Movie prime

ଦେହ ରୁ ଭୂତ ଛଡେଇ ଦେବି କହି ମହିଳା ଙ୍କ ବଳାତ୍କାର କରିଦେଲା ଗୁଣିଆ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଖବର ଖୁବ ପ୍ରସାରିତ ହେବାରେ ଲାଗିଛି। କୁହା ଯାଉଛି କି ଭୂତ ଛାଡାଇବେ ବୋଲି କହି ଜଣେ ଭଣ୍ଡ ବାବା ମହିଳାଙ୍କୁ ବଳି ପକାଇ ଦେଇଛନ୍ତି।
ନବ ରାତ୍ରୀରେ ମହିଳାଙ୍କ ବେକ ଉପରେ ଚଢ଼ି କରୁଥିଲା ସାଧନା। ଆଉ ମାଆ ଙ୍କ ନିକଟରେ ମଣିଷ ବଳି ପକାଇ ସେ ଲାଭ କରୁଥିଲା ସିଦ୍ଧି। ମହିଳା ଜଣକ ଯେତେବେଳେ ମରି ଯାଇଥିଲେ ସେତେବେଳେ ମହିଳାଙ୍କ ଶବ କୁ ଫ୍ରିଜ ରେ ରଖିବାକୁ କହିଥିଲା ବାବା।
ନିଜ ଝିଅ ଦେହରୁ ଭୂତ ଛଡ଼ାଇବା ପାଇଁ ବାପା ମାଆ ନିଜ ଘରକୁ ଜଣେ ବାବା ଙ୍କୁ ଡାକି ପୂଜା ପାଠ କରୁଥିଲେ। ମହିଳାଙ୍କ ଦେହରୁ ଭୂତ ବାହାର କରିଦେବେ ବୋଲି କହି କେତେବେଳେ ହୋମ କରୁଥିଲେ ତ ପୁଣି କେତେବେଳେ ସେ ଲଙ୍କା ଧୂଆଁ ମଧ୍ୟ ଦେଉଥିଲେ।
Special report
ପାରିବାରିକ କଳହ କୁ କେନ୍ଦ୍ର କରି ମହିଳା ଜଣକ ନିଜର ଶାଶୁ ଘର ଛାଡ଼ି ତାଙ୍କର ବାପ ଘରକୁ ଚାଲି ଆସିଥିଲେ। ଏହାପରେ ବାପ ଘର ଲୋକେ ଅନ୍ଧ ବିଶ୍ଵାସ ର ଶିକାର ହୋଇଥିଲେ।
ଏହାପରେ ସେମାନେ ଭଣ୍ଡ ବାବା ମାନଙ୍କ ଆଶ୍ରୟ ମଧ୍ୟ ନେଇଥିଲେ। ଆଉ ବାବା ଜଣକ କହିଥିଲେ କି ମହିଳାଙ୍କ ଦେହରେ ଭୂତ ଲାଗିଛି ବୋଲି।ମହିଳାଙ୍କ ଦେହରୁ ଭୂତ ବାହାରି ଯିବ ହିକି କହି ବାବା ଜଣକ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ।
ଏହାପରେ ସେ ଭଣ୍ଡ ବାବା ନବ ରାତ୍ରୀରେ ଏକ ବଡ଼ ପୁଜା କରି ମହିଳାଙ୍କ ଦେହରୁ ଭୂତ ଛଡାଇବେ ବୋଲି କହିଥିଲେ। ଏହାପରେ ମହିଳାଙ୍କ ଘର ଲୋକେ ସେହି ବାବାଙ୍କ ହାତରେ ଟେକି ଦେଇଥିଲେ ତାଙ୍କ ଝିଅକୁ।
ଏପଟେ ବାବା ଜଣକ ମାଆ ଙ୍କ ପାଖରେ ମଣିଷ ବଳି ଦେଇ ସିଦ୍ଧି ଲାଭ କରିବାକୁ ଚାହୁଁ ଥିଲେ। ମହିଳା ଙ୍କୁ ସେ ଅନେକ ମାରପିଟ୍ ଓ ଯନ୍ତ୍ରଣା ଦେଉଥିବା ଦେଖି ପରିବାର ଲୋକେ ଯେତେବେଳେ ଅଟକାଇ ଥିଲେ ସେତେବେଳେ ବାବା ଜଣକ ତାଙ୍କ କଥା କିଛି ଶୁଣି ନଥିଲେ।
କହିଥିଲେ କି ଏଭଳି ନକଲେ ଭୂତ ଛାଡ଼ି ଯିବ ନାହିଁ। ଶେଷରେ ବାବା ଜଣକ ମହିଳାଙ୍କୁ ମାରି ମାରି ତାଙ୍କ ଜୀବନ ନେଇ ଯାଇଥିଲେ। ଏହି ବାବାଙ୍କୁ ଏବେ ପୋଲିସ ଗିରଫ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.