Movie prime

ମା ସବୁବେଳେ ମା ଦେଖନ୍ତୁ ପଶୁ ହେଉ ଅବା ମଣିଷ ଭଲ ପାଇବା ପିଲା ପ୍ରତି ସମାନ ଦେଖନ୍ତୁ ସାମ୍ନାକୁ ଆସିଲା ଏକ ସୁନ୍ଦର ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଣିଷର ଅସଲି ଧର୍ମ ହେଉଛି ମାନବିକତା। ଧନ, ସଂପତ୍ତି , ଯୌବନ ଯେତେ ଥାଉ ନା କାହିିଁକି ଯଦି ମଣିଷ ମନରୁ ମାନବତା ମରିଯାଏ ତେବେ ସେ ପଶୁ ସହ ତୁଳନା ହୋଇଯାଏ।
Special report
ଆଜିର ସମୟରେ ସମାଜରୁ ଜୀବରକ୍ଷାର ସନ୍ଦେଶ ଉଭେଇ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ଏକ ଘଟଣା ଲୋକଙ୍କୁ ମାନବିକତାର ବାଟ ଦେଖାଇଛି। ତେବେ ବନ୍ଧୁଗଣ ହଠାତ୍‌ ବନ୍ୟା ପାଣି ମାଡିଆସିଲା ଆଉ ଫଶିଗଲେ କୁନିକୁନି କୁକୁର ଛୁଆ। 
ବହୁତ ଚେଷ୍ଟା କରିବା ପରେ ବି ପିଲାଙ୍କୁ ଉଦ୍ଧାର ନକରିପାରିବାରୁ ପୋଲିସଙ୍କ ପାଖରେ ପହଞ୍ଚିଥିଲା ମାଆ କୁକୁର। ଯାହାକି ବନ୍ଧୁଗଣ କୁକୁରଟି ନିଜ ଛୁଆଙ୍କ ପାଇଁ ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଥିଲା।
ବାସ୍‌ ଏହି ସମୟରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଛୁଆମାନେ ଗୋଟିଏ ଘରେ ଫଶିରହିଥିଲେ। ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଛୁଆଙ୍କ ପାଖରେ ମାଆ କୁକୁର ପହଞ୍ଚିବା ସମ୍ଭବ ନଥିଲା। 
Special report
ଆଖି ସାମ୍ନାରେ ପିଲାମାନେ ଭୋକରେ ଆକୁଳ ଚିତ୍କାର କରୁଥିଲେ, ତେଣୁ ପିଲାଙ୍କୁ ବଞ୍ଚାଇବାକୁ ପୋଲିସ କର୍ମଚାରୀଙ୍କୁ ଘେରିଯାଇଥିଲା କୁକୁରଟି। ତେବେ କଣ କହିବାକୁ ଚାହୁଁଛି କେହି ହଠାତ୍‌ ବୁଝିନଥିଲେ।
ହେଲେ ଏନଟିଆର ଜିଲ୍ଲା ପୋଲିସ କମିଶନର ଶ୍ରୀ କ୍ରାନ୍ତି ରଣା ଟାଟା ବହୁ ସମୟ ପରେ ମା କୁକୁରଟିର ବିଚଳିତ ଅବସ୍ଥା ଦେଖି କିଛି ଅନୁଭବ କରିଥିଲେ। ଆଉ କୁକୁର ଛୁଆଙ୍କୁ ରେସ୍କ୍ୟୁ ଅପରେସନ୍‌ ଆରମ୍ଭ କରିଥିଲେ।
ଅପରେସନ୍‌ ପରେ ଛୁଆ ଗୁଡିକୁ ଆଣି ସୁରକ୍ଷିତ ସ୍ଥାନରେ ଛଡାଯିବା ପରେ ମାଆ କୁକୁରଟି ସଙ୍ଗେ ସଙ୍ଗେ ତାଙ୍କୁ ଚାଟି ପକାଇବା ସହିତ କ୍ଷୀର ଖୁଆଇ ଥିଲା। ଯାହାର ଦୃଶ୍ୟ ଉପସ୍ଥିତ ଥିବା ସବୁ ପୋଲିସ କର୍ମଚାରୀଙ୍କ ଆଖିରେ ପାଣି ଜକେଇ ଦେଇଥିଲା।
ବନ୍ଧୁଗଣ ଏମିତି ଘଟଣାଟି ଆନ୍ଧ୍ର ପ୍ରଦେଶର ନନ୍ଦିଗାମରୁ ଆସିଛି। ଲଘୁଚାପ ପ୍ରଭାବରେ ବର୍ଷା ହେବାରୁ ସ୍ଥିତି ଏମିତି ଉପୁଜିଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web