Movie prime

ଗୋପାଳ ଆଗରୁ ଥିଲା ବହୁତ୍ ରୋମାଣ୍ଟିକ, କରିଥିଲା କଲେଜ୍ ପ୍ରେମ ଆଉ ସେତେବେଳେ ଝିଅ ଙ୍କୁ ବି କରିଥିଲା ପ୍ରପୋଜ

 
bh

ସାମ୍ନାକୁ ଆସିଲା ପୂର୍ବତନ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ ଙ୍କ ଲଭ ଷ୍ଟୋରୀ। ଟିନ୍ ଏଜରୁ ଗୋପାଳ ପ୍ରେମ କରିଥିଲେ।ପ୍ରେମ ରୁ ଆରମ୍ଭ ହୋଇଥିଲା ପାଗଳାମି।କଲେଜରେ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ।ତାହା ଏକତରଫା ଥିଲା।ଏହାପରେ ଗୋପାଳ ପ୍ରେମରେ ଧୋକା ଖାଇଥିଲେ। ନବ କିଶୋର ଦାସ୍ ହ-ତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ ଙ୍କ ଲଭ୍ ଷ୍ଟୋରି କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ପ୍ରେମ ରୁ ତାଙ୍କର ପାଗଳାମି ଆରମ୍ଭ ହୋଇଛି ବୋଲି କୁହାଯାଉଛି।ଟିନ୍ ଏଜର ପ୍ରେମ ହିଁ ତାଙ୍କ ଜୀବନରେ ଟେନ୍ସନ୍ ଆଣି ଦେଇଥିବା ଜଣାପଡିଛି।ହ-ତ୍ୟା-କା-ଣ୍ଡ ପଛରେ ଯେଉଁ ମାନସିକ ଖରାପ କଥା କୁହାଯାଇଛି ତାହା ଏହି ଦଶ ବର୍ଷର ନୁହେଁ କଲେଜ ବେଳରୁ ଆରମ୍ଭ ହୋଇଥିବା ଜଣାପଡିଛି।ଗୋପାଳ କଲେଜ ରେ ପାଠ ପଢିଥିବା ବେଳେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ।ଯେତେବେଳେ ସେ ଯୁକ୍ତ ଦୁଇ ରେ ପାଠ ପଢୁଥିଲେ।

ଯୁବତୀ ଜଣଙ୍କ ଗୋପାଳଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ।ଯାହାଫଳରେ ଗୋପାଳ ମାନସିକ ଭାରସାମ୍ୟ ହରାଇବା ସହିତ ପ୍ରାୟ ତିନି ମାସ କାଳ ପାଗଳ ହୋଇ ଯାଇଥିଲେ।ସେତେବେଳେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଥିଲେ।ମାନସିକ ରୋଗ ବିଶେଷଜ୍ଞ ଙ୍କ ଠାରୁ ମେଡିସିନ ଖାଇବା ସହିତ ଦୁଇ ଦୁଇ ଥର ଇଲେଟ୍ରିକ୍ ସକ୍ ନେଇଥିବା କଥା ନିଜେ ଗୋପାଳ କୃଷ୍ଣ ଦାସ କହିଛନ୍ତି।

ଚୌଦ୍ଵାର ମଣ୍ଡଳ ଜେଲ୍ ସେଲ୍ ନମ୍ବର ୩ ନବ ଦାସ୍ ହ-ତ୍ୟା-କା-ଣ୍ଡ ଅଭିଯୁକ୍ତ ଗୋପାଳ ଙ୍କ ର ନୂଆ ଠିକଣା।ଜେଲରେ ରହିବା ପରେ ମଧ୍ୟ ଗୋପାଳଙ୍କ ସ୍ଵଭାବ ବଦଳି ନାହିଁ।କିଛି ଗୋଟେ ବଡ଼ କାମ କରି ବିଜୟ ହୋଇଛନ୍ତି ବୋଲି ଗୋପାଳ ଅନୁଭବ କରୁଛନ୍ତି।ଜେଲ୍ ଭିତରେ ଗୋପାଳ ଙ୍କ ର ଏଭଳି ଆଚରଣ କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଗୋପାଳ ଦୈନିକ କାମ କରିଛନ୍ତି।ଜେଲର ଖାଇବା ଖାଉଛନ୍ତି।ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.