Movie prime

ଜୀବନରେ ଆପଣଙ୍କୁ କେହି ଦୁଃଖ ଅପମାନ ଦେଲେ ଆପଣ କଣ କରିବେ ଦେଖନ୍ତୁ Motivation Talk

 
rgfg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନଙ୍କୁ ଯେତେବେଳେ କେହି କଷ୍ଟ ଦେଇ ଥାଆନ୍ତି କିମ୍ବା ଅପମାନ ଦେଇ ଥାଆନ୍ତି ସେତେବେଳେ ଆପଣ ଙ୍କ ପାଖରେ ଦୁଇଟି ଉପାୟ ଥାଏ ଆପଣ ମାନେ ପ୍ରତି ବଦଳରେ ସେମାନଙ୍କୁ ସେପରି ବ୍ୟବହାର ଦେଖାଇବେ କିମ୍ବା ଆପଣ ମାନେ ସେମାନଙ୍କୁ କିଛି ନକହି ସେଠାରେ ଚୁପ୍ ହୋଇଯିବେ। ଏହି ଦୁଇଟି ମଧ୍ୟରୁ କେଉଁଟି ଠିକ୍ ତାହା ଆଜି ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମ ରେ ଶୁଣାଇବୁ।

ଏକ ସାଧୁ ଥିଲେ ଓ ତାଙ୍କର ଦୁଇଟି ଆଶ୍ରମ ଥିଲା ତାଙ୍କର ଗୋଟେ ଆଶ୍ରମ ଗ୍ରାମରେ ଥିବା ବେଳେ ଅନ୍ୟ ଏକ ଆଶ୍ରମ ସହରରେ ଥିଲା। ସହର ରେ ଥିବା ଆଶ୍ରମରେ ଭଲ ସୁସ୍ୱାଦୁ ଖାଇବା ହେଉଥିଲା ଓ ସେହି ଖାଇବା ଯାହା ବଳୁ ଥିଲା ତାହାକୁ ସେଠାରେ ଥିବା ସାଧୁ ଙ୍କ ଏକ କୁକୁର ଖାଉଥିଲା। ସେହି ପରି ଗ୍ରାମରେ ଥିବା ଆଶ୍ରମରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଭଲ ଖାଦ୍ୟ ହେଉ ନଥିଲା ହେଲେ ସେଠାରେ ମଧ୍ୟ ଏକ ସାଧୁ ଙ୍କ କୁକୁର ଥିଲା ଯିଏକି ସବୁ ବଳୁ ଥିବା ଖାଦ୍ୟକୁ ଖାଉଥିଲା ।

ଏକଦା ସାଧୁ ସହରରେ ଥିବା କୁକୁର ଟିକୁ ଦେଖି ଭାବିଲେ ଯାହା ହେଉ ତାଙ୍କ କୁକୁର ଟି ବେଶ ମୋଟା ସୋଟା ହୋଇ ଭଲରେ ଅଛି। ଠିକ୍ ସେତିକି ବେଳେ ସେ ଭାବିଲେ ଗ୍ରାମରେ ଥିବା କୁକୁର ଟି ଖାଇବାକୁ ପାଉ ନାହିଁ ସେଥି ପାଇଁ ତାର ଅବସ୍ଥା ମଧ୍ୟ ଭଲ ନାହିଁ। ତେଣୁ ସାଧୁ ଜଣକ ଚିନ୍ତା କଲେ ଯେ ଗ୍ରାମରେ ଥିବା କୁକୁର ଟିକୁ ସେ ସହରକୁ ନେଇ ଆସିବେ। ଏବଂ ସେ ସେପରି ହିଁ କଲେ ଗ୍ରାମ ରୁ ସହରକୁ ୬୦ କିମି ର ରାସ୍ତା ସେହି ସମୟରେ କୌଣସି ଯାନ ବାହାନ ମଧ୍ୟ ନଥାଏ ସେଥି ପାଇଁ ସେଠାକୁ ତାଙ୍କୁ ଚାଲି ଚାଲି ଯିବାକୁ ପଡ଼େ ପ୍ରାୟ ପହଞ୍ଚିବାକୁ ୫ ଦିନ ଲାଗିଯାଏ।

ସାଧୁ ଜଣକ ୧୨ କିମି ଚାଲିବା ପରେ ଭାବିଲେ ନିକଟରେ ଥିବା ଗ୍ରାମରେ ନିଜ ସାଥିରେ ଥିବା କୁକୁର କୁ ଧରି ବିଶ୍ରାମ ନେବେ ଓ ତାହା ପରେ ପୁଣୀ ଯାତ୍ରା ଆରମ୍ଭ କରିବେ। ଏହା ଭାବି ସେ ଗ୍ରାମ ମଧ୍ୟକୁ ପ୍ରବେଶ କଲା ବେଳକୁ ଅନ୍ୟ କୁକୁର ମାନେ ଆସି ଭୁକିବାକୁ ଲାଗିଲେ ଗ୍ରାମ ମଧ୍ୟରେ ପ୍ରଵେଶ କରାଇବା ପାଇଁ ଦେଲେ ନାହିଁ। ସାଧୁ ସେଠାରୁ କୁକୁରକୁ ନେଇ ପଳାଇ ଆସି ଏକ ଗଛ ମୂଳେ ଖାଇଲେ ଏହି ପରି ଅନ୍ୟ ଗ୍ରାମକୁ ଗଲେ ମଧ୍ୟ ସମାନ ପରିସ୍ଥିତି ହେଲା ସେଥି ପାଇଁ ସାଧୁ କେଉଁଠାରେ ମଧ୍ୟ ରହିଲେ ନାହିଁ। ସବୁ ଠାରୁ ବଡ କଥା ହେଉଛି ସେ ୫ ଦିନ ବଦଳରେ ୨ ଦିନରେ ଆସି ପହଞ୍ଚି ଗଲେ ।

ଏଠାରେ ଭୁକୁ ଥିବା କୁକୁର ମାନଙ୍କୁ ଦୁଷ୍ଟ ଲୋକ ସହ ତୁଳନା କରାଯାଇଛି ଆପଣ ମାନେ ତାଙ୍କ ସହ ନାଲଢ଼ି ଯଦି ଆପଣଙ୍କର ଲକ୍ଷ୍ୟ ପଥରେ ଆଗେଇ ଯିବେ ତେବେ ଖୁବ ଶୀଘ୍ର ହିଁ ସଫଳତା ହାସଲ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.