Movie prime

କଳିଯୁଗର ଜିଅନ୍ତା କୁମ୍ଭକର୍ଣ୍ଣ ଦେଖନ୍ତୁ ବର୍ଷରେ ଶୁଅନ୍ତି ୩୦୦ ଦିନ ଦେଖନ୍ତୁ କାହିଁକି ଏମିତି ଶୁଅନ୍ତି ବ୍ୟକ୍ତି - Exclusive Visual

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାମାୟଣର କୁମ୍ଭକର୍ଣ୍ଣ ପ୍ରତି ୬ ମାସକୁ ଥରେ ନିଦରୁ ଉଠି ଖାଦ୍ୟ ପାନୀୟ ସେବନ କରି ପୁଣି ଶୋଇଯାଉଥିବା କଥା ଆପଣମାନେ ନିଶ୍ଚୟ ଜାଣିଥିବେ।
କିନ୍ତୁ ଏମିତି ଏକ ଘଟଣା କଳିଯୁଗରେ ବି ଦେଖିବାକୁ ମିଳିଛି। ଆପଣ ହୁଏତ ଏହାକୁ ବିଶ୍ବାସ କରି ନପାରନ୍ତି। କିନ୍ତୁ କଳିଯୁଗରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବର୍ଷକୁ ୩୦୦ଦିନ ପର୍ଯ୍ୟନ୍ତ ଶୋଇ ରହିଥାଆନ୍ତି। 
ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ନାଗୌର ଜିଲ୍ଲାରୁ ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ କଳିଯୁଗର କୁମ୍ଭକର୍ଣ୍ଣକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି।
Special Report
୪୨ ବର୍ଷୀୟ ପୁରଖରାମ ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ଏହି ରୋଗ ହେତୁ ଥରେ ସେ ଶୋଇପଡିଲେ ଅନେକ ଦିନ ପର୍ଯ୍ୟନ୍ତ ଉଠି ପାରନ୍ତି ନାହିଁ। 
କଳିଯୁଗର କୁମ୍ଭକର୍ଣ୍ଣ ବୋଲି କୁହାଯାଉଥିବା ପୁରଖରାମ ବର୍ଷକୁ ୩୦୦ ଦିନ ଶୋଇଥାନ୍ତି। ଏହି ଶୋଇବା ସମୟରେ ପରିବାରଲୋକେ ତାଙ୍କୁ ‌ଡାକିବା ପାଇଁ ଯେତେଚେଷ୍ଟା କଲେ ବି ସେ ଉଠନ୍ତି ନାହିଁ।
ପୁରାରାମଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେ ଯଦି ଥରେ ଶୁଅନ୍ତି ତେବେ ୨୦ ରୁ ୨୫ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ। ପୁରାରାମଙ୍କୁ ଯେତେବେଳେ ୨୩ ବର୍ଷ ହୋଇଥିଲା ସେବେଠୁ ଏହି ରୋଗ ଆରମ୍ଭ ହୋଇଛି। 
ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରଖରାମ ୫ ରୁ ୭ ଦିନ ଶୋଉଥିଲେ କିନ୍ତୁ ଧୀରେ ଧୀରେ ପୁରଖରାମଙ୍କ ଶୋଇବା ସମୟ ବୃଦ୍ଧି ପାଇଲା । ବର୍ତ୍ତମାନ ପୁରଖାମ ଏକ ମାସରେ ୨୫ ଦିନ ଶୋଇ ରହିଥାଆନ୍ତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଶୋଇଥିବା ସମୟରେ ହିଁ ପରିବାର ସଦସ୍ୟ ତାଙ୍କୁ ଖାଇବାକୁ , ପିଇବାକୁ ଦେବା ସହିତ ସ୍ନାନ ବି କରାଇ ତାଙ୍କର ନିତିଦିନର କାର୍ଯ୍ୟକୁ ପୂରା କରିଥାଆନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.