Movie prime

Football Net ରେ ଛନ୍ଦି ହେଇଗଲା କାଉ ହେଲେ ମାନବିକତା ଦେଖାଇଲେ ଏହି ଛୋଟ ସ୍କୁଲ ଛୁଆ ଦେଖନ୍ତୁ Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଣିଷର ମାନବିକତା ହିଁ ତାକୁ ଅନ୍ୟ ଜିବ ଜନ୍ତୁ ମାନଙ୍କ ଠାରୁ ଭିନ୍ନ କରିଥାଏ। ଯେଉଁ ମଣିଷ ନିକଟରେ ମାନବିକତା ନଥାଏ ସେ ନିଜକୁ ମାନବ ବୋଲି କହିବା ମଧ୍ଯ ଯୋଗ୍ୟ ହୋଇ ନଥାଏ।
ଭଗବାନ ମଣିଷ ମନରେ ଦୟା ଓ କରୁଣା ଭାବ ଦେଇଛନ୍ତି। ଯାହାର ଉଦାହରଣ ସ୍ୱରୂପ ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବାକୁ ଯାଉଛୁ। ଆପଣ ମାନେ ଜାଣିଥିବେ କି କୁନି କୁନି ପିଲା ମାନଙ୍କ ମନ ସ୍ୱଚ୍ଛ ହୋଇଥାଏ।
ସେଥିପାଇଁ କିଏ ଧନୀ କିଏ ଗରିବ ସେ ଭାବନା ତାଙ୍କ ମନରେ ନଥାଏ। ସେମାନେ ମଣିଷ ଓ ପଶୁ ମାନଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି ନାହିଁ। ସେଥିପାଇଁ ସେମାନେ ମଣିଷ ସହ ଯେଉଁ ଭଳି ଭାବରେ ବ୍ୟବହାର କରନ୍ତି
ସେଭଳି ବ୍ୟବହାର ସେମାନେ ପଶୁ ମାନଙ୍କ ସହ ମଧ୍ୟ କରିଥାଆନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏବଂ ଏହି ଭିଡିଓ ରୁ ହିଁ କୋମଳମତି ଶିଶୁ ଙ୍କ ଲକ୍ଷଣ ପରିଲକ୍ଷିତ ହୋଇଛି।
ଏହି ଭିଡିଓ ମାଧ୍ୟମରେ ଗୋଟେ ସ୍କୁଲ ପିଲାର ମହାନତା ଦେଖିବାକୁ ମିଳିଛି। ଗୋଟିଏ ଫୁଟ୍ ବଲ୍ ନେଟ ରେ ଏକ କାଉ ଛନ୍ଦି ହୋଇ ଯାଇଥିବା ବେଳେ ପିଲାଟି ତାହାକୁ ସତର୍କତା ର ସହ ବାହାର କରୁଥିବାର ଦେଖିବାକୁ ମିଳୁଛି।
ଭିଡିଓ ରେ ପିଲାଟି କିଛି ପିଲାଙ୍କ ସହ ଖେଳୁ ଥିବା ସମୟରେ ଏକ ଫୁଟ୍ ବଲ୍ ନେଟ ରେ ଏକ କାଉ ଛନ୍ଦି ହୋଇ ଯାଇଥିବା ଦେଖିବାକୁ ପାଇଥିଲା। ଯାହାକୁ ଦେଖି ସେ ନିଜକୁ ଅଟକାଇ ପାରିଲା ନାହିଁ।
ଏହାପରେ ସେହି ପିଲାଟି ଦୌଡ଼ି ପଳାଇ ଥିଲା କାଉ ଟିର ଜୀବନ ରକ୍ଷା କରିବା ପାଇଁ। ଏହାପରେ ପିଲାଟି ମଧ୍ଯ ସେଭଳି କରିଥିଲା। ପିଲାଟି ସେହି ନେଟ ମଧ୍ୟରୁ ଉଦ୍ଧାର କରିଥିଲା କାଉ ଟିକୁ।
ଏବେ ପିଲାଟିର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ଏବେ ପିଲାଟି ର ଖୁବ ପ୍ରଶଂସା କରିବାରେ ଲାଗି ପଡିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.