ନିଜ ପ୍ରେମିକା ସହ ଯଦି କେବେ ହୋଟେଲ ରେ ରହୁଛନ୍ତି ସାବଧାନ ! ପ୍ରେମିକା ସହ ପ୍ରେମ ସବୁ ହୋଟେଲ ଗୁପ୍ତ କ୍ୟାମେରା ରେ ହୋଇପାରେ ରେକର୍ଡ
Jun 14, 2023, 10:21 IST
ଆପଣମାନେ ଆଜିକାଲି ସମୟରେ ଅନେକ ପ୍ରକାରର ଘଟଣା ଘଟୁଛି।ଯେଉଁ ବ୍ୟକ୍ତି ମାନେ ବୁଲିବାକୁ ଆସିଥାନ୍ତି ସେମାନେ ହୋଟେଲ ରୁମ ରେ ରହିଥାନ୍ତି।କିନ୍ତୁ ସେହି ହୋଟେଲ ରୁମ ରେ କ୍ୟାମେରା ଅଛି କି ନାହିଁ
ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ।ତେଣୁ ଯେଉଁମାନେ ହୋଟେଲ ଯାଉଛନ୍ତି ଯଦି ସେହି ହୋଟେଲ ରେ ଗୁପ୍ତ କ୍ୟାମେରା ଲଗାଯାଇଥିବ ତାହା ଆପଣ ବହୁତ ସହଜରେ ଖୋଜି କରି ପାଇଯିବେ।
ଯାତ୍ରା କରୁଥିବା ସମୟରେ ଅଧିକାଂଶ ଲୋକ ହୋଟେଲ ରେ ରହିଥାନ୍ତି।କିନ୍ତୁ ନିଜର ଗୋପନୀୟତା ଏବଂ ନିରାପତ୍ତାର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ହୋଟେଲ ରୁମ ରେ ଥିବା କ୍ୟାମେରା କୁ ନେଇ ଅନେକ ଲୋକ ଚିନ୍ତିତ ରହିଥାନ୍ତି।
ତେଣୁ ଗୁପ୍ତ କ୍ୟାମେରା ବିଷୟରେ ଜାଣିବା ପାଇଁ କିଛି ଉପାୟ ରହିଛି।ପ୍ରଥମ ଉପାୟ ଟି ହେଉଛି ସେଠାରେ ରଖାଯାଇଥିବା କୌଣସି ଅସାଧାରଣ ବସ୍ତୁ କିମ୍ବା ଉପକରଣ ଉପରେ ଧ୍ୟାନ ନିଶ୍ଚୟ ଦେବେ।
କାରଣ ଲୋକମାନେ ଏହିପରି ବସ୍ତୁରେ କ୍ୟାମେରା ଲୁଚାଇଥାନ୍ତି।ଏହି ଅସାଧାରଣ ଜିନିଷଗୁଡ଼ିକ ହେଉଛି ସ୍ମୋକ ଡିଟେକ୍ଟର, ଘଣ୍ଟା ରେଡିଓ, ଦର୍ପଣ କିମ୍ବା ବୈଦ୍ୟୁତିକ ଆଉଟଲେଟ୍।ଦ୍ୱିତୀୟ ଟି ହେଉଛି ହୋଟେଲ ରୁମ ରେ କ୍ୟାମେରା ଅଛି କି ନାହିଁ
ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏକ କ୍ୟାମେରା ଡିଟେକ୍ଟର ବ୍ୟବହାର କରିପାରିବେ।ଏହି ଉପକରଣ ଗୁପ୍ତ କ୍ୟାମେରାଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦେଇଥାଏ ଯାହା ଖାଲି ଆଖିରେ ଦେଖାଯାଏ ନାହିଁ।
ଆପଣମାନେ ଏହାକୁ ଅନଲାଇନ୍ କିମ୍ବା ଇଲେକ୍ଟ୍ରୋନିକ୍ସ ଷ୍ଟୋରରୁ କିଣିପାରିବେ ଯାଞ୍ଚ କରିବାର ଅନ୍ୟ ଏକ ଉପାୟ ହେଉଛି ଯେ ଆପଣ ରୁମ ଲାଇଟ୍ ସବୁ ବନ୍ଦ କରିଦେବେ।ଏବଂ ରୁମ କୁ ସ୍କାନ କରିବା ପାଇଁ ନିଜ ମୋବାଇଲ ଫୋନ ର ଟର୍ଚ୍ଚ ବ୍ୟବହାର କରିବେ।
ଯାହାଦ୍ଵାରା ଆପଣ ଗୁପ୍ତ କ୍ୟାମେରା ଅଛି କି ନାହିଁ ଜାଣି ପାରିବେ।ଏଭଳି ଅନେକ ଉପାୟ ରହିଛି ଯାହାଦ୍ଵାରା ଆପଣମାନେ ହୋଟେଲ ରୁମ ରେ କ୍ୟାମେରା ଅଛି କି ନାହିଁ ଜାଣି ପାରିବେ।