Movie prime

ବାଛନ୍ତୁ ନିଜର ଜନ୍ମ ମାସର ପ୍ରଜାପତି ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନରେ ଥିବା ସମ୍ପୂର୍ଣ ସତ ଭବିଷ୍ୟତ

 
Cc
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଦେଖିଥିବେ ଯେ ପ୍ରଜାପତି ମାନେ ପ୍ରାୟତଃ ଫୁଲ ଉପରେ ବସିଥାନ୍ତି ନଚେତ ଆକାଶ ରେ ଗମନ କରିଥାନ୍ତି। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଏହି ପ୍ରଜାପତି ଭବିଷ୍ୟତ ରେ ଆସୁଥିବା ଘଟଣା ର ସୂଚନା କିଛି ସଂକେତ ମାଧ୍ୟମରେ ପ୍ରଦାନ କରିଥାନ୍ତି।
ପ୍ରତ୍ୟେକ ମାସର ଥିବା ଭିନ୍ନ ପ୍ରଜାପତି ଆଗାମୀ ଦିନ ସମ୍ବନ୍ଧରେ ଆମକୁ ସଂକେତ ମାଧ୍ୟମରେ ଅବଗତ କରାଇଥାନ୍ତି। ତେବେ ଆପଣ ମାନେ ମଧ୍ୟ ନିଜ ଜନ୍ମ ମାସର ପ୍ରଜାପତି କୁ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ସମ୍ବନ୍ଧରେ।
Fc
1:- ଜାନୁଆରୀ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଉଦାର ସ୍ୱଭାବ ର ବ୍ୟକ୍ତିତ୍ବ ଅଟନ୍ତି। ଏହି ବ୍ୟକ୍ତି ମାନେ ବହୁତ ଶୀଘ୍ର ମିତ୍ର ବନାଇବା ରେ ସଫଳ ହୋଇଥାନ୍ତି। ଏମାନେ ସମସ୍ତଙ୍କ ସହିତ ମିତ୍ରତା ସ୍ଥାପନ କରିଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରଜାପତି ଭଳି ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି। ଲୋକମାନେ ଏମାନଙ୍କ ର ସର୍ବଦା ପ୍ରଶଂସା କରନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପ୍ରତି ଅନ୍ୟ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି।କିନ୍ତୁ ଏହି ବ୍ୟକ୍ତି ମାନେ ନିଜର ଏହି ଖାସ ଗୁଣ କୁ ଦେଖି ପାରନ୍ତି ନାହିଁ ଯାହା ଅନ୍ୟ ମାନେ ଦେଖି ପାରନ୍ତି।
2:- ଫେବୃଆରୀ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଭିଡ଼ ମଧ୍ୟରେ କେନ୍ଦ୍ରିତ ହୋଇଥାନ୍ତି। ଏମାନଙ୍କ ଆତ୍ମବିଶ୍ବାସ ଏତେ ଶକ୍ତିଶାଳୀ ହୋଇଥାଏ ଯେ କେହି ଚାହିଁଲେ ମଧ୍ୟ ଏମାନଙ୍କ ଆତ୍ମବିଶ୍ବାସ କୁ ଭାଙ୍ଗି ପାରନ୍ତି ନାହିଁ। ଲୋକମାନେ ଆପଣଙ୍କ ଏହି ଗୁଣ କୁ ବହୁତ ପସନ୍ଦ କରନ୍ତି ଏବଂ ଏହାଦ୍ବାରା ପ୍ରଭାବିତ ହୋଇଥାନ୍ତି।
Cf
3:- ମାର୍ଚ୍ଚ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କୁ ଯଦିଓ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ, କିନ୍ତୁ ଏମାନେ କେବେ ହାର ମାନି ନଥାନ୍ତି। ଏମାନେ ସର୍ବଦା ସମସ୍ତ ପରିସ୍ଥିତି ର ମୁକାବିଲା କରିଥାନ୍ତି। ଯାହା ଏମାନଙ୍କୁ ସଫଳତା ର ମାର୍ଗ ଆଡ଼କୁ ଅଗ୍ରସର କରିଥାଏ।ଏମାନେ ଦୃଢ଼ ନିଶ୍ଚୟୀ ହୋଇଥାନ୍ତି ଏବଂ ସୁଖପୁର୍ଣ୍ଣ ଜୀବନ ଅତିବାହିତ କରିବାରେ ବିଶ୍ୱାସ ରଖନ୍ତି।
4:- ଏପ୍ରିଲ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଭାବୁକ ହୋଇଥାନ୍ତି ଏବଂ ଏହି କଥା ସେମାନେ କାହାଠାରୁ ଗୁପ୍ତ ମଧ୍ୟ ରଖନ୍ତି ନାହିଁ। ଏହା ସହିତ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଯାହାକୁ ଜୀବନ ରେ ଭଲ ପାଇଥାନ୍ତି ତା ସହିତ ଜୀବନ ସାରା ଏକତ୍ର ହୋଇ ରୁହନ୍ତି।
