Movie prime

ଫେସବୁକ୍ ରେ ପ୍ରେମ ଭଡ଼ା ଘରେ ନାଟ ଦେଖନ୍ତୁ ଧରା ପଡ଼ିଲା ସବୁ ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବନ୍ଧୁଗଣ କେଉଁଠି ପ୍ରେମ ପାଇଁ କିଏ ଆ-ତ୍ମହ-ତ୍ୟା କଲାଣି ତ କିଏ ହ-ତ୍ୟା । ପୁଣି କେଉଁଠି ଭୁଲ କାମ କରିଥିବାର ଧରା ପଡୁଛନ୍ତି। ତେବେ ବନ୍ଧୁଗଣ ଭଡାଘରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ । ଫେସବୁକ ଜରିଆରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ।
Special report
ହେଲେ ବିବାହ ପାଇଁ ମିଳୁନଥିଲା ଅନୁମତି। ଯେଉଁଥିପାଇଁ ୧୪ଦିନ ହେବ ଉଭୟ ଫେରାର ହୋଇଯାଇଥିଲେ। ତେବେ ଆଜି ବୌଦ୍ଧ ସହରର ବୁଟୁପାଲି ଆନନ୍ଦ ବିହାର ସ୍ଥିତ ଏକ ଭଡା ଘରୁ ୨ଜଣ ଫେସବୁକ ପ୍ରେମୀ ଯୁଗଳଙ୍କୁ ସ୍ଥାନୀୟ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି। 
ପୁଅ କନ୍ଧମାଳ ଜିଲ୍ଲାର ଏବଂ ଝିଅ ସୋନପୁର ଜିଲ୍ଲା ଦୁଙ୍ଗୁରୀପାଲି ଅଞ୍ଚଳର ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ ପ୍ରଥମେ ପ୍ରେମ୍ ସମ୍ପର୍କ ଫେସବୁକରୁ ଆରମ୍ଭ ହୋଇ ଧିରେ ଧିରେ ବଢ଼ିବାକୁ ଲଗିଥିଲା।
ହେଲେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହକୁ ବିରୋଧ କରୁଥିଲେ ସେଥିପାଇଁ ଉଭୟ ପ୍ରେମୀ ଯୁଗଳ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଡୁଙ୍ଗିରୀପାଲି ପୋଲିସ ଯୁବତୀଙ୍କୁ ଖୋଜୁଥିଲା। ବିଭିନ୍ନ ଜାଗା ପରିବର୍ତ୍ତନ କରିଥିବା 
Special report
ଏହି ପ୍ରେମି ଯୁଗଳଙ୍କୁ ଅତି ଚତୁରତାର ସହିତ ଏକ ଭଡ଼ାଘରୁ ଠାବ କରିଥିଲା ପୋଲିସ। ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପୋଲିସ ସେମାନଙ୍କର ମୋବାଇଲ ଟ୍ରାକ କରି ଏକାଧିକ ଭଡ଼ା ଘରୁକୁ ଯାଇଥିଲା।
ହେଲେ ପତା ନପାଇ ଫେରି ଯାଇଥିଲା। ଏହି ଘଟଣାଟି ପ୍ରଘଟ ହେବାରୁ ସ୍ଥାନୀୟ ଲୋକେ ପ୍ରେମିଯୁଗଳଙ୍କ ଉପରେ ନଜର ରଖିଥିଲେ। ଆଉ ଆଜି ସ୍ଥାନୀୟ ଲୋକେ ପ୍ରେମୀ ଯୁଗଳଙ୍କୁ ଦେଖି ସାଙ୍ଗେ ସାଙ୍ଗେ ଡୁଙ୍ଗୁରୀପାଲି ପୋଲିସକୁ ଜଣାଇଥିଲେ।
ଡୁଙ୍ଗୁରୀପାଲି ପୋଲିସ ବୌଦ୍ଧ ଥାନାକୁ ସୂଚିତ କରାଇ ସେମାନଙ୍କୁ ଉଦ୍ଧାର କରି ଅଟକ ରଖିବା ପାଇଁ ଅନୁରୋଧ କରିଥିଲା। ଖବର ପାଇବା ପରେ ବୌଦ୍ଧ ପୋଲିସ ବୁଟୁପାଲି ଆନନ୍ଦ ବିହାର ସ୍ଥିତ ଏକ ଭଡ଼ା ଘରରୁ ଠାବ କରିଥିଲା।
ପରେ ଯୁବତୀଙ୍କ ପରିବାର ଲୋକେ ଓ ସେଠାକାର ପୋଲିସ ବୌଦ୍ଧ ଥାନାରେ ପହଞ୍ଚି ଯୁବତୀଙ୍କୁ ସାଥିରେ ନେବା ପାଇଁ କହିଥିଲେ। ହେଲେ ଯୁବତୀ ଜଣକ ସେଥିରେ ସହମତି ନହେବାରୁ ପରିବାର ଲୋକେ ଘରକୁ ଫେରିଯାଇଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.