Movie prime

ସାୟା ତଳେ ଚୋରି କରି ନେଉଥିଲେ ସୁନା ଗହଣା ଦେଖନ୍ତୁ କେମିତି ପଡିଲେ ଧରା VIRAl CCTV FOOTAGE

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ପ୍ରତିଦିନ ଚୋରୀ ଆଉ ଚୋରକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ଚୋର ଚୋରି କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ।
Special Report
କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓରେ ଦେଖିବାକୁ ମିଳୁଛି ଦୁଇଭଉଣୀ ଏକ ଛୋଟ ଛୁଆକୁ ଧରି ଦୋକାନକୁ ଆସିଥିଲେ ସୁନା କିଣିବା ପାଇଁ। 
ଦୋକାନୀକୁ ସୁନା ଦର ପଚାରିବା ସହ ତାଙ୍କୁ ସୁନା କାନଫୁଲ ସୁନା ଚୁଡ଼ି ଦେଖେଇବାକୁ କହିଥିଲେ। ଆଉ ଦୋକାନୀ ମଧ୍ୟ ଗୋଟେ ପରେ ଗୋଟେ ବକ୍ସ ଆଣି ଦୁଇଭଉଣୀଙ୍କୁ ସୁନା ଦେଖାଇଥିଲେ।
Special Report
ଦୁଇ ଭଉଣୀ ଦୋକାନୀଙ୍କୁ କିଛି ପସନ୍ଦ ଆସୁନି ବୋଲି କହିବା ସହ ଆଉ ନୂଆ ଡିଜାଇନ୍ ଦେଖେଇବା ପାଇଁ କହିଥିଲେ। ଏପଟେ ଦୋକାନୀ ସୁନା ଗହଣା ଦେଖେଇବା ପାଇଁ ଭିତରକୁ ଯାଇଥିବା ବେଳେ ତାହାର ସୁଯୋଗ ଉଠାଇ ଦୁଇ ଭଉଣୀ କୋଟି କୋଟି ଟଙ୍କାର ସୁନା ବକ୍ସ ଲୁଚାଇ ନେଇ ଯାଇଥିଲେ। 
ଆଉ ଦୁଇ ଭଉଣୀ କିଛି ପସନ୍ଦ ଆସୁନି ବୋଲି କହି ସେଠାରୁ ଚାଲିଯାଇଥିଲେ। ଏହି ଦୁଇ ଭଉଣୀ ଏମିତି ଗୋଟେ ଦୋକାନ ନୁହେଁ ଅନେକ ଦୋକାନରେ କଳା କନା ବୁଲେଇଛନ୍ତି ହେଲେ ସେମାନେ ଭାବୁଥିଲେ ଯେ କେବେ ହେଲେ ଧରା ପଡ଼ିବେନି।
Special Report
କିନ୍ତୁ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁଇ ଭଉଣୀଙ୍କର ସବୁ କଳାକାରନାମା ଧରାପଡ଼ି ଯାଇଥିଲା। ଦୁଇ ଭଉଣୀ ଦୋକାନରୁ ଯିବା ପରେ ଯେତେବେଳେ ଦୋକାନୀ ସୁନା ସବୁ ରଖିଥିଲା ସେତେବେଳେ ଗୋଟି ଗୋଟି ଟଙ୍କାର ସୁନା ବକ୍ସ ପାଇନଥିଲା। 
ଆଉ ଦୋକାନୀ ସୁନା ବକ୍ସ ନପାଇବାରୁ ସିସିଟିଭି ଫୁଟେଜ ଚେକ୍ କରିଥିଲା। ଏନେଇ ସୁନା ଦୋକାନୀ ଜଣକ ଥାନାର ଦ୍ୱାରସ୍ଥ ହେବା ସହ ଦୁଇ ଭଉଣୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ।
ଘଟଣା ସ୍ଥଳରେ ପୋଲିସ ତଦନ୍ତ କରିବା ସହିତ ଦୁଇ ଭଉଣୀଙ୍କୁ ମଧ୍ୟ ଗିରଫ କରିଥିଲା। ଏହି ଦୃଶ୍ୟଟି ଗୁଜୁରାଟରେ ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.