Movie prime

ଓଡ଼ିଆ ପୁଅ କୁ ଫ୍ରାନ୍ସ ର ଝିଅ ସହ...ଖୁସି ଖୁସି ରେ ହୋଇଗଲା ବିବାହ... ଆଉ ହଠାତ୍!!

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୂର୍ବରୁ ଅନେକ ବିଦେଶିନୀ ଆସି ଭାରତର ବୋହୂ ହୋଇ ସାରିଛନ୍ତି। ନିକଟରେ ବି ସେପରି ଏକ ଘଟଣା ଘଟିଛି। ଫ୍ରାନ୍ସର ଜଣେ ଯୁବତୀଙ୍କ ବିବାହ ଭଦ୍ରକର ଜଣେ ଯୁବକଙ୍କ ସହ ପୂର୍ଣ୍ଣ ରୀତିନୀତି ସହ ହୋଇଯାଇଛି।
ସେ ଦୁହେଁ ପରସ୍ପରଙ୍କ ପ୍ରେମରେ ଏପରି ପଡ଼ିଛନ୍ତି ଯେ ସାଥୀରେ ଜୀଇବା ଓ ମରିବାର ଶପଥ ନେବାକୁ ପଛାଇ ନାହାନ୍ତି। ଏହି ଦେଶୀ ଯୁବକ ଓ ବିଦେଶିନୀ ଯୁବତୀଙ୍କ ଏହି ନିଆରା ବିବାହ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକ ଭିଡ଼ ଜମୁଛି।
Gg
ଏହି ବିବାହର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି। କଥାରେ ଅଛି ପ୍ରେମ କେମିତି ହୁଏ, କାହା ସାଥିରେ ହୁଏ ଆଉ କାହିଁକି ହୁଏ କେବେ କେହିବି ଜାଣି ପାରିବେ ନାହିଁ। ଏମିତି କିଛି ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅଧୀନ ବେନ୍ତାଳ ଗାଁ ରେ।
ତେବେ ବନ୍ଧୁଗଣ ଓଡ଼ିଆ ବୋହୂ ହେଲେ ଫ୍ରାନ୍ସ ଝିଅ ଲୋରି। ହିନ୍ଦୁଧର୍ମରେ କଲେ ବିବାହ। ବନ୍ଧୁଗଣ ସୁଦୂର ଫ୍ରାନ୍ସ ରୁ ଆସିଛି କନିଆ ଭଦ୍ରକ କୁ ବିବାହ ପାଇଁ ପୁଣି ଜଣେ ଓଡ଼ିଆଙ୍କୁ।
Gy
ପ୍ରଦୀପ ମିଶ୍ର ନାମକ ଯୁବକ ଭୁବନେସ୍ୱର ରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ ସେହି ସଂସ୍ଥାରେ ମଧ୍ୟ ଫ୍ରାନ୍ସ ର ଯୁବତୀ ଲୋରି ମଧ୍ୟ ସେହି ସଂସ୍ଥାରେ କାମ କରୁଥିଲେ। ୨୦୧୫ ରୁ ଆରମ୍ଭ ହୋଇଥିଲା ଲୋରି ଓ ପ୍ରଦୀପ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଉ ୮ ବର୍ଷ ପରେ ସେହି ସମ୍ପର୍କ ଆଜି ବିବାହ ର ରୂପନେଇଛି।
ତେବେ ଦୁହେଁ ଦୁହିଁଙ୍କ ପରିବାର ଲୋକଙ୍କ ସହ କଥା ହେଇଥିଲେ। ଏହାପରେ ଉଭୟ ପକ୍ଷ ରାଜି ହୋଇଗଲେ ଆଉ ବିବାହ ପାଇଁ ତାରିଖ ଧାର୍ଯ୍ୟ ହେଇଥିଲା।
ସୁଦୂର ଫ୍ରାନ୍ସ ରୁ ଆସିଥିବା କନ୍ୟା ଲୋରି ଙ୍କ ପରିବାର ମଧ୍ୟ ଯୋଗଦେଇଛନ୍ତି। ବାହାଘର ରେ ଉଭୟ ବର ଓ କନ୍ୟା ଙ୍କ ପରିବାର ବେଶ ଖୁସିଥିବା ଜଣାପଡିଛି। ତେବେ ଫ୍ରାନ୍ସ ଝିଅ ଲୋରି ଗୋଡ଼ରେ ଆଙ୍କିଛନ୍ତି ଏକ ଟାଟୁ।
ଯାହା ଲେଖା ଅଛି ସବୁ ସମ୍ଭବପର ଵୋଲି। ତେବେ ବନ୍ଧୁଗଣ ଏହି ନିଆରା ବିବାହ ବର୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.