Movie prime

ପ୍ରାଇଭେଟ୍ ଭିଡିଓ ଦେଖାଇ ଥିଲେ ମିଳିଥାନ୍ତା ସୁନା ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୂର୍ବରୁ ବାହାଘର ପାଇଁ ମଧ୍ୟସ୍ତିଙ୍କ ଆବଶ୍ୟକତା ପଡ଼ିଥିବା ବେଳେ ଏବେ ମ୍ୟାଟ୍ରିମୋନି ସାଇଟ୍ ପାଲଟିଛି ବିବାହର ମାଧ୍ୟମ। ପୁଅ-ଝିଅ ମ୍ୟାଟ୍ରିମୋନି ସାଇଟରେ ପରିଚିତ ହୋଇ ପରିବାରର ସହମତିରେ ବିବାହ କରିବାକୁ ଏବେ ଅଧିକ ପସନ୍ଦ କରୁଛନ୍ତି।
Special report
ତେବେ ବନ୍ଧୁଗଣ ହେଲେ ଏହି ଅନଲାଇନରେ ଖୋଜିଥିବା ଜୀବନ ସାଥୀ ଯୁବତୀଙ୍କ ଠାରୁ ଲୁଟି ନେଲା ଲକ୍ଷାଧିକ ଟଙ୍କାର ସୁନାଗହଣା। ଯାଜପୁର ଅଞ୍ଚଳର ଜଣେ ଯୁବତୀ ଅନଲାଇନ ମାଧ୍ୟମରେ କଟକର ସୁଧାଂଶୁ ବେହେରାଙ୍କ ସହିତ ଯୋଗାଯୋଗରେ ଆସିଥିଲେ। 
ଏହାପରେ ସୁଧାଂଶୁ ନିଜକୁ ଆୟକର ବିଭାଗର ଅଫିସର ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ସଂପର୍କ ବଢ଼ାଇଥିଲା। ଏବଂ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା। ଏହି ସମୟରେ ଯୁବତୀଙ୍କର ଦୁଇଲକ୍ଷ ଟଙ୍କାର ଆବଶ୍ୟକତା ଥିଲା
Special report
 ଏଥିପାଇଁ ଯୁବତୀ ସୁନା ବନ୍ଧା ପକାଇ ଟଙ୍କା ନେବା ପାଇଁ ଚାହୁଁଥିବାରୁ ଏହାର ସୁଯୋଗ ଉଠାଇ ୩୦ ଗ୍ରାମ ସୁନା ଗହଣା ନେଇ କୁଆଡେ ଚାଲିଯାଇଥିଲା ସୁଧାଂଶୁ। ସାତଦିନର ଚିହ୍ନା ପରିଚୟ ଭିତରେ ଠକାମୀର ଶିକାର ହୋଇସାରିଥିଲେ ଅଭିଯୋଗକାରୀ ଯୁବତୀ ଜଣକ। 
ଏମିତିକି ଯେତେବେଳେ ଯୁବତୀ ଜଣକ ଯୁବକଙ୍କୁ ସୁନା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଅଶ୍ଳିଳ ଭିଡିଓ କଲ କରିବା ପାଇଁ ବାଧ୍ୟ କରୁଥିଲା ସୁଧାଂଶୁ। ଖାଲି ସେତିକି ନୁହେଁ ସୁଧାଂଶୁ ଯୁବତୀ ଜଣଙ୍କୁ ବ୍ଲାକମେଲିଂ ମଧ୍ୟ କରୁଥିଲା।
Special report
ଯାହାଫଳରେ ଯୁବତୀ ଜଣଙ୍କ କଟକ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ଏଭଳି ଅନେକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଠକୁ ଥିବାର ଅଭିଯୋଗ କରିଛନ୍ତି ଯୁବତୀ ଓ ତାଙ୍କ ସମ୍ପର୍କୀୟ ମାନେ। 
ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁଧାଂଶୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ନିକଟରୁ ୩୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଥିଲା ସେହି ଆଧାରରେ ମାମଲା ରୁଜୁ କରାଯାଇଛି।
ବର୍ତ୍ତମାନ ସୁଧା ଜଣେ ଅଭିଯୋଗ କରିଛନ୍ତି। ଆଉ ଯଦି କେହି ଅଭିଯୋଗ କରନ୍ତି କି ଅତିରିକ୍ତ ଅଭିଯୋଗ କରନ୍ତି, ତେବେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି କଟକ ଏଡିସିପି ଅନିଲ କୁମାର ମିଶ୍ର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.