Movie prime

ବିଲ ଗେଟସ ସହ ଚା ପିଇବା ପଡ଼ିଗଲା ଡଲି ଙ୍କୁ ମହଙ୍ଗା...ସବୁ ଚା ଦୋକାନୀ ଆସୋସିଏସନ୍ ମତେ ଏକ ଘରକିଆ କରିଦେଲେ..

 
Vvy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡଲି ଚା’ବାଲା ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ ରାସ୍ତା କଡରେ ଥିବା ତାଙ୍କ ଦୋକାନରେ ଚା’ ପିଇଥିଲେ।
ତେବେ ଡଲିଙ୍କ କହିବା ଅନୁସାରେ, ଯେତେବେଳେ ବିଲ୍ ଗେଟସ୍ ଚା ’ପିଇବାକୁ ତାଙ୍କ ଦୋକାନକୁ ଆସିଥିଲେ, ସେତେବେଳେ ସେ ତାଙ୍କ ବିଷୟରେ କିଛି ବି ଜାଣି ନଥିଲେ।
Yy
ସେତେବେଳେ ସେ ଭାବୁଥିଲେ ଯେ, ଜଣେ ସାଧାରଣ ବିଦେଶୀ ନାଗରିକ ମୋ ଦୋକାନକୁ ଆସିଛନ୍ତି। ତେବେ ଆସନ୍ତୁ ଜାଣିବା ଡଲି ଚା’ବାଲାଙ୍କର ସମ୍ପତ୍ତି କେତେ। ଡଲି ତାଙ୍କର ଅଜବ ଶୈଳୀ ପାଇଁ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ।
ସେ ପ୍ରଥମେ ଲୋକଙ୍କୁ ନିଆରା ଶୈଳୀରେ ସ୍ୱାଗତ କରନ୍ତି ଏବଂ ତା’ପରେ ସେମାନଙ୍କୁ ରଜନୀକାନ୍ତ ଶୈଳୀରେ ଚା ପରିବେଷଣ କରନ୍ତି।ତାଙ୍କର ଏହି ନିଆରା ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ ଡଲି।
Gh
ତାଙ୍କ ଅନ୍ଦାଜରେ ମନମୁଗ୍ଧ ହୋଇ ଅନେକ ବିଦେଶୀମାନେ ମଧ୍ୟ ତାଙ୍କ ଦୋକାନକୁ ଚା’ ପିଇବାକୁ ଆସନ୍ତି। ଅନେକ ସେଲିବ୍ରିଟି ମଧ୍ୟ ଡଲିଙ୍କ ଚା’ ପାଇଁ ପାଗଳ। ତେବେ ବନ୍ଧୁଗଣ ବିଲ୍ ଗେଟସ ତାଙ୍କ ଷ୍ଟଲରୁ ଚା’ପିଇବା ପରେ ସେ ଆହୁରି ଭାଇରାଲ ହେବାରେ ଲାଗିଛନ୍ତି।
ସୂଚନା ଅନୁସାରେ, କିଛିଦିନ ତଳେ ଭାରତ ଗସ୍ତରେ ଆସିଥିଲେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ।ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷ ଗୁଡ଼ିକର ଭରପୁର ମଜା ନେଇଥିଲେ ସେ । ନିକଟରେ ସେ ଓଡ଼ିଶା ଗସ୍ତ ମଧ୍ୟ କରିଥିଲେ ।
ଯେତେବେଳେ ସେ ନାଗପୁର ଗସ୍ତରେ ଥିଲେ ସେତେବେଳେ ସେଠାର ପ୍ରସିଦ୍ଧ ‘ଡଲି ଚାଏ ୱାଲା’ଙ୍କ ଦୋକାନରୁ ଚା’ ପିଇଥିଲେ । ଏଥିସହ ସେ ନିଜ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରି ଭାରତୀୟ ଚା’ ଏବଂ ଲୋକଙ୍କ ପ୍ରଶଂସା କରିଥିଲେ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.