Movie prime

ନାଚି ଗାଇ ପିଲାଙ୍କୁ ପଢ଼ାଉଛନ୍ତି ପାଠ ଦେଖନ୍ତୁ ଏହି ଅତି ସୁନ୍ଦର ମନ ମୋହକର ଦୃଶ୍ୟ - VIRAl VIDEO

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି। ତେବେ ବେଳେବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ।
Special report
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଙ୍ଗନବାଡି ଦିଦି ଜଣଙ୍କର ପିଲାମାନଙ୍କୁ ସୁନ୍ଦର ଭାବରେ ପଢାଇବାର ଶୌଳି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି। 
ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଅନେକ କଥା ଜାଣିବାକୁ ପାଉଛନ୍ତି ଲୋକମାନେ। ତେବେ ବିଶେଷ କରିକି ଯେତେବେଳେ ଛୋଟ ଛୋଟ ପିଲାମାନଙ୍କର କଥା ଉଠେ ସେତେବେଳେ ଆମେ ଜାଣିଥାଉ
Special report
ଯେ ଛୋଟ ପିଲାମାନେ ଗୀତ ଆଉ ନାଚ ମାଧ୍ୟମରେ ଅନେକ ବିଷୟରେ ଜ୍ଞାନ ସହଜ ରେ ପାଇଁ ପାରିଥାନ୍ତି। ଆଉ ପାଠକୁ ଯଦି ଆମେ ସେମାନଙ୍କୁ ନାଚ ମାଧ୍ୟମରେ ଶିଖାଇବା ତାହେଲେ ତାହାକୁ ପିଲାମାନେ ଶୀଘ୍ର ଗ୍ରହଣ କରିଥାନ୍ତି।
ତେବେ ବନ୍ଧୁଗଣ ଆଜିର ଦୁନିଆରେ ଗୁରୁର ପ୍ରକୃତ ସଂଜ୍ଞା ବୁଝାଉଛନ୍ତି ସତ୍ୟବାଦୀ ବରାଳ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ କବିତା ରାଣୀ ବାରିକ ଏବଂ ସହାୟିକା ଅଲିଭା ମହାପାତ୍ର। ଦୀର୍ଘ ବର୍ଷ ହେବ ଏହି ନାଚ ଗୀତ ଜରିଆରେ କୁନି ପିଲା ମାନଙ୍କୁ ପାଠ ପଢାଉଛନ୍ତି ସେ।
Special report
୨୦୦୧ ରୁ ଆଜିକୁ ୨୨ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ରରେ ଗୋଟିଏ ସେ କାମ କରୁଛନ୍ତି। ଅଙ୍ଗନବାଡିରେ କୁନି କୁନି ପିଲା ମାନଙ୍କୁ ଗୀତ ନାଚାର ପାଠ ପଢ଼ାଇବା ସହ ବିଭିନ୍ନ ପ୍ରକାରର ବେଶ କରି ଅଭିନୟ ମାଧ୍ୟମରେ ଶିକ୍ଷା ଦେବାରେ ସେ ଏବେ ଚର୍ଚ୍ଚାରେ ଆସିଛନ୍ତି। 
ପିଲା କିଭଳି ପାଠକୁ ସହଜରେ ମାନେ ରଖି ପାରିବେ ସେଥିପାଇଁ ଗୀତ, ନାଚ, ଖେଳ ଦ୍ଵାରା ପାଠ ପଢାନ୍ତି ସେ। ଯାହାଦ୍ଵାରା ପିଲାମାନେ ସହଜରେ ପାଠ ମନେରଖି ପାରନ୍ତି। କୁନି କୁନି ପିଲା ମାନେ ତାଙ୍କ ପାଠ ପଢାରେ ଅତ୍ୟନ୍ତ ଖୁସି ହୋଇ ସକାଳୁ ଅଙ୍ଗନବାଡିକୁ ସକାଳୁ ଚାଲି ଆସନ୍ତି।
ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ଅଧା ତିଆରି ହୋଇ ଥିବାରୁ ଗ୍ରାମର କୋଠା ଘରେ ଏବେ ଚାଲିଛି ପାଠ ପଢା। ନିଜସ୍ଵ ଗୃହ ହେଇଗଲା ପରେ ଆଉ କିଛି ପିଲାମାନଙ୍କ ପାଇଁ ନୂଆ କରିବେ ବୋଲି କହିଛନ୍ତି କବିତା ରାଣୀ ବାରିକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.