Movie prime

ଟିକେ ଭୁଲ୍ ଲାଗି ବୁଢ଼ା କୁ ତଳେ ପକେଇ ଚାପିଦେଲା ଅଜଗର, ଦେଖନ୍ତୁ viral video

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏପରି କିଛି ପ୍ରାଣୀ ଅଛନ୍ତି ଯେଉଁ ମାନଙ୍କ ପାଖରୁ ମଣିଷମାନେ ଦୂରରେ ରହିବାକୁ ପସନ୍ଦ କରନ୍ତି। ବଣୁଆ ଜନ୍ତୁ ଓ ବିଷାକ୍ତ ପ୍ରାଣୀ ସବୁଠାରୁ ବିପଜ୍ଜନକ।
ବିଶେଷ କରି ଯଦି ଆମେ ସାପ ବିଷୟରେ କଥାବାର୍ତ୍ତା କରିବା, ତେବେ ସେମାନଙ୍କୁ ଦେଖିବା ପରେ ସମସ୍ତେ ଡରି ଯାଆନ୍ତି। ମଣିଷ ସାପଠାରୁ ଦୂରରେ ରହିବାକୁ ଚେଷ୍ଟା କରେ।
ସେମାନଙ୍କ ଭିତରୁ ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। 
ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।
ଭାଇରାଲ ହେଉଥିବା ଭିଡିଓରେ ଅଜଗର ଜଣେ ବୃଦ୍ଧଙ୍କୁ ନିଜର ଶିକାର ବନାଇବାକୁ ଚେଷ୍ଟା କରୁଛି। ତେବେ ଘଟଣାଟି ହେଉଛି ଜଣେ ବୃଦ୍ଧଙ୍କ ବେକରେ ଅଜଗର ସାପ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। 
ଏହି କାରଣରୁ ବୃଦ୍ଧ ଜଣକ ଅଣନିଶ୍ୱାସୀ ହୋଇଥିବା ମଧ୍ୟ ଜଣା ପଡିଛି। ତେବେ କୁହାଯାଇଛି କି, ଅଜଗର ଯେଉଁ ରାସ୍ତା ଦେଇ ଯାଉଥିଲା ସେହି ରାସ୍ତା ଦେଇ ବୃଦ୍ଧ ଯାଉଥିଲେ। ସେହି ସମୟର ବୃଦ୍ଧ ଅଜଗରକୁ ହଇରାଣ କରିଥିଲେ।
ଏଥିରେ ରାଗିଯାଇ ଅଜଗର ବୃଦ୍ଧଙ୍କୁ ଆ-କ୍ର-ମ-ଣ କରି ତାଙ୍କ ଗଳାରେ ଗୁଡ଼େଇ ହୋଇ ଯାଇଥିଲା। ଏହି ଦୃଶ୍ୟ ଦେଖି ଘଟଣା ସ୍ଥଳରେ ଥିବା ଦୁଇଜଣ ପିଲା ବୃଦ୍ଧଙ୍କ ବେକରୁ ଅଜଗର କାଢ଼ିବା ପାଇଁ ବହୁତ ଚେଷ୍ଟା କରିଥିଲେ। 
ଶେଷରେ ବୃଦ୍ଧ ଜଣକ ଅଣନିଶ୍ୱାସୀ ହୋଇ ଅଜଗର ସହ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ପିଲା ଦୁଇଜଣ ଅଜଗରର ମୁଣ୍ଡ ଓ ଲାଞ୍ଜକୁ ଧରି ତାଙ୍କ ବେକରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ।
ତାପରେ ପରିସ୍ଥିତି କଣ ଥିଲା ବା ବୃଦ୍ଧଙ୍କ ଅବସ୍ଥା କିପରି ଅଛି କିଛି ସ୍ପଷ୍ଟୀକରଣ କରାଯାଇ ନାହିଁ। ଯାହାବି ହେଉ ଏହା ସୋସିଆଲ ମିଡିଆରେ ଖୁବ୍ ଦ୍ରୁତ ଗତିରେ ଭାଇରାଲ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.