Movie prime

ବାତ୍ୟା ଗୁଜବ ପରେ ଏବେ ଦାଉ ଦାଉ ଖରା, ସିଝୁଛନ୍ତି ଓଡ଼ିଶା ବାସୀ.. ଟିକେ ପାଣି ଆଉ ପବନ ପାଇଁ ଏଠି ଡହଳ ବିକଳ

 
Bh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା 'ମୋକା'। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି।
ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୪ ତାରିଖ ପୂର୍ବାହ୍ନରେ ବାତ୍ୟା 'ମୋକା' ଏହା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ। 
ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା 'ମୋକା'ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
Hh
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। 
ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି। ଅନ୍ୟପକ୍ଷରେ ରାଜ୍ୟରେ ଜାରି ରହିଛି ଅସସ୍ୟ ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଆଗକୁ ବି ତାତିରୁ ନାହିଁ ନିସ୍ତାର।
ଆସନ୍ତାକାଲିଠୁ ଆହୁରି ପାରଦ ବଢିବ ବୋଲି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ତିନି ରୁ ୪ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କିଛି ପରିବର୍ତନ ହେବାକୁ ନଥିବା ବେଳେ ୧୫ ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ବିଭାଗ।
୧୫ ତାରିଖରେ ଝାରସୁଗୁଡା, ସୁଦରଗଡ, ସମ୍ବଲପୁର ଅନୁଗୁଳ, ରେ ଗ୍ରୀଷ୍ମ ପ୍ରବାହ ଜାରିକରିଛି ବିଭାଗ । ସେହିପରି ୧୬ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଅନୁଗୁଳ ସୋନପୁର ବୌଦ୍ଧ ବଲାଙ୍ଗୀର ରେ ଗ୍ରୀଷ୍ମ ପ୍ରବାହ ଜାରିକରିଛି ବିଭାଗ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.