Movie prime

ପ୍ରଯୋଜକ ଦୀପ୍ତି ଓରଫ ଶିତାଶୁ କୁ ବାନ୍ଧିଲା ପୋଲିସ, ମିକ୍ଚର ମେସିନ ଚୋରି ଅଭିଯୋଗ ରେ ଥିଲା ଫେରାର

 
Shs
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଗିରଫ ହୋଇଛନ୍ତି ପ୍ରଯୋଜକ।ଦୀପ୍ତି ରଞ୍ଜନ ମହାନ୍ତି ଙ୍କୁ ପୋଲିସ ଗିରଫ କରିଛନ୍ତି।କିଛି ଦିନ ତଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିବା ନିଜକୁ ପ୍ରଯୋଜକ କହୁଥିବା ଦୀପ୍ତି ରଞ୍ଜନ ମହାନ୍ତି ଆଜି ଗିରଫ ହୋଇଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲାର କୁଦା ନଗରୀ ଥାନା ରେ ପ୍ରଯୋଜକ ତଥା ଦୀପ୍ତି ରଞ୍ଜନ ମହାନ୍ତି ଗିରଫ ହୋଇ ଅଛନ୍ତି ବୋଲି ସୂଚନା ମିଳିଛି।ଦୀର୍ଘ ଦିନ ହେବ ଲୋକଙ୍କୁ ଠକି ଆସୁଥିବା ଅଭିଯୋଗ ହୋଇଥିଲା।
ଆପଣମାନେ ଜାଣିଥିବେ ସେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ମଧ୍ୟ ପଚାଶ ହଜାର ଟଙ୍କା ର ଚେକ୍ ଦେଇ ଠକି ଦେଇଥିବା ଘଟଣା ମଧ୍ୟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏଥିପାଇଁ ଦର୍ଶକ ମାନେ ମଧ୍ୟ ତାଙ୍କୁ ମାଡ଼ ମାରିଥିବା ର ଭିଡିଓ ଦେଖିବାକୁ ମିଳିଥିଲା।ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛନ୍ତି କେଉଁଠୁ ଲାପଟପ୍ ଆଉ କେଉଁଠୁ ମେସିନ ଆଉ କେଉଁଠି ରାସନ ଦୋକାନ ରେ ବାକି କରି ଖାଇଛ ନ୍ତି ବୋଲି ଜଣାପଡିଛି।
ଯାହାଙ୍କ ଦୋକାନରେ ବାକି କରି ଖାଇଥିଲେ ସେ ମଧ୍ୟ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ ତାଙ୍କ ପାଖରୁ ଚାରି ହଜାର ଟଙ୍କା ନେଇଥିଲେ କିନ୍ତୁ ତାଙ୍କୁ ଆଉ ଫେରାଇ ନାହାଁନ୍ତି ଏବଂ ତାଙ୍କ ଫୋନ କୁ ବନ୍ଦ କରି ଦେଇଥିଲେ।ଯାହାଫଳରେ ବ୍ୟକ୍ତି ଜଣଙ୍କ ତାଙ୍କ ସହିତ କଥା ହୋଇ ପାରି ନଥିଲେ।କିନ୍ତୁ ବର୍ତ୍ତମାନ ସେ ଗିରଫ ହୋଇଛନ୍ତି।ଅନେକ ଲୋକମାନେ ଏହି କଥା ଶୁଣି ବହୁତ ଖୁସି ହେଉଥିବାର ଦେଖିବାକୁ ମିଳିଛି।
କିନ୍ତୁ ଆଉ କିଛି ଲୋକମାନେ ଏହାର ବିପକ୍ଷରେ ଅଛନ୍ତି।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ପୋଲିସ ଏତେ ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିବା ପାଇଁ ମିଶନ ଆରମ୍ଭ କରି ଦେଇଥିଲେ।ଏବଂ ସଫଳ ମଧ୍ୟ ହୋଇଛନ୍ତି।ପ୍ରଯୋଜକ ସୁଧାଂଶୁ ଙ୍କ ନାମ ହେଉଛି ଦୀପ୍ତି ରଞ୍ଜନ ମହାନ୍ତି।ଫେବୃଆରୀ ମାସରୁ ପୋଲିସ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ।ଏବେ ତାଙ୍କୁ ଗିରଫ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.