Movie prime

ବେଦୀ ଉପରେ ଗାଡି ମାଗିବା ପଡ଼ିଲା ମହଙ୍ଗା ଦେଖନ୍ତୁ ଏହି Viral Video କେମିତି ଗାଡ଼ି ପାଇଁ ଜିଦି କରୁ କରୁ ଜ୍ବାଇଁ କୁ ଛେଚିଦେଲା ଶଶୁର

 
Viral video
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯୌତୁକ ରେ ବାଇକ୍ ମାଗିବାରୁ ବର ସମସ୍ତଙ୍କ ଆଗରେ ଚପଲ ରେ ପିଟିଲେ ବାପା।
Viral news
ଆପଣମାନେ ଜାଣିଥିବେ ଯେ ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥ ଲୋଭି ମନୁଷ୍ୟ ର ମନରୁ ଯୌତୁକ ଲୋଭ ଯାଉନାହିଁ।ଯୌତୁକ ନିଶାରେ ମଣିଷ ଏତେ ନିଷ୍ଠୁର ହୋଇଯାଉଛି ଯେ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।
ଦିନକୁ ଦିନ ମହିଳା ମାନଙ୍କ ଉପରେ ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବାର ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳୁଛି। କିଏ ସହି ନପାରି ନିଜ ଜୀବନ ହାରି ଦେଉଛନ୍ତି ଆଉ କାହାକୁ ଜୀବନରୁ ମାରି ଦେଉଛନ୍ତି।
ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି।କିନ୍ତୁ ଏହାରି ମଧ୍ୟରେ ଯୌତୁକ ପ୍ରଥା କୁ ନେଇ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବର୍ତ୍ତମାନ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ବାହା ହେବାକୁ ଆସିଥିବା ବର କୁ ଚପଲ ରେ ପିଟୁଛନ୍ତି।ବୟସ୍କ ବ୍ୟକ୍ତି ଚପଲ ରେ ମାରୁଥିବା ବେଳେ ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।
ବର କୁ ପିଟୁ ଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି ବରଂ ବର ଙ୍କ ବାପା ଅଟନ୍ତି।ବର ଜଣଙ୍କ ବାହାଘର ବେଦୀ ରେ କନିଆଁ ଘର ଲୋକଙ୍କୁ ଯୌତୁକ ପାଇଁ ଦାବି କରିଥିଲେ।
ଏହାପରେ ପୁଅ ଯୌତୁକ ମାଗିବାରୁ ସର୍ବ ସମ୍ମୁଖ ରେ ବାପା ଜଣଙ୍କ ତାଙ୍କୁ ଚପଲ ରେ ପିଟି ଥିଲେ।ସେମାନଙ୍କ କଥାବାର୍ତା ରେ ଜଣାପଡ଼ୁଥିଲା ଯେ ବର ଯୌତୁକ ରେ ବାଇକ୍ ଦାବି କରିଥିଲେ।
କିନ୍ତୁ ଏଥିରେ ରାଗି ଯାଇ ବାପା ଜଣଙ୍କ ତାଙ୍କୁ ଚପଲ ରେ ପିଟି ଥିଲେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।