Movie prime

ରାଗରେ ଆଉ କେବେ ଗାଳି ଦେବିନି କହିଲେ ରାଣୀ, ଲୋକ ଚିଡ଼େଇ ଦେଉଛନ୍ତି ମୁଁ କେବେ କାହା ସହ ଲାଗେନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ରାଣୀ ପଣ୍ଡା କହିଥିଲେ କି ରାଣୀ ପଣ୍ଡା ତାଙ୍କ ଜୀବନରେ କିଭଳି ଭାବରେ ଲୁହ ପିଇ ପିଇ ବଞ୍ଚିଛନ୍ତି ସେକଥା ସେ ନିଜେ ହିଁ ଜାଣିଛନ୍ତି।
Special report
ସମସ୍ତଙ୍କ ଜୀବନରେ ଅଜାଣତରେ ଭୁଲ୍ ହୋଇଥାଏ ଆଉ ସେ ଜାଣି ଜାଣି କେବେ ହେଲେ ମଧ୍ୟ ଭୁଲ କରି ନାହାଁନ୍ତି। ତାଙ୍କର ଛୋଟ ଛୋଟ ଭୁଲ୍ ପାଇଁ ସେ ପସ୍ତଉ ଛନ୍ତି।
ଏହାପରେ ମଧ୍ୟ ସେ କହିଥିଲେ କି ସେ ସାଇଲେଣ୍ଟ ଅଛନ୍ତି ସେଥିପାଇଁ ତାଙ୍କୁ ସାଇଲେଣ୍ଟ ହୋଇ ରହିବାକୁ ଦିଆଯାଉ। ଆଉ ଯଦି ତାଙ୍କୁ କିଏ ଭାଇଲେଣ୍ଟ କରିବ ତେବେ ତାଙ୍କ ପିଲା ମାନଙ୍କୁ ସେ ମାସେ ପାଇଁ ପତାଳକୁ ପଠାଇ ଦେବେ।
ସେ ତାଙ୍କର ଦର୍ଶକ ମାନଙ୍କ ନିକଟରେ ବଞ୍ଚି ଥିବା ପର୍ଯ୍ୟନ୍ତ ଚିର ରୁଣି ହୋଇ ରହିବେ ବୋଲି ମଧ୍ୟ କହିଥିଲେ। ସେ ସ୍ବପ୍ନ ରେ ମଧ୍ୟ ଭାବି ନଥିଲେ କି ତାଙ୍କୁ ଏତେ ମାତ୍ରାରେ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ମିଳିବ ବୋଲି।
Special report
କାରଣ ଦିନଥିଲା ଲୋକମାନେ ତାଙ୍କୁ ଖୁବ ଭୁଲ ବୁଝିଥିଲେ ଏଥିପାଇଁ ତାଙ୍କୁ ବହୁତ ଅପମାନ ଓ ଲାଞ୍ଛନା ମଧ୍ୟ ଦିଆ ଯାଇଛି। ଏଥିଯୋଗୁଁ ତାଙ୍କୁ ଖୁବ୍ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଛି।
ହେଲେ ପର ମୁହୂର୍ତରେ ସମସ୍ତେ ଜାଣିବାକୁ ପାଇଥିଲେ କି ରାଣୀ ପଣ୍ଡା ଜଣେ ଭଲ ମଣିଷ ଅଟନ୍ତି। ଲୋକ ମାନଙ୍କ ଏହି ଭଲ ପାଇବା, ଶ୍ରଦ୍ଧା ଓ ସ୍ଵାହାନଭୂତି ଦେଖି ରାଣୀ ପଣ୍ଡା ଙ୍କ ମୁଣ୍ଡ ନଇଁ ଯାଉଛି ବୋଲି ସେ କହିଥିଲେ। ହେଲେ ସେ କହିଥିଲେ କି ସେ ବେଇମାନ ନୁହଁନ୍ତି।
ଲୋକ ମାନଙ୍କ କଥା ରଖି ସେ ଆଉ ଖରାପ୍ ଭାଷା କହୁ ନାହାଁନ୍ତି। ଆଉ ସେ ଜୀବନରେ କେତେ କଷ୍ଟ କରି ବଞ୍ଚିଛନ୍ତି ତାହା ସେ ନିଜେ ହିଁ ଜାଣିଛନ୍ତି ବୋଲି କହିଥିଲେ। ଏଭଳି ଭାବରେ ରାଣୀ ପଣ୍ଡା ଅନେକ କଥା କହିଥିଲେ।
ଯାହାକୁ ଶୁଣିଲେ ଆପଣ ମାନଙ୍କ ହୃଦୟ ମଧ୍ୟ ତରଳି ଯିବ। ତେବେ ଆପଣଙ୍କୁ ରାଣୀ ପଣ୍ଡା ଙ୍କ କଥା କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.