Movie prime

ବିଚ ରାସ୍ତାରୁ ଉଠାଇ ନେଲେ ୧୦ ଛେଳି ଦେଖନ୍ତୁ କେମିତି ସମସ୍ତଙ୍କ ସାମ୍ନାରେ କଲେ ଛେଳି ଚୋରି - Viral Video

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚୋରି, ଲୁଟ୍‌ ଭଳି ଅପରାଧିକ ଖବର ପ୍ରାୟ ନିତିଦିନିଆ ଘଟଣା ପାଲଟିଲାଣି। ପ୍ରତ୍ୟେକ ଦିନ କେଉଁଠିନା କେଉଁଠି ଏପରି ଖବର ଘଟୁଥିବାବେଳେ ନଜରକୁ ମଧ୍ୟ ଆସୁଛି।
Special report
ଚୋରି କହିଲେ ଆପଣ ରାତିର ଅନ୍ଧକାର ହେଉ କି ଦିନର ଆଲୁଅରେ ଚୋରମାନେ ଲୁଚି ଲୁଚି ଚୋରିକରୁଥିବା କଥା ଜାଣିଥିବେ। ଅନେକ ସମୟରେ ଆପଣ ଚୋରି ସମୟର ସିସିଟିଭି ଫୁଟେଜ ଦେଖିଥିବେ। ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 
ଯେଉଁଥିରେ ଚୋରମାନେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଚୋରି କରିଥିଲେ। ତେବେ ବନ୍ଧୁଗଣ ସମସ୍ତଙ୍କ ସାମ୍ନାରେ ରାଜରାସ୍ତାରେ ଚୋର ଚୋରି କରିନେଉଥିବା କଥା କେବେ ବି ଜାଣିନଥିବେ। ହେଲେ ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି।
Special report
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଫିଲ୍ମ ଷ୍ଟାଇଲରେ ଟ୍ରକର ପଛପଟେ ପ୍ରବେଶ କରି ଛେଳି ଚୋରି କରୁଥିବା ଦେଖିବାକୁ ମିଳିଛି। ବିଚ୍‌ ରାସ୍ତାରେ ସେ ପୁଣି ହାଇୱେରୁ ଲୁଟୁଛି ଚୋର। 
ଏମିତି ସେମିତି ଜିନିଷ ଚୋରି ହେଉନାହିଁ, ଚୋରି କରାଯାଉଛି ବଡ଼ ବଡ଼ ଛୋଳି। ଜଣେ ବ୍ୟକ୍ତି ହାଇୱେରେ ଯାଉଥିବା ଏକ ବଡ଼ ଟ୍ରକ୍‌ରୁ ଗୋଟିଏ ପରେ ଗୋଟିଏ ଛେଳିକୁ ଲୁଟି ଚାଲିଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
Special report
ଘଟଣାଟି ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଜଣେ ବ୍ୟକ୍ତି ଏକ ଚଳନ୍ତା ବଡ଼ ଟ୍ରକ୍‌ ଉପରେ ଚଢ଼ିବା ସହ ଗୋଟିଏ ପରେ ଗୋଟିଏ ଛେଳି ଗୁଡ଼ିକୁ ଟ୍ରକ୍‌ ଭିତରୁ ବାହାରକରି ରାସ୍ତା ଉପରକୁ ଫିଙ୍ଗିଦେଉଛନ୍ତି। 
ପାଖାପାଖି ଟ୍ରକ୍‌ ଭିତରୁ ୧୦ଟି ଛେଳି ଚୋରି କରାଯାଇଥିବା ଅନୁମାନ କରାଯାଉଛି। ଖାଲି ସେତିକି ନୁହେଁ, ଛେଳି ଚୋରି କରିବା ପରେ ସମ୍ପୃକ୍ତ ଯୁବକ ଜଣକ ଧୀରେ ଧୀରେ ଏକ କାର୍‌ର ଛାତ ଉପରେ ପାଦ ଦେଇ ବାହାରକୁ ଚାଲିଆସୁଛନ୍ତି ।
ଏହି ସମସ୍ତ ଘଟଣାର ଦୃଶ୍ୟକୁ ଟ୍ରକ୍‌ ପଛରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଫୋନ୍‌ରେ ଭିଡିଓ କରିଥିବା ଜଣାପଡ଼ିଛି। ଭିଡିଓଟିକୁ ‘ମୋହିତ ଶର୍ମା’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଥିବା ବେଳେ ଅନେକ ଦର୍ଶକ ଏହାକୁ ଲାଇକ୍‌ କରିବା ସହ ନିଜର ମତାମତ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.