Movie prime

ସବୁ ବେଳେ ମାଡ ଖାଇଲେ ପପୁ, ଏଥର ବି ଟେକା ମାଡ କଲେ ଲୋକେ ,ଭାଙ୍ଗିଲା ଦେଢ଼ ଲକ୍ଷ ର Display

 
Hh
ବର୍ତ୍ତମାନ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗଞ୍ଜାମ ଜିଲ୍ଲାର ସୁରାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଯେଉଁ ଗ୍ରାମରେ ଜାଗର ଯାତ୍ରା ହେଉଥିଲା ସେହି ସଭା କୁ ଅତିଥି ହୋଇ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ ପମ ଯାଇଥିଲେ।ପପୁ ପମ ପମ ଙ୍କୁ ଦେଖି ଦର୍ଶକ ମାନେ ବହୁତ୍ ଖୁସି ହୋଇଥିଲେ।କିନ୍ତୁ ହଠାତ୍ ଏଭଳି କିଛି ଘଟଣା ଘଟିଗଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।
ହାସ୍ୟ ଅଭିନେତା ପପୁ ପମ ପମ ଙ୍କ ଉପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଖି ବୁଜା ପଥର ମାଡ଼ କରି ଚାଲିଥିଲେ ପ୍ରଥମେ ଯେତେବେଳେ ପଥର ମାଡ଼ କରିଥିଲେ। ସେତେବେଳେ ଦେଢ଼ ଲକ୍ଷ ଟଙ୍କାର ଡିଶ୍ ପ୍ଲେ ବୋର୍ଡ଼ ଭାଙ୍ଗି ଯାଇଥିଲା।ଏହାପରେ ଦ୍ଵିତୀୟ ପଥର ଯେତେବେଳେ ମାରିଥିଲେ ସେତେବେଳେ କାହାର ହାତରେ ବହୁତ ଜୋରେ ମାଡ଼ ହୋଇଥିଲା।ଆଉ ତୃତୀୟ ଟେକା ପପୁ ପମ ପମ ଙ୍କ କାନ ରେ ବାଜି ଯାଇଥିଲା।
ଏହା ଦେଖି ହାସ୍ୟ ଅଭିନେତା ପପୁ ପମ ପମ ଲୋକମାନଙ୍କୁ କହିଥିଲେ ଯେ ଏହି ଗ୍ରାମକୁ ସେ ଲୋକମାନଙ୍କୁ ମନୋରଞ୍ଜନ ଆଉ ହସାଇବା ପାଇଁ ଆସିଛନ୍ତି।ଆହୁରି କହିଥିଲେ ଯେ "ତୁମ ମାନଙ୍କର ବ୍ୟବହାର ହିଁ ତୁମର ପରିଚୟ"।ଏହାପରେ ପପୁ ଗୋଟିଏ କି ଦୁଇଟି ଗୀତ ବଜାଇବାକୁ କହିଥିଲେ।ଆଉ ତାପରେ ପରିସ୍ଥିତି ଶାନ୍ତ ହୋଇଗଲେ ସେ ଲୋକ ମାନଙ୍କ ପାଖକୁ ପୁଣିଥରେ ଫେରିବେ।
ଏତିକି କହି ପପୁ ପମ ପମ ମଞ୍ଚ ତଳକୁ ଚାଲି ଯାଇଥିଲେ।କେହି କେହି କହୁଛନ୍ତି ଟେକା ମାଡ଼ରେ ପପୁ ପମ ପମ ଙ୍କ ମୁଣ୍ଡ ଫାଟି ଗଲା ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦର୍ଶକ ମାନେ ଏଭଳି ଘଟଣା ଦେଖିବା ପରେ ବହୁତ ନିନ୍ଦା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.