Movie prime

ରାଜଧାନୀ ରେ ପଡିଛି ମୋ ବେକାରୀ ହାଟ : ଲୋକେ କହିଲେ ୟେ କି ଭଳିଆ ଯୋଜନା..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜଧାନୀରେ ବସିଛି ବେକାରୀ ହାଟ। କିଏ ମୁଢ଼ି ମାଂସ ବିକୁଛି ତ ଆଉ କିଏ ସେଠାରେ ପାମ୍ପଡ଼ ବିକୁଛି। ଏଭଳି କି କିଏ ଖଜା ତ ଆଉ କିଏ ମସଲା କାକୁଡି ବିକୁଛି।
Special report
ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ମାନେ ଏହାକୁ ବିକ୍ରୀ କରୁ ଥିବାର ନଜର ଆସିଥିଲେ। ଏଭଳି ଏକ ପ୍ରୟାସ କରିଛନ୍ତି ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ମିଳିତ ସଂଘ। ପ୍ରଥମେ ଏକ ବିଶାଳ ରାଲି କରି ଆସିଥିଲେ ଏହାପରେ ବେକାରୀ ହାଟ ଆୟୋଜନ କଲେ।
ହାତରେ ସେ ଧରିଛନ୍ତି ସରକାରୀ ସତ୍ୟପାଠ। ମୋ ସରକାର ରେ ଏହି ବେକାରୀ ହାଟ ଦେଖି ଅନେକ ଘଡ଼ିଏ ସେଠାରେ ଅଟକି ଯାଇଥିଲେ। ଆଉ ଜଣେ ଯୁବକ ଏକ କାର୍ଡ ରେ ଲେଖିଛନ୍ତି କି ସେ ଦିନକୁ ସହେ ଟଙ୍କା ରେ ମଜୁରୀ ଖଟିବାକୁ ଇଚ୍ଛୁକ ଅଟନ୍ତି ,
କିଏ ତାଙ୍କୁ ନେବ କି ଏଭଳି ପ୍ରଶ୍ନ ମଧ୍ୟ କରିଛନ୍ତି। ବିଭିନ୍ନ ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏହି ଆଶାୟୀ ମାନେ। ଦିବ୍ୟାଙ୍ଗ ପିଲାଙ୍କ ବିକାଶ ପାଇଁ ଯେତେବେଳ ପର୍ଯ୍ୟନ୍ତ ସରକାର ସ୍ଥାୟୀ ଶିକ୍ଷକ ନିଯୁକ୍ତି ର ବ୍ୟବସ୍ଥା ବାହାର କରି ନାହାଁନ୍ତି,
Special report
ସେବେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ କୁହା ଯାଇଛି। ପ୍ରତି ପ୍ରାଥମିକ ବିଦ୍ୟାଳୟ ରେ ଦଶ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ପ୍ରତି ଉଚ୍ଚ ପ୍ରାଥମିକ ,
ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଙ୍କ ଶିକ୍ଷା ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ରହିଛି। ଯେଉଁ ବିଦ୍ୟାଳୟରେ ଜଣେ ବି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବେ ସେହି ବିଦ୍ୟାଳୟର ଜଣେ ସ୍ଵତନ୍ତ୍ର ଶିକ୍ଷକ,
ନିଯୁକ୍ତି କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କିନ୍ତୁ ରାଜ୍ୟ ସରକାର କାର୍ଯ୍ୟକାରୀ କରି ନାହିଁ। ସଂପୂର୍ଣ୍ଣ ଭାବରେ ଚୁପ ହୋଇ ବସିଛି। ଆଉ ଏହା ସ୍ଵତନ୍ତ୍ର ଶିକ୍ଷକ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ପାଲଟିଛି।
ଯାହାକୁ ନେଇ ଲୋକମାନେ ଏବେ ଖୁବ ଚିନ୍ତାରେ ମଧ୍ୟ ପଡି ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.