Movie prime

ପୁରୀ ରେ ଏତେ ଉନ୍ନତି ପରେ ବି ପାଣ୍ଡିଆନ୍ ଙ୍କୁ କଳା ପତାକା, କଣ ଜନତା ଏତେ ସବୁ ପରେ ବି ଖୁସି ନାହାନ୍ତି...?

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖକୁ ଆସୁଛି ସେତିକି ହିଁ ଲୋକମାନେ ରାଜନୀତି କୁ ନେଇ ତେଜିବା ରେ ଲାଗିଛନ୍ତି। ଆଜ୍ଞା ହଁ ଆପଣ ମାନେ ଜାଣିଥିବେ କି ଶ୍ରୀମନ୍ଦିର ପରିକ୍ରମା ପାଇଁ ପ୍ରତ୍ୟେକ ଗାଁ ଗାଁ ରେ ଏବେ ଅର୍ପଣ ରଥ ବୁଲୁଛି।
Special Report
ଏହି ରଥକୁ ଏବେ ନିକଟରେ କେତେକ ସ୍ଥାନରେ ବିରୋଧ କରାଯାଉ ଥିବାର ଦେଖିବାକୁ ମିଳିଥିଲା। ଏହାର କାରଣ ହେଉଛି ଏଥିରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଙ୍କ ଫଟୋ ଲାଗିଥିଲା।
ଆଉ ଲୋକମାନେ ଏହା ଅଭିଯୋଗ କରିଥିଲେ କି ସେଥିରେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ପରିବର୍ତ୍ତେ କଣ ପାଇଁ ରାଜନେତା ମାନଙ୍କ ଫଟୋ ଲାଗିବ। ଏହାକୁ ଖୁବ୍ ବିରୋଧ କରାଯାଇ ଥିଲା।
ଆଉ ଲୋକେ ଏହା କହିଥିଲେ କି ସରକାର ରାଜନୀତି କରୁଛନ୍ତି ବୋଲି। ମାତ୍ର ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି। ପାଣ୍ଡିଆନ ଯେତେବେଳେ ଶ୍ରୀମନ୍ଦିର ଯାଇଥିଲେ ସେତେବେଳେ ତାଙ୍କର ଗସ୍ତକୁ ବିରୋଧ କରଯାଇଥିଲା।
Special Report
ଆଉ ତାଙ୍କୁ କଳା ପତକା ଦେଖା ଯାଇଥିଲା ।ଏଭଳି ଆଉ କେହି ନୁହେଁ ବରଂ ଛାତ୍ର କଂଗ୍ରେସ ହିଁ କରିଥିଲେ। ସେମାନେ କହିଥିଲେ କି ପରିକ୍ରମା ପ୍ରକଳ୍ପ ଶୌଚାଳୟ ଓ ଶ୍ରୀ ଜଗନ୍ନାଥ ନାମକୁ ନେଇ ରାଜନୀତି କରାଯାଉଅଛି ବୋଲି।
ସେଥିପାଇଁ ଛାତ୍ର କଂଗ୍ରେସ ପାଣ୍ଡିଆନ ଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ କଳା ପତାକା ଦେଖାଇଛନ୍ତି। ଆଉ ତାଙ୍କୁ ସେଠାରେ ଖୁବ ବିରୋଧ ମଧ୍ୟ କରାଯାଇଥିବା ର ଦେଖିବାକୁ ମିଳିଥିଲା।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଲୋକମାନେ ମଧ୍ୟ ଖୁବ ନିନ୍ଦା କରିଥିବା ବେଳେ ବିଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ତେବେ ଏହା ପ୍ରତି ଆପଣଙ୍କ ମତାମତ କଣ ଆପଣ ମାନେ ଏହାକୁ ନେଇ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ଆପଣଙ୍କ ପ୍ରତିକ୍ରିୟା ନିଶ୍ଚିତ ଭାବରେ ରଖିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.