Movie prime

ଯାତ୍ରା ରେ ଲୋକ ଫୋପାଡିଲେ ଚେୟାର, ନିଶା ନଥିଲେ ଆମେ ବି ଦେଖିବୁନି ଯାତ୍ରା

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ଗାଁ ଗାଁ ରେ ଯାତ୍ରା ଅନୁଷ୍ଠିତ ହେଉଚି।ପଇସା ଦେଇ ଲୋକ ମାନେ ଟିକେଟ ନେଉଛନ୍ତି।ରାତି ରାତି ଅନିଦ୍ରା ହୋଇ ଯାତ୍ରା ଦେଖିଛନ୍ତି।ଏହି ନିକଟ ରେ ଯାତ୍ରା କୁ ନେଇ ଏପରି ଏକ ଘଟଣା ଘଟିଛି।ଯାହାକୁ ନେଇ ଆପଣ ମାନେ ଆଶ୍ଚର୍ଯ୍ୟ ଯେବେ।
Special report
ଅନୁଗୁଳ ଜିଲ୍ଲାର କିଶୋରନଗର ବରପଡ଼ିଆ ରେ ଅବସ୍ଥିତ ହୋଇ ଥିଲା ଏକ ଯାତ୍ରା।ଏଠାରେ ଯାତ୍ରା ପାର୍ଟି ଓଡ଼ିଶା ସମ୍ରାଟ ଯାତ୍ରା କରି ଥାଆନ୍ତା।ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବ ରୁ ଲୋକ ମାନେ ଚେୟାର ଫୋପାଡ଼ିବା ଆରମ୍ଭ କରିଦେଲେ।
ଲୋକ ମାନେ ଚେୟାର ଫୋପାଡ଼ିବାର ପ୍ରକୃତ କାରଣ ହେଉଛନ୍ତି ଯାତ୍ରା ଅଭିନେତ୍ରୀ ନିଶା ମହାରଣା।ଏହି ଯାତ୍ରା ରେ ନିଶା ମହାରଣା ଆସିବାର ଥିଲା।ଲୋକ ମାନେ ତାଙ୍କୁ ଦେଖିବା ପାଇଁ ବହୁତ ଉତ୍ସୁକ ଥାଆନ୍ତି।ଠିକ୍ ସମୟ ରେ ସେ ଆଉ ଆସିଲେ ନାହିଁ।
ଯାହା ଫଳ ରେ ଲୋକ ମାନେ ବହୁତ ରାଗି ଯାଇଥିଲେ।ସେମାନେ ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫୋପାଡିବା ଆରମ୍ଭ କରି ଦେଲେ।ସେଠାରେ ଉପସ୍ଥିତ ଅନ୍ୟ ଲୋକ ମାନେ ଦର୍ଶକ ଙ୍କୁ ବୁଝାଇବା ପାଇଁ ଯେତେ ଚେଷ୍ଟା କଲେ ସେମାନେ ଶୁଣିଲେ ନାହିଁ।
Special report
ସେମାନଙ୍କ ର କେବଳ ଗୋଟିଏ ଜିଦ୍ ରହିଥିଲା ନିଶା ମହାରଣା ଙ୍କୁ ଦେଖିବେ।ନିଶା ମହାରଣା କିଛି ସମୟ ପାଇଁ ଷ୍ଟେଜ କୁ ଆସି ଚାଲି ଯାଇଥିଲେ।ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଅଭିନୟ କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ।
ତାଙ୍କର କିଛି ଅପରେସନ ହୋଇ ଥିଲା।ଯେଉଁ ଥିପାଇଁ ସେ ଅଧିକ କଷ୍ଟ ଅନୁଭବ କରୁଥିଲେ।କିନ୍ତୁ ଲୋକ ମାନେ ତାହାକୁ ବୁଝି ନ ଥିଲେ।ତାଙ୍କୁ ଦେଖିବା ପାଇଁ ପାଗଳ ପରି ହୋଇ ଯାଇଥିଲେ।
ଯାହା ଫଳ ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କିଛି ଲୋକ ଙ୍କୁ ଆୟତ କରି ଥିଲେ।ଏହାର କିଛି ସମୟ ପରେ ଯାତ୍ରା ଆରମ୍ଭ ହୋଇ ଥିଲା।
ରାତି ରେ ଲୋକ ମାନେ ଯାତ୍ରା ଦେଖି ଖୁସି ମନ ରେ ଘର କୁ ଫେରିଲେ।ଏହି ଘଟଣା କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି।ନିଶା ମହାରଣା ଙ୍କୁ ଦେଖିବା ପାଇଁ ଲୋକ ମାନେ ପାଗଳ ଭଳି ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.