Movie prime

ହାତୀ ନୁହେଁ କି ଘୋଡ଼ା ନୁହେଁ JCB ରେ ଆସିଲା ବର ଦେଖନ୍ତୁ କେମିତି ଥିଲା ସେହି ସମୟର ଦୃଶ୍ୟ VIRAl VIDEO

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏବେ ଆରମ୍ଭ ହୋଇସାରିଛି ବିବାହ ସିଜିନ। ଏହି ସମୟରେ ପୁଅ ନିଜ ପରିବାର ସହ କାର୍‌ ରେ ବସି ଆସିବା ସହିତ ଗୀତ ନାଚରେ ସମସ୍ତ ମଜା କରିବାକୁ ଭୁଲନ୍ତି ନାହିଁ।
ଏବେ ଏହାକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିିଛି। ଏବେ ପୁଅ ହାତୀ, ଘୋଡ଼ା ବା କାର ରେ ଆସୁନାହିଁ ବରଂ ପ୍ରସେସନ୍‌ ରେ ସେ ଜେସିବି ସହ ଏଣ୍ଟ୍ରି ମାରୁଛି। ବିଭିନ୍ନ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। 
ଭିଡିଓଟିକୁ ଲକ୍ଷ କଲେ ଆପଣ ଦେଖିପାରିବେ ଏକ ଜେସିବି ଉପରେ ଦୁଇ ବର କନ୍ୟା ବସିକି ଯାଉଛନ୍ତି। ବିବାହ ଉତ୍ସବକୁ ବେସ୍ ଧୁମଧାମରେ ଲୋକେ ପାଳନ କରିଥାନ୍ତି।
ନୂଆ ଡ୍ରେସ୍, ସଜବାଜ ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ। ବରଯାତ୍ରୀରେ ଡିଜେ ନହେଲେ ଚଳିବନି। ଡିଜେ ସାଙ୍ଗକୁ ଚିକିମିକିଆ ଲାଇଟ୍ ମଧ୍ୟ ଲାଗିଥାଏ ବିବାହ ଉତ୍ସବରେ।
ଏ ସବୁ ଭିତରେ ବର ଗାଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଏକ ଲଗଜୋରୀ ଗାଡିରେ ବର କନିଆ ଘରକୁ ଯାଇଥାଏ। 
କିନ୍ତୁ କେବେ କିଏ ଜେସିବିରେ ବସି ବାହା ହେବାକୁ ଯାଉଥିବାର ଦେଖିଛନ୍ତି କି? ଗୁଜୁରାଟରୁ ଆସିଛି ଏପରି ଏକ ନିଆରା ବାହାଘରର ଚିତ୍ର। ଦେଖିବାକୁ ମିଳୁଛି ଜେସିବି ମେସିନକୁ ଫୁଲରେ ଅତି ସୁନ୍ଦର ଭାବରେ ସଜାଯାଇଛି।
ଜେସିବି ଉପରେ ବସିଛି ବର ଏବଂ ତାଙ୍କ ସହ ବସିଛନ୍ତି ପରିବାରର ଦୁଇଜଣ ସଦସ୍ୟ। ତଳେ ଡିଜେ ବାଜୁଛି, ବରଯାତ୍ରୀ ନାଚି ଗାଇ ଝିଅ ଘରକୁ ଯାଉଛନ୍ତି।
ଆଉ ଜେସିବିରେ ବସି ବାହା ହେବାକୁ ଯାଉଥିବା ବରକୁ ସମସ୍ତେ ଚାହିଁ ରହିଛନ୍ତି। ବରକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ଜମିଛି। 
ତେବେ ନବସାରୀର କେୟୁର ପଟେଲ କିଛି ଦିନ ପୂର୍ବରୁ ଦେଖିଥିଲେ ବାହାଘରରେ ବର ଜେସିବିରେ ବସି ବାହାହେବାକୁ ଯାଉଛି। ସେବେଠୁ କେୟୁର ନିଜ ବାହାଘରରେ ଜେସିବିରେ ଯିବା ପାଇଁ ନିସ୍ପତ୍ତି ନେଇଥିଲେ।
ତେଣୁ ନିଜର ବାହାଘରରେ କାର ବଦଳରେ ଜେସିବି ନେଇ ବରଯାତ୍ରୀ ଯାଇଥିଲେ କେୟୁର୍। ଗତ କିଛିଦିନ ପୂର୍ବରୁ ଜଣେ ଲୋକ ତା ବାହାଘରରେ ହେଲିକପ୍ଟରରେ ବସି ବିବାହ କରିବା ପାଇଁ ଯାଇଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.