Movie prime

ନାକରୁ ବାହାରୁଛି ଅତି ଚମତ୍କାର ବାଦ୍ୟ ଦେଖନ୍ତୁ ବ୍ୟକ୍ତି ଜଣଙ୍କ କେତେ ସୁନ୍ଦର ଭାବେ ବାହାର କରୁଛନ୍ତି ବାଦ୍ୟ ଯନ୍ତ୍ର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ କେବେ କଣ ଭାଇରାଲ ହୋଇଯାଏ ତାହା କେହି କହିପାରିବେ ନାହିଁ। ସାଧାରଣତଃ ଲୋକଙ୍କୁ ଅଧିକ ପସନ୍ଦ ଆସୁଥିବା ଭିଡିଓ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।
Special report
ଠିକ୍ ସେହିଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ନାକରୁ ବାହାରୁଚି ବାଦ୍ୟଯନ୍ତ୍ରର ସ୍ୱର। କୌଣସି ବାଦ୍ୟଯନ୍ତ୍ର ନୁହେଁ, ବରଂ ବାଦ୍ୟଯନ୍ତ୍ର ଭଳି ଅବିକଳ ନକଲ କରି ନାକ ଯୋଗେ ବାହାରୁଛି ସଙ୍ଗୀତ। 
ଆଉ ଏହି କଳା ଏବେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ପରିଚୟ ଦେଇଛି। ଏଭଳି କିଛି ନିଆରା କରି ଦେଖାଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଶିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମର ବୀର କିଶୋର ମହାପାତ୍ର। ବୀର କିଶୋର ଜଣେ ପାଲା କଳାକାର।
Special report
ନିଜ କଳା ପଦର୍ଶନ ପାଇଁ ସେ ରାଜ୍ୟର ବିଭିନ୍ନ ସ୍ଥାନ ଯାଉଥିଲେ। କିନ୍ତୁ ଫୁଲବାଣୀ ଅଂଚଳର ଜଣେ କଳାକାର ଏପରି ନାକରେ ବାଦ୍ୟଯନ୍ତ୍ରର କଳା କାଢୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଏବଂ ତାଙ୍କଠାରୁ ଏହି କଳା ଶିକ୍ଷାଲାଭ କରି ବିଭିନ୍ନ ମଞ୍ଚରେ ନିଜ କଳା ପଦର୍ଶନ କରୁଛନ୍ତି। 
ଏବେ ସ୍ଥାନୀୟ ଅଞ୍ଚଳରେ ନିଜ କଳା ମାଧ୍ୟମରେ ନାକ ଯୋଗେ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଛନ୍ତି। ବୀରକିଶୋରଙ୍କ ପରିବାର କହିଲେ ପତ୍ନୀ , ପୁଅବୋହୂ ଓ ନାତି। ବୀର କିଶୋରଙ୍କର ପିଲାଟି ଦିନୁ ଅଭିନୟ ଓ ସଙ୍ଗୀତ ପ୍ରତି ରୁଚି ରହିଥିବାବେଳେ ବିଭିନ୍ନ ଯାତ୍ରାପାର୍ଟିରେ ଡୁଏଟ କରି ଜୀବିକା ନିର୍ବାହ କରିଥାନ୍ତି।
Special report
ଏହା ବ୍ୟତୀତ ଚାଷ କାମ ଓ ନିଶାରେ ପାଲାରେ ସଙ୍ଗୀତ ପାଳିଆ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ମନରେ ଯେତେ ଦୁଃଖ ଥିଲେ ମଧ୍ୟ ଆଜକୁ ୨୦ ବର୍ଷ ହେବ ସେ ଏହି ସାଧନା ଜାରି ରଖିଥିବା ସେ କହିଛନ୍ତି। 
ନାକରେ ସଙ୍ଗୀତ ଓ ଅବିକଳ ଗୀଟାର ଧ୍ବନୀ ଦେଇ ଓଡ଼ିଆଙ୍କ ପ୍ରସିଦ୍ଧ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳ,ବାହାରୋ ଫୁଲ ବର୍ଷାଏ ଓ ଅନେକ ଗୀତକୁ ପରିବେଷଣ କରି ସାଧାରଣରେ ପ୍ରଶଂସା ସାଉଁଟୁଛନ୍ତି।
କିନ୍ତୁ ଏହିଭଳି ବଣମଲ୍ଲି ଭଳି ବଣରେ ରହିଥିବା ଏହି ଅନନ୍ୟ ପ୍ରତିଭାଧାରୀ ବୀରକିଶୋର କଳାକାରଙ୍କ ପାଇଁ ଭତ୍ତାଟିଏ ହୋଇପାରିନି। ତେଣୁ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.