5:- ମଇ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ଗମ୍ଭୀର ରୁହନ୍ତି ଏବଂ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାରେ ତତ୍ପର ରୁହନ୍ତି। ଏମାନଙ୍କ ଏହି ଖାସ ଗୁଣ ଲୋକମାନେ ବହୁତ ପସନ୍ଦ କରନ୍ତି।
6:- ଜୁନ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବ ର ହୋଇଥାନ୍ତି।ଏହି ବ୍ୟକ୍ତି ମାନେ ସର୍ଵଦା ଅନ୍ୟ ମଧ୍ୟରେ ଥିବା ବିଶେଷ ଗୁଣ କୁ ଜାଣି ପାରନ୍ତି।ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜଣେ ଭଲ ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି।
7:- ଜୁଲାଇ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସାହସୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ବାହାରୁ ରୁଷ୍ଟ ଜଣା ଯାଉଥିଲେ ମଧ୍ୟ ଭିତରୁ ଅତ୍ୟନ୍ତ କୋମଳ ଅଟନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ଅଧିକ ଭାବ ପ୍ରବଣତା ରହିଥାଏ ଏବଂ ଏମାନେ ସର୍ବଦା ଅନ୍ୟ ର ସାହାଯ୍ୟ କରନ୍ତି।
8:- ଅଗଷ୍ଟ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ କେବେବି ଅନ୍ୟର ଭରସା ରେ ରୁହନ୍ତି ନାହିଁ ଏବଂ ସର୍ଵଦା ନିଜର ମନୋବଳ ରେ ହିଁ ବିଶ୍ୱାସ ରଖନ୍ତି। ଏହି ବ୍ୟକ୍ତି ମାନେ ଭିଡ଼ ମଧ୍ୟରେ ବି ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।
9:- ସେପ୍ଟେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଜିଜ୍ଞାସୁ ବ୍ୟକ୍ତିତ୍ବ ର ଅଟନ୍ତି। ଏହି ବ୍ୟକ୍ତି ମାନଙ୍କ ବିଚାର କରିବାର କ୍ଷମତା ଅଦ୍ଭୁତ ହୋଇଥାଏ ଏବଂ ଏମାନେ ସର୍ଵଦା ଖୋଲା ଆଖିରେ ସ୍ୱପ୍ନ ଦେଖନ୍ତି ଏବଂ ଯେ କୌଣସି ଉପାୟ ରେ ତା’କୁ ପୂର୍ଣ୍ଣ କରନ୍ତି।
10:- ଅକ୍ଟୋବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଜୀବନ ର ଯେ କୌଣସି ପରିସ୍ଥିତି ର ସାମ୍ନା ଅତି ସହଜରେ କରିଥାନ୍ତି। ଏମାନେ କଠିନ ପରିଶ୍ରମୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଜଣେ ସହଯୋଗୀ ବ୍ୟକ୍ତିତ୍ବ ଅଟନ୍ତି। ଏମାନେ ସର୍ଵଦା ଆବଶ୍ୟକ ଥିବା ବ୍ୟକ୍ତି ର ସାହାଯ୍ୟ କରିଥାନ୍ତି।
11:- ନଭେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ସ୍ୱଭାବ ସମ୍ବନ୍ଧରେ କୌଣସି ବ୍ୟକ୍ତି ମଧ୍ୟ ଜାଣି ପାରି ନଥାନ୍ତି। ଏମାନେ ନିଜ ଜୀବନରେ କଣ କରିବାକୁ ଚାହିଁଥାନ୍ତି ତାହା କେବଳ ସେମାନେ ହିଁ ଜାଣିଥାନ୍ତି। ଏମାନେ ଆକାଶ ଛୁଆଁ ସ୍ୱପ୍ନ ଦେଖିଥାନ୍ତି ଏବଂ ଅନ୍ୟ ପକ୍ଷରେ ନିଜର ପାଦକୁ ପୃଥିବୀ ପୃଷ୍ଠ ରେ ଜମାଇ ରଖନ୍ତି। ଏମାନଙ୍କ ଏହି ଅଦ୍ଭୁତ ସ୍ୱଭାବ ଲୋକମାନେ ପସନ୍ଦ ମଧ୍ୟ କରିଥାନ୍ତି।
12:- ଡିସେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଏପରି ସ୍ୱଭାବ ର ମାଲିକ ହୋଇଥାନ୍ତି ଯାହା ସେମାନଙ୍କୁ ସଫଳତା ମାର୍ଗ ରେ ଅଗ୍ରସର କରିଥାଏ। ଏମାନେ ସର୍ଵଦା ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି। ଜୀବନ ରେ ସର୍ଵଦା ଅଧିକ ଆଶା ରଖିଥାନ୍ତି ଡ଼ ଏଥିପାଇଁ ଏହି ବ୍ୟକ୍ତି ମାନେ ପରିଶ୍ରମ ମଧ୍ୟ କରିଥାନ୍ତି। ଏମାନଙ୍କ ଏହି ସ୍ୱଭାବ ଅନ୍ୟ ମାନେ ବହୁତ ପସନ୍ଦ କରିଥାନ୍ତି।