Movie prime

ଓଡ଼ିଶାରେ ମିଳିଲା ଫା-ଶୀ ଦଣ୍ଡାଦେଶ ଦେଖନ୍ତୁ ଏହି ୫ ଜଣ କରିଥିଲେ କେଉଁ ଘୃଣ୍ୟ ଅପରାଧ

 
Ink
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନେକ ବର୍ଷ ପରେ ଓଡ଼ିଶା ଦେଖିବାକୁ ମିଳିବ ଫାସୀଦଣ୍ଡ। ୫ ଜଣ ଦୋଷୀ ସାବ୍ୟସ୍ତ ହେବା ପରେ ମିଳିବାକୁ ଯାଉଛି ଫାସୀଦଣ୍ଡ। ଯାହା ପାଇଁ ପୁରା ଓଡିଶାରେ ଚହଳ ପଡ଼ିଯାଇଛି।
ହ-ତ୍ୟା-କା-ଣ୍ଡର ଭୟାବହତାକୁ ଦେଖି ଆନନ୍ଦପୁର ଜିଲ୍ଲା ଦୌରା ଜର୍ଜ ରଜତି ରାଉତ ୫ ଜଣ ଅଭିଯୁକ୍ତଙ୍କୁ ଫାସୀ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ବନ୍ଧୁଗଣ ବହୁଚର୍ଚ୍ଚିତ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହ-ତ୍ୟା ମାମଲାର ରାୟ ପ୍ରକାଶ ପାଇଛି।
Jj
ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହ-ତ୍ୟା-କା-ଣ୍ଡରେ ସଂପୃକ୍ତ ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ସଞ୍ଜୟ ପୃଷ୍ଟି ଓରଫ ଚିନୁ, ନିର ପୃଷ୍ଟି ଓରଫ ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ।
ଘଟଣା ସମୟରେ ପ୍ରମୋଦ ଦାସ ନାବାଳକ ଥିବାରୁ ବିଚାରଧୀନ କାରାଗାରରେ ଅଛନ୍ତି। ସୂଚନା ଅନୁଯାୟୀ, ଧକୋଠା ନିକଟସ୍ଥ କୁଣ୍ଡାକୋଟ ଗ୍ରାମରେ ଘଟିଥିବା ଏକ ଘରୋଇ ମାମଲାର ବିବାଦ ନିମନ୍ତେ।
Jj
୨୫ ମାର୍ଚ୍ଚ ୨୦୧୯ ସନ୍ଧ୍ୟାରେ ଧକୋଠା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏକ ମିଳିତ ଆପୋଷ ବୁଝାମଣା ହୋଇଥିଲା। ଏହି ବୁଝାମଣା ପରେ ରାତି ପ୍ରାୟ ୧୦ଟାରେ ନିକଟସ୍ଥ କୁଣ୍ଡାକୋଟ ଗ୍ରାମର କେତେକ ଯୁବକ ରାମଚନ୍ଦ୍ରଙ୍କ ଘରେ ପହଞ୍ଚି ଡାକିବାରୁ ରାମଚନ୍ଦ୍ର ଘରୁ ପଦାକୁ ଆସିବା ପରେ ଦୁବୃର୍ତ୍ତମାନେ ରାମଚନ୍ଦ୍ରଙ୍କୁ ଖଣ୍ଡା ଓ ଭୁଜାଲି ଭଳି ଧାରୁଆ ଅସ୍ତ୍ରରେ ଅତର୍କିିତ ଆକ୍ରମଣ କରିଥିଲେ।
ଦୁବୃର୍ତ୍ତମାନେ ରାମଚନ୍ଦ୍ରଙ୍କ ଦୁଇ ହାତକୁ ଶରୀରରୁ ଅଲଗା କରିବା ସହ ଗୋଡକୁ ହାଣି ରକ୍ତାକ୍ତ କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ।ବାପା ଘର ଭିତରକୁ ଆସିବାରେ ବିଳମ୍ବ ହେବାରୁ ଝିଅ ମୀନାରାଣୀ ଘରୁ ବାହାରକୁ ଆସି ଦେଖିବାରୁ ରାମଚନ୍ଦ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ସମ୍ମୁଖରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିଲେ।
ପଡୋଶୀଙ୍କ ସହାୟତାରେ ରାମଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର ସମୟରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ତେବେ ବନ୍ଧୁଗଣ ବର୍ତମାନ ଏହି ଖବରଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.