Movie prime

ରଚନା କ୍ୟାମେରା ଆଗରେ ଆସି କହିଲେ, ମୁଁ ଏବେ ବି ସିଦ୍ଧାନ୍ତ ଙ୍କ ଅପେକ୍ଷା ରେ..

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ।
ତେବେ ଅନେକ ସମୟରେ ଆପଣ ମାନେ ଓଡ଼ିଆ ଫ୍ଲିମ ଜଗତର ଅଭିନେତା ଆଉ ଅଭିନେତ୍ରୀ ମାନଙ୍କୁ ନେଇକି ଅନେକ କିଛି କଥା ଭାଇରାଲ ହେଉଥିବାର ଦେଖିବାକୁ ଆଉ ଶୁଣିବାକୁ ମିଳିଥାଏ।
ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତରେ ଅଭିନୟ କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ। ଆପଣ ମାନେ ଜାଣିଥିବେ ରଚନା ଓ ସିଦ୍ଧାନ୍ତଙ୍କର ଯୋଡିକୁ ଲୋକମାନେ ଖୁବ ପସନ୍ଦ କରନ୍ତି। 
ରଚନା ଖୁବ ସୁନ୍ଦର ଅଭିନୟ ପାଇଁ ସାରା ଓଡ଼ିଶାରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଆପଣ ମାନେ ଜାଣିଥିବେ ରଚନା ବାନାର୍ଜୀ ଓଲିଉଡ ଜଗତର 90 ଦଶକର ଜଣେ ସୁନ୍ଦର ଅଭିନେତ୍ରୀ।
ସେତେବେଳେ ରଚନା ଓଲିଉଡ ଜଗତରେ ବହୁତ ଲୋକପ୍ରିୟ ଥିଲେ କିନ୍ତୁ ଏବେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ରଚନା ବାନାର୍ଜୀ ଓଡ଼ିଆ ନୁହନ୍ତି ସେ ଜଣେ ବଙ୍ଗାଳି ସେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବେଶ୍ ଜଣାଶୁଣା ଅଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ବିଷୟରେ। 
ଆଉ ଯାହାକୁ ନେଇକି ରଚନା କହିଛନ୍ତି କି ଜି ସାର୍ଥକ ତରଫରୁ ଏକ ଆୱାର୍ଡ ଶୋ ରେ ହଷ୍ଟ କରିବା ପାଇଁ ସେ ଆସିଛନ୍ତି। ତେବେ ଜି ସହିତ ସେ ଅନେକ କାମ କରିଛନ୍ତି ଆଉ ସେଥିପାଇଁ ସେ ଜି ସାର୍ଥକ କୁ ଆସିଛନ୍ତି।
ତେବେ ଓଡିଶାକୁ ଆସିକି ସେ ବହୁତ ଖୁସି ଅଛନ୍ତି ଆଉ ଓଡିଶାର ଦର୍ଶକ ମାନଙ୍କର ତାଙ୍କ ପ୍ରତି ଥିବା ଭଲ ପାଇବାକୁ ଦେଖି ସେ ବେଶ ଖୁସି ଅନୁଭବ ମଧ୍ୟ କରିଛନ୍ତି।
ତେବେ ରଚନା ଙ୍କର କହିବା କଥା କି ଅନେକ କଳାକାର ଆଜି ଚାଲି ଗଲେଣି ଯେଉଁ ମାନଙ୍କ ସହିତ ସେ କାମ କରିଥିଲେ ଆଉ ଯେଉଁଥିପାଇଁ ସେ ବହୁତ ଦୁଃଖିତ ମଧ୍ୟ। 
ତାହା ସହିତ ରଚନା କହିଛନ୍ତି କି ଗୋଟିଏ ଫ୍ଲିମରେ କେବଳ ହିରୋ ଆଉ ହିରୋଇନ କୁ ନେଇକି ଫ୍ଲିମ ହୁଏନି ଫ୍ଲିମ ରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ମଧ୍ୟ ରହିଥାଏ ଯାହା ଫ୍ଲିମକୁ ଆଗକୁ ନେଇଥାଏ।
ତାହା ସହିତ ତାଙ୍କର ଓଡ଼ିଆ ଇଣ୍ଡୋଷ୍ଟ୍ରିରେ କାମ କରିବାକୁ ନେଇକି କହିଛନ୍ତି କି କୋଲକତା ରେ ସେ ତାଙ୍କର କାମ ପାଇଁ ବହୁତ ବିଜି ରହୁଛନ୍ତି।
ଆଉ ସେ ମଧ୍ୟ କହିଛନ୍ତି ସମୟ ମିଳିଲେ ଓଡ଼ିଆ ଦର୍ଶକଙ୍କ ପାଇଁ କାମ କରିବେ ବୋଲି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.