Movie prime

ବୋହୁଥିଲେ ଶବ ଅଚାନକ ମାଡ଼ି ଆସିଲା ବନ୍ୟା ଦେଖନ୍ତୁ ତା ପରେ କଣ ହେଲା ହଠାତ୍ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଯାହା ଫଳରେ ପୁଣି ଥରେ ରାଜ୍ୟରେ ବନ୍ୟା ସ୍ଥିତି ଆଶଙ୍କା କରା ଯାଉଛି। ତେବେ ଏହାରି ମଧ୍ୟରେ ବନ୍ୟା କୁ ନେଇ ଆସିଛି ଏକ ବଡ ଖବର।
Special report
ଉପର ମୁଣ୍ଡରେ ତୁହା କୁ ତୁହା ବର୍ଷା ଜାରି ରହିଛି। ବର୍ଷା କାରଣରୁ ହୀରାକୁଦ ତାର ୨୨ ଟି ଗେଟ ଖୋଲି ଦେଇଛି। ତେବେ ବନ୍ଧୁଗଣ ଘଟଣାଟି ହେଉଛି ଶବ ନେଇ ଯାଉଥିବା ବେଳେ ହଠାତ ମାଡ଼ି ଆସିଲା ବନ୍ୟା ପାଣି ପରିବାର ଲୋକେ ଭାସି ଗଲେ। 
ନଦୀ ମଝିରେ ଯାଇଥିବା ତାରକୁ ଧରି ପାର ହେଲେ ପରିବାର ଲୋକେ। ଏହିପରି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ନୂଆଗାଁ ବ୍ଲକ ବାଗାଡ଼ି ଗାଁରେ। କବରରେ ଶବକୁ ରଖାଯାଇଛି।
Special report
ବଢ଼ି ନଦୀର ମଝିରେ ଥିବା ଏକ ତା'ରରେ ଶବକୁ ଉଦ୍ଧାର କରାଯାଇଛି। ଆଉ ସେହି ତାରକୁ ଧରି ନଦୀ ପାର ହେଉଛନ୍ତି ପରିବାର ଲୋକେ। ସାଙ୍ଗରେ ମଧ୍ୟ ରହିଛି କବରରେ ଥିବା ଶବ। 
ମଝିରେ ମଝିରେ ପାଣିରେ ଭାସି ଯାଉଛନ୍ତି ପରିବାର ଲୋକେ ହେଲେ ପହଁରି ଆସି ପୁଣି ଥରେ ତାରକୁ ଧରି ପାରି ହେଉଛନ୍ତି ନଦୀ। ଖବର ଅନୁଯାୟୀ ନଦୀର ସେପଟେ ବାଗାଡି, ଅଟ୍ରାଲି ଭଳି ଛୋଟ ଛୋଟ ଗାଁରେ ରୁହନ୍ତି ୯୦ରୁ ଅଧିକ ପରିବାର।
Special report
ହେଲେ ନୂଆଁଗାଁରୁ ନିଜ ଗାଁକୁ ଯିବାକୁ ହେଲେ ରାସ୍ତାରେ ପଡେ ଚିର୍ଶ୍ରୋତା ନାଳ। ସେହି ବାଟ ଦେଇ ସବୁବେଳେ ଲୋକେ ଯିବା ଆସିବା କରିଥାନ୍ତି। ହେଲେ ଏବେ ରାଜ୍ୟରେ ବର୍ଷା କାରଣରୁ ନଦୀରେ ପ୍ରବଳ ପାଣି। 
ଶନିବାର ଜଣେ ବୃଦ୍ଧାଙ୍କର ଡାକ୍ତରଖାନାରେ ମୃ-ତ୍ୟୁ ହେବାପରେ ଶ୍ମଶାନକୁ ନେବା ସମୟରେ ଏହି ନଦୀ ପାର ହେଇ ଯାଇଥିଲେ ପାରିବାର ଲୋକେ। ଶବକୁ ପାଣିରେ ବହି ନେଇ ମୃ-ତ୍ୟୁ ସହ ଲଢ଼ିଯାଇ କରିଥିଲେ ଶବ ସତ୍କାର।
ଗାଁରେ କେବଳ ପୋଲ ନଥିବାରୁ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପାରିବାର ଲୋକେ। ପୋଲ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲେ ସତ୍ବେ ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ। ଗାଁ ଲୋକଙ୍କ କଥା ରାଜ୍ୟ ସରକାର ଶୁଣିବାକୁ ନାରାଜ।