Movie prime

ଦେଖନ୍ତୁ ଏହି ଗାଁ ଏମିତି ଗାଁ ରେ ଏମିତି କଣ ଅଛି ଯେ ସନ୍ଧ୍ୟା ୬ ହେଇଗଲେ ପଡ଼ିଯାଏ ତାଟି କବାଟ

 
G
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଗାଁ ବିଷୟରେ ଜାଣିପାରିବେ ଯେଉଁ ଗାଁରେ ଲୋକମାନେ ବହୁତ ଅସୁବିଧାରେ ଜୀବନଯାପନ କରୁଛନ୍ତି ।
ଏହି ଗାଁକୁ ସନ୍ଧ୍ୟା ୬ ଟା ପରେ କେହି ଯାଆନ୍ତି ନାହିଁ । ଏହି ଗାଁକୁ ସନ୍ଧ୍ୟାରେ ଯେମିତି ମାଡ଼ି ଆସୁଛି ବିପଦ । ଏହି ଗାଁକୁ ସନ୍ଧ୍ୟା ହେଲେ କେହି ଯାଆନ୍ତି ନାହିଁ ।
Vv
ଏହି ଗାଁର ଲୋକମାନେ ମଧ୍ୟ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରନ୍ତି ନାହିଁ । ଲୋକମାନେ ଘରୁ ବାହାରିବାକୁ ସାହାସ କରୁ ନାହାନ୍ତି ।
ଯଦି ସେତେବେଳେ କୌଣସି ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣା ପାଏ ବା କୌଣସି ରୋଗୀ ରୋଗରେ ପଡ଼ିଥାଏ ତାଙ୍କୁ ତା ପରଦିନ ସକାଳ ହେବାକୁ ଅପେକ୍ଷା କରିବାକୁ ପଡ଼ିବ । ଏହି ଗାଁରେ ହାତୀ ନ ଆସିବା ପାଇଁ ବାଉଁଶ କେନ୍ଦିରି ବାଡ଼ ଦିଆଯାଇଛି । ଏହି ଗାଁରେ ସରକାରଙ୍କ ସୁବିଧା ମିଳୁ ନାହିଁ ।
ଏକ ଗାଁ ଜଙ୍ଗଲ ମଝିରେ ଅଛି । ଜଙ୍ଗଲ ମଝିରେ ଥିବା ଏହି ଗାଁରେ ରହିଛି ପଶୁପକ୍ଷୀଙ୍କ ରାଜ । ସଞ୍ଜ ଆସିଲେ ସେମାନେ ଗାଁରେ ଘୁରି ବୁଲନ୍ତି । ଆଉ ଯଦି କେହି ସେତେବେଳେ ହାବୁଡ଼ରେ ପଡେ ସେତେବେଳେ ତାର ଜୀବନ ନେଇଯାଏ ଦନ୍ତା ହାତୀ।
Bb
ଅନୁଗୁଳ ବ୍ଲକ୍ ମାଣକଯୋଡ଼ି ପଞ୍ଚାୟତର ଏଭଳି ଏକ ସାହି ରହିଛି ଯେଉଁଠାରେ ସରକାରୀ ସୁବିଧା ନାହିଁ । ଜଙ୍ଗଲ ଘେରା ଗାଁରେ ଲୋକମାନେ ବହୁତ ଅସୁବିଧାରେ ଜୀବନ ନିର୍ବାହ କରୁଛନ୍ତି । ସେଠାରେ ପିଲାମାନେ ପାଠ ପଢ଼ୁ ନାହାନ୍ତି ।
୨୦ ପରିବାର ପାଇଁ ସେଠାରେ ଗୋଟିଏ ନଳକୂପ ରହିଛି । ଏହି ଗାଁରେ କୌଣସି ସୁବିଧା କରାଯାଉ ନାହିଁ । ଏହି ଗାଁକୁ ରାସ୍ତା ନାହିଁ କି ତାଙ୍କର କୌଣସି ସୁବିଧା କାର୍ଯ୍ୟ ନାହିଁ । ରାସ୍ତା ନଥିବାରୁ ପିଲାମାନେ ପାଠ ମଧ୍ଯ ପଢ଼ିବା ପାଇଁ ଯାଇ ପାରୁନାହାନ୍ତି ।
ଆଜିକା ଆଧୁନିକ ଯୁଗରେ ଏହି ଗାଁର ଅବସ୍ଥା ଏଭଳି ଯାହାକୁ ନେଇ ଅନେକ କଥା ଆସୁଛି । କୌଣସି ନେତା ମନ୍ତ୍ରୀ ମଧ୍ୟ ତାଙ୍କର ଭଲ କରୁ ନାହାନ୍ତି । ସ୍ଥାନୀୟ ସରପଞ୍ଚ ଏହି ଅଞ୍ଚଳର ସୁବିଧା ପାଇଁ ଦରଖାସ୍ତ ଲେଖିଛନ୍ତି । ଦେଖାଯାଉ ଏହି ଗାଁର ସମସ୍ୟା କେବେ ଦୂର ହେଉଛି ।