Movie prime

ଛାତି ଫଟାଇ କାନ୍ଦୁଛି ମା ଦେଖନ୍ତୁ ଟ୍ୟୁସନ୍ ଫେରିବା ବେଳେ ଝିଅକୁ ଅପହରଣ କରିନେଲା କିନ୍ନର

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଘଟଣା, ଦୁର୍ଘଟଣା, ଅପହରଣ ଏବଂ ଅନେକ ପ୍ରକାରର ଘଟଣା ଏବେ ଦେଖିବାକୁ ମିଳୁଛି । ଏବେ ଜଣେ ଛାତ୍ରୀଙ୍କ ଅପହରଣ ହୋଇଥିବା ଖବର ଆସିଛି । 
Bh
ଟ୍ୟୁସନ୍ ସାରି ଫେରିବା ସମୟରେ ଛାତ୍ରୀ ଜଣଙ୍କର ଅପହରଣ ହୋଇଛି । ଏହି ଘଟଣା ଆଜିକୁ ତିନି ଦିନ ହୋଇଯିବା ପରେ ମଧ୍ୟ ପୋଲିସ ଏହି ଛାତ୍ରୀ ଜଣଙ୍କୁ ଖୋଜି କରି ପାଉନାହିଁ । ଛାତ୍ରୀ ଜଣଙ୍କୁ ଅପହରଣ କରିବାକୁ ଚାହୁଁଥିଲା ଟୁନୀ ସାହୁ ।
ସେ ଛାତ୍ରୀ ଜଣକ ଟ୍ୟୁସନରୁ ଆସିବା ସମୟକୁ ଅପେକ୍ଷା କରିଥିଲେ । ଏହି ଟୁନୀ ସାହୁ ହେଉଛନ୍ତି ଜଣେ କିନ୍ନର । ଟୁନୀ ସାହୁ ଏବଂ ତାଙ୍କ ପୁଅ ଦେହ ବ୍ୟବସାୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଏହି ଛାତ୍ରୀ ଜଣଙ୍କର ମାଆ । 
ଏହି ଛାତ୍ରୀ ଜଣକ ହେଉଛନ୍ତି ରିମାରାଣୀ ସାହୁ । ପୋଲିସ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଛାତ୍ରୀ ରିମାରାଣୀଙ୍କ ମାଆ ଏବଂ ପରିବାର ରିମାରାଣୀଙ୍କ ଅପହରଣକୁ ନେଇ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ପୋଲିସ
Bb
ତାଙ୍କୁ ଫେରାଇ ଆଣିବାକୁ କୌଣସି କାର୍ଯ୍ୟ କରୁନାହିଁ । ଆଉ ସେଥିପାଇଁ ପୋଲିସ ଥାନା ଘେରାଉ କରିଛନ୍ତି ରିମାରାଣୀଙ୍କ ମାଆ ଆଉ ପରିବାର । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ରିମାରାଣୀଙ୍କ ମାଆ ବଡ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନରେ ଥିବା କୁତୁପଦା ପଞ୍ଚାୟତର ସିମିନି ଗାଁରେ । ଥାନାକୁ ଏବେ ଘେରାଉ କରିଛନ୍ତି ରିମାରାଣୀଙ୍କ ପରିବାର ସମେତ ଗାଁ ଲୋକେ । ରିମାରାଣୀଙ୍କୁ ନ୍ୟାୟ ପାଇଁ ଚାନ୍ଦବାଲି ଥାନା ଘେରାଉ କରିଛନ୍ତି ଗାଁ ଲୋକେ ଆଉ ଝିଅକୁ ଘରକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ।
କିନ୍ତୁ ଚାନ୍ଦବାଲି ଥାନା ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ଜଣାପଡିଛି । ଆଉ ଏବେ ଦେଖିବାକୁ ବାକି ରହିଲା କି ପୋଲିସ କେବେ ରିମାରାଣୀଙ୍କୁ ପାଉଛି ।