Movie prime

ମଣିଷ ସହ କୁକୁଡ଼ାର ଏମିତି ସମ୍ପର୍କ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହେବେ ଦେଖନ୍ତୁ କେମିତି ପୋଷା ମାନିଛି ଏହି କୁକୁଡ଼ା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁସୁରି ପଞ୍ଚାୟତ ସୂର୍ଯ୍ୟପୂର୍ ନଅଘରିଆ ଗାଁର ସ୍ଵର୍ଣ୍ଣଲତା ବହାରିକଙ୍କ ଘରେ ରହିଛି ଏକ କୁକୁଡ଼ା।
Special report
ଏହି କୁକୁଡ଼ାଟି ବହୁତ ଗେଲରେ ଲାଳିତ ପାଳିତ ହୋଇଛି। କୁକୁଡ଼ାଟି ନାଁ ହେଉଛି ନାଲୁ। ନାଲୁ ବୋଲି ଡାକି ଦେଲେ ସଙ୍ଗେ ସଙ୍ଗେ ପାଖକୁ ଚାଲି ଆସୁଛି।
ମାଲିକାଣୀ ହାତରୁ ଖାଇବା ଜିନିଷ ଖୁଂପି ଖୁଂପି ଖାଉଛି। ନାଲୁ ଏବେ ସ୍ଵର୍ଣ୍ଣଲତାଙ୍କ ପରିବାରର ଜଣେ ସଦସ୍ୟ ପାଲଟିଯାଇଛି। କୁକୁଡ଼ା ଭାଡ଼ିରେ ନୁହେଁ ବରଂ ମଣିଷଙ୍କ ପରି ଘର ଭିତରେ ରହୁଛି।
Special report
ଭାତ, ରୁଟି ଡାଲି, ତରକାରୀ ସହ ସବୁ ଖାଦ୍ୟ ଖାଉଛି। ସୁଆଦିଆ ଖାଦ୍ୟ ନହେଲେ ନାଲୁ ଖାଇବାରେ କୁଆଡେ ମୁଁହ ମାରେନି। ସେଥିରେ ପୁଣି ନାଲୁର ସବୁଦିନ କୁର୍କୁରେ ଖାଇବା ଅଭ୍ୟାସରେ ପଡ଼ିଯାଇଛି।
ଟିକେ ଗରମ ହେଲେ ଫ୍ୟାନ ଦରକାର ହେଉଛି ନାଲୁର। ନାଲୁର ଆଉ ଗୋଟେ ଭାଇ ଥିଲା ସେ ସମସ୍ତଙ୍କୁ ଗଡେଇ ଗଡେଇ କାମୁଡ଼ିଲା ବୋଲି ତାକୁ ଘର ଲୋକେ ବିକ୍ରୀ କରିଦେଲେ।
Special report
ନାଲୁ କିନ୍ତୁ ବହୁତ ଶାନ୍ତ ସମସ୍ତଙ୍କ ସ୍ନେହ ଆଦର ପାଇ ସେ ଗେହ୍ଲାରେ ବଢ଼ିଛି। ମାଲିକାଣୀଙ୍କ ମନଦୁଃଖ ନାଲୁ କୁଆଡେ ବାର୍ଦ୍ଧକ୍ୟରେ ପହଞ୍ଚିଲାଣି ତାକୁ ୯ ରୁ ୧୦ ବର୍ଷ ବୟସ ହେଲାଣି ଆଉ ବେଶୀ ଜୋରରେ ବି ଚାଲି ପାରୁନି।
Special report
ନାଲୁକୁ ଖାଲି ତାଙ୍କ ମାଲିକାଣୀ ଭଲ ପାଆନ୍ତି ସେକଥା ନୁହେଁ ବରଂ ପରିବାରର ସମସ୍ତ ସଦସ୍ୟଙ୍କ ସହ ପଡୋଶୀ ମାନେ ମଧ୍ୟ ନାଲୁଙ୍କୁ ଆଦର କରନ୍ତି।
ଛୋଟ ପିଲା ମାନେ ବି ନାଲୁ ସହିତ ଖେଳା ବୁଲା କରନ୍ତି। କାରଣ ନାଲୁ କେବେ କାହାକୁ ଆ-କ୍ର-ମ-ଣ କରେ ନାହିଁ। ୧୦ ବର୍ଷ ହେବ ସମସ୍ତଙ୍କ ସହିତ ରହି ରହି ନାଲୁ ବି ସବୁ ପଡୋଶୀ ମାନଙ୍କୁ ଚିହ୍ନି ଗଲାଣି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.