Movie prime

କୁକୁର ପାଇଁ ମାଡ଼ ଖାଇଲେ ଆଇଏଏସ ଅଧିକାରୀ ଦେଖନ୍ତୁ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲିଫ୍ଟରେ କୁକୁର ନେବାକୁ ନେଇ ଚାପୁଡା ମରାମରି। ତାହାପୁଣି ଜଣେ ରିଟାୟର୍ଡ ଆଇଏଏସ ଅଫିସର ଓ ମହିଳାଙ୍କ ମଧ୍ୟରେ। ଆଉ ଏହି ଚାପୁଡା ଠେଲାପେଲା ଧସ୍ତାଧସ୍ତିର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ସୋସିଆଲ ମିଡିଆରେ।
Special report
ବନ୍ଧୁଗଣ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲା ନୋଏଡା ଠାରେ ପୁଣି ଥରେ କୁକୁର ପାଇଁ ଲଢେଇ ମାମଲା ସାମ୍ନାକୁ ଆସିଛି। ନୋଏଡାସ୍ଥିତ ଏକ ହାଉସିଂ ସୋସାଇଟିର ଲିଫ୍ଟରେ କୁକୁର ନେବା ନେଇ ଯୁକ୍ତିତର୍କ। 
ଏବଂ ଏହାପରେ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିଲେ। ସୂଚନା ଅନୁଯାୟୀ, ଏହି ପୂର୍ବତନ ଅଧିକାରୀ କୁକୁରକୁ ଲିଫ୍ଟରେ ନେବାକୁ ବିରୋଧ କରୁଥିଲେ। ବର୍ତ୍ତମାନ ଏହି ବିବାଦର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
Special report
ବର୍ତ୍ତମାନ ଏହି ବିବାଦ ପୁଲିସ ନିକଟରେ ମଧ୍ୟ ପହଞ୍ଚିଛି ଏବଂ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଏହି ମାମଲା ନୋଏଡା ସେକ୍ଟର ୧୦୮ର ପାର୍କ୍ସ ଲରେଟ ସୋସାଇଟିରେ ଘଟିଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଆରପି ଗୁପ୍ତା ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 
ଆଉ ଏ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରିଟାୟର୍ଡ ଆଇଏଏସ ଅଫିସରା ଆରପି ଗୁପ୍ତା ଲିଫ୍ଟରେ ଉପର ମହଲାକୁ ଯାଉଥିଲେ।
Special report
ଠିକ୍ ସେତିକିବେଳେ ଜଣେ ମହିଳା ନିଜ କୁକୁର ସହିତ ଲିଫ୍ଟକୁ ଆସିଥିଲେ । କୁକୁରକୁ ଦେଖିବା ମାତ୍ରେ ଆରପି ଗୁପ୍ତା କହିଥିଲେ ଯେ ତୁମେ କୁକୁର ସହିତ ଲିଫ୍ଟରେ ଯାଇପାରିବ ନାହିଁ। ବାସ୍‌ ଏଇଠୁ ଆରମ୍ଭ ହୋଇଗଲା ଦୁହିଁଙ୍କ ମଧ୍ୟରେ ଝଗଡା। 
ଘଟଣାଟି ୩୦ ଅକ୍ଟୋବରରେ ଘଟିଥିବାବେଳେ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଉଭୟ ମହିଳା ଏବଂ ଆରପି ଗୁପ୍ତା ଲିଫ୍ଟ ଗେଟ୍ ନିକଟରେ ଏପରି ଛିଡା ହୋଇଥିଲେ ଯେ ଗେଟ୍ ବନ୍ଦ ହୋଇନଥିଲା। ଯୁକ୍ତିତର୍କ ମଧ୍ୟରେ ମହିଳା ଜଣକ ଆରପି ଗୁପ୍ତାଙ୍କ ଫୋନ୍ ଫିଙ୍ଗିଦେଇଥିଲେ।
ଏହା ଦେଖି ଆରପି ଗୁପ୍ତା ମଧ୍ୟ ରାଗିଯାଇ ମହିଳାଙ୍କୁ ଚାପୁଡ଼ା ମାରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି।