ମାଙ୍କଡ ଜୀବନ ବଞ୍ଚାଇଲେ ଶେଷରେ ପାଖ ଛାଡୁନି ମାଙ୍କଡ ଦେଖନ୍ତୁ ମଣିଷ ପଶୁ ସମ୍ପର୍କ କେମିତି ଏତେ ସୁନ୍ଦର - VIRAl VIDEO
Nov 20, 2023, 21:45 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କୁ ବହୁତ ଭଲ ପାଇଥାନ୍ତି । କିଛି ପଶୁ ଏଭଳି ଅଛନ୍ତି ଯେଉଁମାନେ ମଣିଷଙ୍କ ଭଲପାଇବା ପରେ ତାଙ୍କୁ ନିଜର ଭାବୁଥାନ୍ତି ।

ଆଉ ତାଙ୍କ ସହ ସବୁ ପ୍ରକାରର କାମ କରିଥାନ୍ତି ଅର୍ଥାତ୍ ତାଙ୍କ ସହ ଖେଳିଥାନ୍ତି । ତାଙ୍କ ସହ ରହୁଥାନ୍ତି ମଧ୍ୟ । ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି । ଆଉ ଏହି ଖବର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ଆସିଛି ପୁରୀ ଜିଲ୍ଲାରୁ । ପୁରୀ ଜିଲ୍ଲାର ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁବ୍ରତ ବାରିକ । ସେ ଦୋକାନରେ କାମ କରୁଥିଲେ । ଆଉ ସେ କାମ କରୁଥିବା ବେଳେ ହଠାତ୍ ବୁଲା ମାଙ୍କଡଟିଏ ଦୌଡ଼ି ଆସିଥିଲା ।

ଏହି ବ୍ୟକ୍ତି ଜଣକ ସେହି ମାଙ୍କଡ ଟିକୁ ଥରେ ବଞ୍ଚାଇଥିଲେ । ଏହି ବ୍ୟକ୍ତି ଜଣକ ସେହି ମାଙ୍କଡ଼ର ଜୀବନ ବଞ୍ଚାଇବା ଦିନ ଠାରୁ ଏହି ମାଙ୍କଡ଼ ତାଙ୍କ ପିଛା ଛାଡ଼ୁ ନାହିଁ । ସବୁବେଳେ ଏହି ମାଙ୍କଡ ଏହି ବ୍ୟକ୍ତିଙ୍କ ପଛେ ପଛେ ବୁଲୁଛି । ସେ ଖାଇବାକୁ ଦେଲେ ଖାଉଛି ।
ଆଉ ସେ ଛୁଇଁ ଦେଲେ ଶୋଇ ପଡୁଛି । ସତେ ଯେମିତି ଏହି ମାଙ୍କଡ ହେଉଛି ପୋଷା । କିନ୍ତୁ ଏହା ପୋଷା ମାଙ୍କଡ ନୁହେଁ । ଏହି ମାଙ୍କଡ଼ ଡାଳ ରୁ ଡାଳ ଡେଇଁଥାଏ । ପୁରୀ ଜିଲ୍ଲାର ମେଡିକାଲ ଛକ ନିକଟରେ ସୁବ୍ରତ ବାରିକ ସେଲୁନ ଦୋକାନ ଦେଇଛନ୍ତି । ସେ ଦୋକାନ ଖୋଲିବା ମାତ୍ରକେ ଏହି ମାଙ୍କଡ଼ ଆସିଥାଏ ।

ଏହି ମାଙ୍କଡ଼ ପାଞ୍ଚ ମାସ ତଳେ କରେଣ୍ଟ ଲାଗିବା ଦ୍ଵାରା ତଳେ ପଡ଼ି ଯାଇଥିଲା । ଆଉ ଏହାପରେ ସୁବ୍ରତ ଏହି ମାଙ୍କଡ଼ଟିକୁ ନେଇ ପଶୁ ଚିକିତ୍ସାଳୟ ଯାଇଥିଲା । ସେଠାରେ ତାର ଚିକିତ୍ସା ହୋଇଥିଲା ।
ଆଉ ଏହି ମାଙ୍କଡ ସେଠାରେ ଭଲ ହୋଇଥିଲା । ଆଉ ସେ ଭଲ ହେବା ଦିନରୁ ଏହି ବ୍ୟକ୍ତିଙ୍କ ପାଖରେ ରହୁଛି । ସେହି ମାଙ୍କଡକୁ ଭଲ ମନ୍ଦ ଜିନିଷ ସେ ଦେଇଥାନ୍ତି । ଏହି ମାଙ୍କଡ଼ ସୁବ୍ରତ ଦୋକାନ ଖୋଲିବା ମାତ୍ରକେ ଯୁଆଡ଼େ ବି ଥାଏ ସେ ଆସିଥାଏ ଆଉ ସୁବ୍ରତଙ୍କର ଉକୁଣୀ ବାଛିଥାଏ ।
ତାକୁ ଖାଇବାକୁ ଦିଅନ୍ତି ଆଉ ସେ ଖାଇଥାଏ । ଏହି ମାଙ୍କଡ଼ ମଣିଷ କରିଥିବା ଉପକାରକୁ ଭୁଲି ନଥାଏ । ମାଙ୍କଡ ପଶୁ ହେଲେ ବି ତାର ଚିନ୍ତାଧାରା ଉନ୍ନତମାନର ଅଟେ । ଏହି ମାଙ୍କଡ ସୁବ୍ରତ ବାବୁଙ୍କୁ କେବେ ସାହାଯ୍ୟ କରିବ ଅପେକ୍ଷା କରିଛି ।