସହ ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଖୋର୍ଧା, କନ୍ଧମାଳ, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ସମ୍ବଲପୁର, ଦେବଗଡ଼, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ।