Movie prime

ବାହାଘରରେ ପହଞ୍ଚିଲେ ଅନେକ ଭିକାରୀ ଦେଖନ୍ତୁ ଭୋଜି ଖାଇବା ସହ ନବ ଦମ୍ପତିଙ୍କୁ ଦେଲେ ଏହିସବୁ ଉପହାର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘର ଘର ବୁଲି ଭିକ ମାଗୁଥିବା ଲୋକଙ୍କୁ ଭିକ ଦେଉଥିବା ଲୋକ ନିମନ୍ତ୍ରଣ କାର୍ଡ ଦେଇ ବିବାହକୁ ଡାକିଥିଲେ। ଆଉ ସେହି ଭିକ୍ଷୁକ ଜଣଙ୍କ ବଡ଼ ଲୋକଙ୍କ ବାହାଘରକୁ ଆସିଥିଲେ ମଧ୍ୟ।
Special Report
ତେବେ ବନ୍ଧୁଗଣ ବୃଦ୍ଧ ଦମ୍ପତି ବୟସ ୬୦ରୁ ଅଧିକ ହେବ, ପ୍ରତିଦିନ ଘର ଘର ବୁଲି ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାନ୍ତି। ତେଣୁ ସେ ଅଞ୍ଚଳର ଲୋକଙ୍କ ପାଇଁ ସେମାନେ ଚିହ୍ନା ମୁହଁ। 
କିନ୍ତୁ ଯେତେ ଚିହ୍ନା ଜଣା ଥିଲେ ବି ଦାଣ୍ଡର ଭିକାରୀକୁ ସାଧାରଣତଃ ବର୍ଗର ଲୋକ ସାମାଜିକ କାର୍ଯ୍ୟ କିମ୍ବା ଭୋଜିକୁ କେବେ ଆମନ୍ତ୍ରଣ କରନ୍ତି ନାହିଁ। କିନ୍ତୁ ଏଠି ସଂପୃକ୍ତ ବୃଦ୍ଧ ଭିକ୍ଷୁକ ଦମ୍ପତିଙ୍କୁ ସସମ୍ମାନେ ନିମନ୍ତ୍ରଣ କାର୍ଡ ଦେଇ ଡକାଯାଇଥିଲା।
Special Report
ଆଉ ଭିକ୍ଷୁକ ଦମ୍ପତି ପାଇଁ ଏହା ଯେତିକି ବଡ଼ ସମ୍ମାନ ଥିଲା ତାଠୁ ଅଧିକ ବଡ଼ ସୁଯୋଗ ଥିଲା ମନ ଭରି ଖାଇବାର। ତେଣୁ ସରଳ ଭିକ୍ଷୁକ ସ୍ବାମୀ-ସ୍ତ୍ରୀ ଯୋଡ଼ି ସଂକୋଚ ଛାଡ଼ି ବାବୁଙ୍କ ନିମନ୍ତ୍ରଣ ରକ୍ଷା କରି ବାହାଘରକୁ ଆସିଥିଲେ। ମିଳିଥିବା ସୂଚନା ଅନୁସାରେ ଘଟଣାଟି ପୁରୀ ଅଞ୍ଚଳର। 
ଛିଣ୍ଡା କନା, ଝାଳନାଳ ହୋଇ ବୁଲୁଥିବା ଭିକ୍ଷୁକଙ୍କୁ ବିବାହ ପାର୍ଟିରେ ଦେଖି ଚିହ୍ନିଥିବା ଲୋକ ଚମକି ପଡ଼ଥିଲେ । କେତେକ ଲୋକ ମୁହଁ ମଧ୍ୟ ମୋଡ଼ିଦେଇଥିଲେ । ହେଲେ କନ୍ୟା ପିତା ଭିକ୍ଷୁକ ଦମ୍ପତିଙ୍କୁ ପାଛୋଟି ନେଇ ପରିବାର ଲୋକ ଭଳି ଚର୍ଚ୍ଚା କରିଥିଲେ ।
Special Report
ବିବାହ ପାଇଁ ପ୍ରସ୍ତୁତ ଥିବା କନ୍ୟା ମଧ୍ୟ ତାଙ୍କୁ ସମ୍ମାନ ଜଣାଇଥିଲେ । ଦାରିଦ୍ର୍ୟତା ଭିତରେ ମଧ୍ୟ ରୀତିନୀତି ଭୁଲି ନଥିଲେ ବୃଦ୍ଧ ଦମ୍ପତି। ଯାହା ଅନେକଙ୍କ ଆଖିରେ ଲୁହ ଆଣିଥିଲା। 
Special Report
ଭିକ୍ଷୁକ ଦମ୍ପତି କନ୍ୟାକୁ ଆଶୀର୍ବାଦ ଦେବା ସହ ଉପହାର ଭାବେ ଘରୁ ଲୁଗାରେ ବାନ୍ଧି ଆଣିଥିବା କିଛି ରେଜା ବଢ଼ାଇ ଦେଇଥିଲେ। ହେଲେ କନ୍ୟାପିତା ସେମାନଙ୍କ ସମ୍ମାନ ରକ୍ଷା ପାଇଁ ଟଙ୍କାଟେ ରଖି ବାକି ଫେରାଇ ଦେଇଥିବା ଜଣାପଡ଼ିଛି।
ଆଉ ଏହାପରେ ସେମାନଙ୍କୁ ସୁସ୍ବାଦୁ ଭୋଜନ ସହ ନୂଆ ଲୁଗା ଦେଇ ବିଦାୟ କରିଥିଲେ। ଏଇ କିଛି ଘଣ୍ଟାର ଆଚାର ବ୍ୟବହାର ଏବଂ ଅନେକଙ୍କ ଗର୍ବ ଅଂହକାରକୁ ଚୁରମାର କରିଥିଲା।