Movie prime

ଘୋଡାରେ ଆସିଲା ବର ଶଗଡ଼ରେ ଗଲା କନିଆଁ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ଯୁଗ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଅନେକ ପ୍ରଥା ଓ ପରମ୍ପରା ମଧ୍ୟ ପରିବର୍ତ୍ତିତ ହୋଇ ଯାଇଛି।
ଦିନକୁ ଦିନ ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ବାରା ନୁଆ ନୁଆ ଯାନ ବାହନ ମଧ୍ୟ ଉଦ୍ଭାବନ ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣିଥିବେ କି ପୁରାତନ କାଳ ରେ ଯେଉଁ ବାହାଘର ସବୁ ହେଉଥିଲା ସେଥିରେ କନିଆ ମାନେ ଶଗଡ଼ ରେ ବସି ନିଜ ଶାଶୁ ଘରକୁ ଯାଉଥିଲେ।
ହେଲେ ଏବେ ଏହି ପ୍ରଥା ପରିବର୍ତ୍ତନ ହୋଇ ଯାଇଛି। କନିଆ ମାନେ ଶଗଡ଼ ବଦଳରେ କାର ରେ ବସି ଶାଶୁ ଘରକୁ ଯାଉଛନ୍ତି। ହେଲେ ଏବେ ଆମେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ
 ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ବର୍ତ୍ତମାନ୍ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ କନିଆ କୁ ତାଙ୍କ ଶାଶୂ ଘରକୁ ବଳଦ ଗାଡ଼ିରେ ବସି ଯାଇଛନ୍ତି। ରୀତିନୀତି ଅନୁସାରେ ବାହାଘର ସରିଥିଲା।
ଆଉ ନିଜ ଶାଶୁ ଘରକୁ କନିଆ ଜଣକ ଫୁଲ ସଜା କାର ରେ ନଯାଇ ବଳଦ ଗାଡ଼ିରେ ଯିବାକୁ ପସନ୍ଦ କରିଥିଲେ। ଶଗଡ଼ ଗାଡ଼ି ରେ ବିଭିନ୍ନ ପ୍ରକାରର ସାଜ ସଜ୍ଜା ହୋଇଥିବା ବେଳେ ଶଗଡ଼ ଗାଡ଼ି ମଧ୍ୟ ରଙ୍ଗରେ ସଜା ଯାଇଛି।
ଫୁଲ ମାଳ ସହ ସେଥିରେ ରଙ୍ଗୀନ କପଡ଼ା ମଧ୍ୟ ଲାଗିଛି। ଗଞ୍ଜାମ ଜିଲ୍ଲାର ବାଙ୍କତରା ଗ୍ରାମର ଏଭଳି ଏକ ନିଆରା ବାହାଘର କୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ହେବା ପାଇଁ ଲାଗିଛି।
ଯେଉଁଠି ବର ବିବାହ ମଣ୍ଡପ କୁ ଘୋଡ଼ା ଚଢ଼ି ଆସିଥିଲେ। ଆଉ କନ୍ୟା ମଧ୍ୟ ଶଗଡ଼ରେ ବସି ତାଙ୍କ ଶାଶୂ ଘରକୁ ଯାଉଛନ୍ତି। ଏହି ଶଗଡ଼ରେ ବସିଥିବା କନ୍ୟା ଜଣକ ନାମ ହେଉଛି ସରିତା ବେହେରା।
ସେ ଶଗଡ଼ରେ ବସି ଥିବାରୁ ବେଶ ଖୁସୀ ଅଛନ୍ତି ବୋଲି କହିଥିଲେ। ଶଗଡ଼ରେ ବସିବା ଅନୁଭୁତି ମଧ୍ୟ ତାଙ୍କ ପାଇଁ ଅନେକ ନିଆରା ଓ ଅଲଗା ମଧ୍ୟ ଥିଲା। ସେ ଏଥି ପାଇଁ ନିଜକୁ ଧନ୍ୟ ମଧ୍ୟ ମନେ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.