ହଠାତ ଆଖିକୁ ଦେଖା ଗଲାନି ଶ୍ରୀ ମନ୍ଦିର ଦେଖନ୍ତୁ ଭକ୍ତଙ୍କ ଆଖିରୁ ବାହାରିଲା ଲୁହ ସମସ୍ତେ ଡାକିଲେ ହେ ଜଗନ୍ନାଥ ରକ୍ଷାକର
Feb 15, 2024, 08:51 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।

ଆପଣମାନେ ସମସ୍ତେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ପବିତ୍ର ବସନ୍ତ ପଞ୍ଚମୀ ଦିନ ଘଟିଥିଲା ଏଭଳି କିଛି ଯାହା ଆପଣମାନେ ଜାଣିପାରିବେ । ବସନ୍ତପଞ୍ଚମୀରେ ନୀଳ ଚକ୍ର ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ । ହଠାତ୍ ଲୁଚି ଗଲା ଶ୍ରୀମନ୍ଦିର ।
ଶ୍ରୀମନ୍ଦିର ଲୁଚିଗଲା ଏବଂ ନୀଳ ଚକ୍ର ଦର୍ଶନ ମିଳିଲା ନାହିଁ । ଆଜି ହେଉଛି ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ । ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ ।

ରଥ ଖଳାରେ କାଠ ଅନୁକୂଳ ହେବ । ଆଉ ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଆଉ ଏହି ଦୃଶ୍ୟକୁ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଅନେକ ଲୋକ ଭଗବାନଙ୍କ ଦର୍ଶନ ପାଇଁ ଆସିଛନ୍ତି ।
ଆଉ ଏହି ସମୟରେ ଘଟି ଯାଇଛି ଏଭଳି କିଛି । ଏବେ ନିରାଶ ହୋଇଛନ୍ତି ଭକ୍ତ । ଆଜି ଶ୍ରୀପଞ୍ଚମୀ ହୋଇଥିବା ବେଳେ ଭକ୍ତଙ୍କ ଭିଡ ଜମିଥିଲା କିନ୍ତୁ ଭକ୍ତମାନେ ନିରାଶ ହୋଇଥିଲେ । ଆଉ ଏଭଳି କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି ।

ଭକ୍ତମାନେ ନୀଳଚକ୍ର କି ଶ୍ରୀମନ୍ଦିରକୁ ଦେଖିବାକୁ ପାଇ ନଥିଲେ । ଗତ ଦୁଇଦିନ ହେବ ଏଭଳି କିଛି ଦୃଶ୍ୟ ଶ୍ରୀକ୍ଷେତ୍ର ଧାମରେ ଦେଖିବାକୁ ମିଳୁଛି । ଏବେ ଏମିତି କିଛି ଖବର ଆସିଛି । ନୀଳଚକ୍ର ଆଉ ଶ୍ରୀମନ୍ଦିରକୁ ଭକ୍ତମାନେ ଦର୍ଶନ କରିପାରୁ ନାହାନ୍ତି ।

ପ୍ରଭୁଙ୍କ ଦର୍ଶନ ନ ମିଳିବାର କାରଣ ହେଉଛି ଘନ କୁହୁଡ଼ି । ଗତ ଦୁଇଦିନ ହେଲା ଘନ କୁହୁଡ଼ି ଥିବାରୁ କୁହୁଡିର ଆସ୍ତରଣରେ ସବୁକିଛି ଘୋଡାଇ ହୋଇ ଯାଉଛି । ଏହି ଘନ କୁହୁଡି କାରଣରୁ ଶ୍ରୀକ୍ଷେତ୍ର ଲୁଚି ଯାଉଥିବା ବେଳେ ଉଭାନ ହୋଇଯାଉଛି ନୀଳଚକ୍ର । ଗତକାଲି ଆଉ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଯେଉଁମାନେ ନୀଳଚକ୍ରକୁ ଦର୍ଶନ କରି ନିଜ କାର୍ଯ୍ୟ ଆରମ୍ଭ କରିଥାନ୍ତି ସେମାନେ ନୀଳଚକ୍ର ଦେଖି ପାରୁନାହାନ୍ତି । ଆଉ ବଡଦାଣ୍ଡରେ ଲାଗିଥିବା ଲାଇଟ୍ ମଧ୍ୟ ଫିକା ଦେଖା ଯାଉଥିଲା । ଏଭଳି ଅନେକ ସମସ୍ୟା ଏବେ ଦେଖିବାକୁ ମିଳିଛି ।