Movie prime

ମରିଗଲି ବାପା ବଞ୍ଚାଅ ମତେ, କହି ଚିଲ୍ଲାଉ ଥିଲା ଯୁବକ ଆଉ ଏପଟେ ଲୋକେ କରୁଥିଲେ କ୍ୟାମେରା ରେ ରେକର୍ଡ ! ଶେଷରେ ଯୁବକ ଚାଲିଗଲା

 
Special Report
ବର୍ତମାନ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଦୁଃଖ କରିବେ।ସାର୍କ ଆକ୍ରମଣରେ ଜଣେ ଯୁବକଙ୍କର ମୃ-ତ୍ୟୁ ହୋଇଥିବା ଘଟଣା ବର୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Special Report
ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ।ଏହାପରେ ଟାଇଗର ସାର୍କ ତାଙ୍କୁ ଗଭୀର ପାଣି ଭିତରକୁ ଟାଣି ନେଇ ଯାଇଥିଲା।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଥିଲେ ଯେ ଯେତେବେଳେ ସାର୍କ ଯୁବକଙ୍କୁ ଟାଣି ନେଉଥିଲା ସେତେବେଳେ ସେ ବାପା ବାପା ବୋଲି ଚିତ୍କାର କରୁଥିଲେ।ସୋସିଆଲ ମିଡ଼ିଆ ରେ ଏହାର ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କ ବଞ୍ଚାଅ ବୋଲି ଚିତ୍କାର କରିବା ସହିତ ସାହାଯ୍ୟ ପାଇଁ ନିବେଦନ କରିଥିଲେ।ଅନ୍ୟପକ୍ଷରେ, କୂଳରେ ଠିଆ ହୋଇଥିବା ଲୋକମାନେ ଚିତ୍କାର ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।
Special Report
ସୂଚନା ଅନୁସାରେ ଏହି ଘଟଣା Egypt ର ରେଡ ସି ରିସର୍ଟ ସହର ହୁରଗଡା ଉପକୂଳରେ ଘଟିଛି।ମୃତକ ଙ୍କ ନାମ କଣ ତାହା ସ୍ପଷ୍ଟ କରାଯାଇନାହିଁ।କିନ୍ତୁ ମୃ-ତ ଯୁବକଙ୍କ ବୟସ ୨୩ ବର୍ଷ ବୋଲି କୁହାଯାଇଛି।
ଆଉ ସେ ଋଷ ର ବାସିନ୍ଦା ଅଟନ୍ତି।କିନ୍ତୁ ଯୁବକ ଜଣକ ଦୀର୍ଘ ଦିନ ଧରି ମିଶରରେ ରହୁଥିଲେ। ସେ ତାଙ୍କ ପ୍ରେମିକ ସହିତ ସମୁଦ୍ର କୂଳକୁ ଯାଇଥିଲେ।ଗଭୀର ପାଣି ଭିତରକୁ ଯିବା ସମୟରେ ସାର୍କ ଆକ୍ରମଣ କରିଥିଲା।ଘଟଣା ସ୍ଥଳରେ ଯୁବକଙ୍କ ମୃ-ତ୍ୟୁ ହୋଇଥିଲା।
କିନ୍ତୁ ଯୁବକ ଙ୍କ ପ୍ରେମିକା ଙ୍କ ର କିଛି ହୋଇ ନଥିଲା।ସମୁଦ୍ର କୂଳରେ ଠିଆ ହୋଇଥିବା ଲୋକମାନେ ଏହି ଘଟଣାକୁ ଦେଖୁଥିବା ବେଳେ ଯୁବକ ଙ୍କ ବାପା ମଧ୍ୟ ଅସହାୟ ଭାବରେ ପୁଅର ମୃ-ତ୍ୟୁର ଦୃଶ୍ୟ ଦେଖୁଥିଲେ।
ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇ ପର୍ଯ୍ୟଟକଙ୍କୁ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ବାରଣ କରିଛି।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.