Movie prime

ଦେଖି ରଖନ୍ତୁ ଏହି ୪୨୦ ମହିଳା ଙ୍କୁ...ବହୁତ୍ ଲୋକ ଙ୍କ ଠାରୁ ନେଇଛି ପଇସା..

 
Hhu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ତେବେ ବନ୍ଧୁଗଣ ଓଏଲ୍‌ଏକ୍ସରେ କାର୍ ବିକିବାକୁ ବିଜ୍ଞାପନ ଦେଇ ଗ୍ରାହକମାନଙ୍କୁ ଚୁନା ଲଗାଉଛନ୍ତି।
Vh
ତେବେ ଠକାମୀର ଶିକାର ହୋଇଥିବା ଗ୍ରାହକମାନେ ଠକ ଦ୍ବୟକୁ ପୁଲିସ ହାତରେ ଜିମା ଦେଇଛନ୍ତି। ସୂଚନା ଅନୁସାରେ ଏହି ଠକମାନେ ଗୋଟିଏ ଗାଡ଼ିକୁ ବିକ୍ରି କରିବା ନାରେ ଏକାଧିକ ଲୋକଙ୍କ ଠାରୁ ଆଡ଼ଭାନ୍ସ ଟଙ୍କା ନେଇଛନ୍ତି।
ଆଡ଼ଭାନ୍ସ ଟଙ୍କା ନେଇଯିବା ପରେ ଆଉ ଧରାଛୁଆଁ ଦେଉ ନଥିଲେ। ଆଡ଼ଭାନ୍ସ ଟଙ୍କା ନେଇ ବିଳାସମୟ ଜୀବନଯାପନ କରୁଥିଲେ। ଠକେଇ ଟଙ୍କାରେ ଗାଡ଼ି ଧରି ବୁଲୁଥିଲେ।
ପୁଣି ନୂଆ ଶିକାର ଖୋଜୁଥିଲେ। ପୁଲିସ କହିବା ଅନୁସାରେ ‘ବଣ୍ଟି ଓ ବବଲୀ’ ଯୋଡ଼ି ଗାଡ଼ି ବିକ୍ରି କରିବେ ବୋଲି ପ୍ରଥମେ ଓଏଲ୍‌ଏକ୍ସରେ ଗାଡ଼ି ଫଟୋ ସାଙ୍ଗକୁ କମ୍ ଟଙ୍କା ପ୍ରାଇସ ରଖି ବିଜ୍ଞାପନ ଦେଉଥିଲେ।
Tt
ଗାଡ଼ି କିଣିବାକୁ ଇଚ୍ଛୁକ ଲୋକ ଦିଆ ଯାଇଥିବା ମୋବାଇଲ ନମ୍ବରରେ କଲ କରି ଯୋଗାଯୋଗ କରୁଥିଲେ। କଲ କରି କଥା ହେବା ପରେ ଗ୍ରାହକଙ୍କୁ ଗାଡ଼ି ମଧ୍ୟ ଦେଖାଉଥିଲେ।
ଗ୍ରାହକଙ୍କୁ ଗାଡ଼ି ପସନ୍ଦ ହେବା ପରେ ଅଗ୍ରୀମ ଟଙ୍କା ନେଇଯାଉଥିଲେ ଓ ଫେରାର ହୋଇଯାଉଥିଲେ। ଫେରାର ହେବା ପରେ ପୁଣି ସେଇ ସମାନ ଗାଡିକୁ ବିକ୍ରି କରିବାର ବିଜ୍ଞାପନ ଦେଉଥିଲେ। ଠକାମୀର ଶିକାର ହେବା ପରେ ଏହି ଠକ ଯୋଡ଼ି କୁ ଧରିବା ପାଇଁ ଯୋଜନା କରିଥିଲେ ଲୋକ।
ଠକ ଯୋଡ଼ିକୁ କାବୁ କରି ବଡ଼ଗଡ଼ ପୁଲିସକୁ ଜିମା ଦେଇଛନ୍ତି ଠକାମୀର ଶିକାର ଲୋକେ। ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.