Movie prime

ଏମିତି ହେଲା ଭୂମିକମ୍ପ ଦେଖୁ ଦେଖୁ ଚାଲିଗଲା ହଜାର ହଜାର ଜୀବନ ଦେଖନ୍ତୁ କେଉଁଠି ପ୍ରକୃତି ରଚିଲା ଏମିତି ତାଣ୍ଡବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରକୃତିର ତାଣ୍ଡବ ପରେ ମରକ୍କୋରେ ବଢୁଛି ମୃ-ତ୍ୟୁ ସଂଖ୍ୟା। ଦୁଇ ହଜାରେ ଟପିଲାଣି ମୃ-ତ୍ୟୁ ସଂଖ୍ୟା। ଏବେବି ଧ୍ବଂଶବିଧ୍ବଂସ ଘର ତଳୁ ମୃ-ତଦେହ ଉଦ୍ଧାର ହେଉଛି। ଆଗକୁ ଆହୁରି ମୃ-ତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଂକା କରାଯାଉଛି।
Special report
ତେବେ ବନ୍ଧୁଗଣ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ବଢୁଛି ଭୂକମ୍ପ ମୃ-ତ୍ୟୁସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହେଲାଣି। ୨ହଜାରରୁ ଅଧିକ ଆହତ ହୋଇଛନ୍ତି। 
ଆଗକୁ ଆହୁରି ଅଧିକ ହୋଇପାରେ ମୃ-ତାହତଙ୍କ ସଂଖ୍ୟା। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଚାଲିଛି ରେସକ୍ୟୁ ଅପରେସନ୍। ମାଟି ତଳୁ ଖୋଜା ଚାଲିଛି ମଣିଷ। ଧ୍ବଂସାବଶେଷ ତଳେ ଅନେକ ଫସି ରହିଥିବା ଓ ଚାପି ହୋଇ ରହିଥିବା
Special report
 ଅନୁମାନ କରାଯାଉଛି। ଉଦ୍ଧାର ଓ ଚିକିତ୍ସା କାମରେ ଅହରହ ଲାଗିଛନ୍ତି ୨୫୦ରୁ ଅଧିକ ମେଡିକାଲ୍, ରିଲିଫ ଓ ରେସକ୍ୟୁ ଟିମ୍। ଶୁକ୍ରବାର ରାତିରେ ୬.୮ ତୀବ୍ରତା ଭୂମିକଂପରେ ଥରିଥିଲା ମରକ୍କୋର ମାରାକେସ ସହର। 
ଏହାସହ ଅଲ ହୌଜ, ଓଆରଜାଟେ, ଅଜିଲାଲ, ଚିଚାଓଆ ଆଦି ଅଞ୍ଚଳରେ ହୋଇଥିଲା କମ୍ପନ। ମଧ୍ୟ ରାତିରେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅନେକ ଲୋକ ଘରୁ ବାହାରି ପାରିନଥିଲେ।
Special report
ସହରର ଅଧିକାଂଶ କୋଠା ମାଟିରେ ମିଶିଥିବା ବେଳେ ବହୁ ବିଲ୍ଡିଂ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଭୂକଂପ ଗ୍ରାମୀଣ ଅଞ୍ଚଳରେ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଏବେ ବି ପ୍ରଭାବିତ ଘର ଭିତରକୁ ଯିବା ପାଇଁ ଭୟ କରୁଛନ୍ତି। 
ପୂର୍ବରୁ ୨୦୦୪ରେ ଉତ୍ତର ପୂର୍ବ ମରକ୍କୋର ଅଲ୍ ହୋକିଇମା ଠାରେ ଶକ୍ତିଶାଳୀ ଭୂମିକଂପରେ ୬୨୮ ଜଣ ଲୋକଙ୍କ ଜୀବନ ହାନି ହୋଇଥିଲା। ୬୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ।
ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା। ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃ-ତ୍ୟୁ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.